ଦିନିକିଆ ପରେ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ

Ready for the T20 World Cup after the day

0 45

ନୂଆଦିଲ୍ଲୀ, ୩୦ା୧୧: ଭାରତୀୟ ଦଳ ଡିସେମ୍ବର ଆରମ୍ଭରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ଗସ୍ତରେ ଦଳ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳା ଖେଳିବ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଗୁରୁବାର ତିନି ଫର୍ମାଟର ଦଳ ଘୋଷଣା ପୂର୍ବରୁ ବିସିସିଆଇ ରୋହିତ ଶର୍ମାଙ୍କୁ ଟି-୨୦ ଦଳର ନେତୃତ୍ୱ ନେବାକୁ ମନାଇବାକୁ ଚେଷ୍ଟା କରିବ । ଗତବର୍ଷ ଟି-୨୦ ବିଶ୍ୱକପ୍‌ ସେମି ଫାଇନାଲରେ ଦଳ ହରିବା ପରେ ରୋହିତ ଟି-୨୦ ଦଳରୁ ଅଧିନାୟକ ପଦ ଛାଡ଼ି ଦେଇଥିଲେ । ବିସିସିଆଇ ସଚିବ ତଥା ଚୟନ କମିଟିର ସମନ୍ୱକ ଜୟ ଶାହ କମିଟିର ଅଧ୍ୟକ୍ଷ ଅଜିତ ଅଗରକରଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କରିବେ । ଏଥିରେ ତିନି ଫର୍ମାଟର କ୍ରିକେଟ୍‌ ସହ ଟି-୨୦ ବିଶ୍ୱକପ୍‌ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ । ଟି-୨୦ର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା କାରଣରୁ ଆସନ୍ତା ଗୋଟିଏ ମାସ ପର୍ଯ୍ୟନ୍ତ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରି ପାରିବେ ନାହିଁ । ଏମିତିରେ ବିସିସିଆଇ ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ କରିବା କିମ୍ବା ରୋହିତଙ୍କୁ ଏହି ଦାୟିତ୍ୱ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ରୋହିତ ପୂର୍ବରୁ କହି ସାରିଛନ୍ତି ଯେ, ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାକୁ •ହାନ୍ତି ନାହିଁ । ମାତ୍ର ସେ ଯେଉଁଭଳି ନିକଟରେ ଦିନିକିଆ ବିଶ୍ୱକପରେ ଦଳର ନେତୃତ୍ୱ ନେଲେ ବିସିସିଆଇକୁ ଲାଗୁଛି ଯେ, ଆଗାମୀ ଟି-୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ରୋହିତଙ୍କୁ ଏହି ଛୋଟ ଫର୍ମାଟରେ ଦଳର ନେତୃତ୍ୱ ନିଅନ୍ତୁ । ସୂତ୍ର ଅନୁଯାୟୀ, ରୋହିତ ଟି-୨୦ ବିଶ୍ୱକପ୍‌ ଦଳର ମଙ୍ଗ ସମ୍ଭାଳିବାକୁ ସହମତ ହେଲେ ଆଗାମୀ ବିଶ୍ୱକପ୍‌ ପର୍ଯ୍ୟନ୍ତ ସେ ଦଳର ନେତୃତ୍ୱ ନେଇ ପାରନ୍ତି । ଯଦି ରୋହିତ ରାଜି ନ ହୁଅନ୍ତି ତେବେ ସୂର୍ଯ୍ୟକୁମାର ଯାଦବ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଦଳର ନେତୃତ୍ୱ ନେବେ । ଅନ୍ୟପଟେ ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦିନିକିଆ ଓ ଟି-୨୦ ମ୍ୟାଚରୁ ଅବ୍ୟାହତି ନେଇଛନ୍ତି । ବିସିସିଆଇକୁ ଏ ବିଷୟରେ ଅବଗତ କରାଇ ଦେଇଛନ୍ତି ବିରାଟ କୋହଲି । ଏହାର ଅର୍ଥ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ସୀମିତ ଓଭର ସିରିଜ୍‌ ଓ ଆଫଗାନିସ୍ତାନ ବିପକ୍ଷ ସିରିଜରେ ଉପଲବ୍ଧ ରହିବେ ନାହିଁ । ଭାରତ ଡିସେମ୍ବର ୧୦ରୁ ଜାନୁଆରୀ ୭ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ ।

Leave A Reply

Your email address will not be published.