କାନାଡ଼ା ୧୨-୦ରେ ପରାସ୍ତ

Canada defeated 12-0

0 49

ସାଣ୍ଟିଆଗୋ, ୩୦ା୧୧: ମହିଳା ଜୁନିଅର ବିଶ୍ୱକପ ହକି ପ୍ରତିଯୋଗିତାରେ ଏକ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । ନିଜର ପ୍ରଥମ ମ୍ୟାଚରେ ଭାରତ, କାନାଡାକୁ
୧୨- ୦ ଗୋଲରେ ମାତ ଦେଇଛି । ଭାରତ ପକ୍ଷରୁ ମୁମତାଜ ଖାନ ସର୍ବାଧିକ ୪ଟି ଗୋଲ୍‌ ସ୍କୋର କରିଥିଲେ । ଅନୁ ଓ ଦୀପିକା ସୋରେଙ୍ଗ ତିନିଟି ଲେଖାଏଁ ଗୋଲ୍‌ ସ୍କୋର କରିଥିବା ବେଳେ ଓଡ଼ିଶାର ଦୀପି ମୋନିକା ଟପ୍ପୋ ଓ ନୀଲମ ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୪-୦ ଗୋଲରେ ଆଗୁଆ ଥିଲା । ସୂଚନାଯୋଗ୍ୟ ଯେ, ଭାରତୀୟ ଜୁନିଅର ହକି ଦଳରେ ୫ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପି ମୋନିକା ଟପ୍ପୋ, ସୁନେଲିତା ଟପ୍ପୋ, ଜ୍ୟୋତି ଛତ୍ରୀ, ମାଧୁରୀ କିଣ୍ଡୋ ଓ ସୁଜାତା କୁଜୁର ।

Leave A Reply

Your email address will not be published.