ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ଦଳ ଘୋଷିତ

Indian team announced for tour of South Africa

0 74

ମୁମ୍ବାଇ, ୧ା୧୨: ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାକୁ ଥିବା ଭାରତର ସମସ୍ତ ୩ ଫର୍ମାଟ ଦଳ ଘୋଷିତ ହୋଇଛି । ବିଶ୍ରାମ ପାଇଁ ବିସିସିଆଇକୁ ଅନୁରୋଧ କରିଥିବାରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଉଭୟ ସୀମିତ ଓଭର (ଦିନିକିଆ ଓ ଟ୍ୱେଣ୍ଟି-୨୦) ଦଳରେ ସୁଯୋଗ ଦିଆଯାଇନାହିଁ । ତେବେ ଟେଷ୍ଟ୍‌ ଦଳରେ ଉଭୟ ସାମିଲ ରହିଛନ୍ତି । ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ମିଳିଥିବାରୁ ଟେଷ୍ଟ୍‌ ଦଳରେ ମଧ୍ୟ ଦୁଇ ସ୍ପେସାଲିଷ୍ଟ୍‌ ବ୍ୟାଟର୍‌ ତେଜେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ବାଦ୍‌ ଦିଆଯାଇଛି । ଏଥିସହ ଉଭୟଙ୍କ ଖେଳ ଜୀବନ ଏକ ପ୍ରକାର ଶେଷ ହୋଇଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍‌ ହୋଇ ନଥିବାରୁ ସୂର୍ଯ୍ୟକୁମାର ଯାଦବ ଟ୍ୱେଣ୍ଟି-୨୦ ଦଳର ଅଧିନାୟକତ୍ୱ ଜାରି ରଖିବେ । କେଏଲ୍‌ ରାହୁଲଙ୍କୁ ଏହି ଗସ୍ତରେ ଦିନିକିଆ ଦଳର ନେତୃତ୍ୱ ଅର୍ପଣ କରାଯାଇଛି । ଗତ ଦିନିକିଆ ବିଶ୍ୱକପ୍‌ ଦଳରେ ଖେଳିଥିବା ଦଳରୁ ମାତ୍ର ୪ ଜଣଙ୍କୁ ଏହି ଦଳରେ ସ୍ଥାନ ମିଳିଛି । ମହମ୍ମଦ ସାମି ଏବଂ ଅଭିମନ୍ୟୁ ଈଶ୍ୱରନ୍‌ ଡିସେମ୍ବର ୧୦ ତାରିଖରୁ ଭାରତ ୩ ଲେଖାଏଁ ଟ୍ୱେଣ୍ଟି-୨୦ ଓ ଦିନିକିଆ ଅନ୍ତର୍ଜାତୀୟ ଖେଳିବା ପରେ ଡିସେମ୍ବର ୨୬ରୁ ଜାନୁଆରି ୨୪ ମଧ୍ୟରେ ଦୁଇ ଟେଷ୍ଟ୍‌ ଖେଳିବେ । ରୋହିତ ଶର୍ମା ଟେଷ୍ଟ୍‌ ଦଳର ନେତୃତ୍ୱ ନେବେ । ଏହି ଗସ୍ତରେ ମଧ୍ୟ ଭାରତ “ଏ’ ଦଳ ୨ଟି ୪ ଦିନିଆ (ବନାମ ଦକ୍ଷିଣ ଆଫ୍ରିକା “ଏ’) ଏବଂ ଗୋଟିଏ ୩ ଦିନିଆ ମ୍ୟାଚ୍‌ ଖେଳିବ ।

Leave A Reply

Your email address will not be published.