ବର୍ଷା ନେଇ ଚିନ୍ତାରେ ଓଡ଼ିଶା ଚାଷୀ

Odisha farmers worried about rain |

0 47

ଭୁବନେଶ୍ୱର,୨ା୧୨ : ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଗଭୀର ଅବପାତରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଛି । ୨୪ ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ଏହା ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ । ୫ରେ ନେଲୋର-ମଛଲିପଟ୍ଟନମ୍‌ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୦୦ କିମି ରହିପାରେ । ଏହା ପ୍ରଭାବରେ ତାମିଲନାଡୁରେ ବର୍ଷା ଆରମ୍ଭ ହୋଇଯାଇଛି ଏବଂ ଓଡ଼ିଶାକୁ ଛନକା ପଶିଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ର ଆଉ ସଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ । ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେଲୋର ଆଉ ମଛଲିପଟ୍ଟନମ୍‌ ଅତିକ୍ରମ କରିବା ସମ୍ଭାବନା ରହିଛି । ବାତ୍ୟାର ପିକ୍‌ ସମୟରେ ଘଣ୍ଟାପ୍ରତ ପବନର ବେଗ ୧୦୦ କିମି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଓଡ଼ିଶାର ଉପକୂଳ ସମେତ ୧୫ରୁ ଅଧିକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରାଇଛି । ଆସନ୍ତା କାଲି ୪ ଜିଲ୍ଲାରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ କରାଯାଇଛି । ୮ଟି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ରହିଛି । ୪ ତାରିଖରେ ରାଜ୍ୟର ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଆଉ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି । ସେହିପରି ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ସେଦିନ ୫ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଏମିତିକି ସେହିଦିନ ୧୧୫.୬ ମିଲିମିଟରରୁ ୨୦୪.୪ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ମଙ୍ଗଳବାର ପାଇଁ ନବରଙ୍ଗପୁର,କଳାହାଣ୍ଡି, କନ୍ଧମାଳ ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୪ ତାରିଖରୁ ମତ୍ସ୍ୟଜୀଜୀଙ୍କୁ ସମ୍ପୂର୍ଣ୍ଣ ସମୁଦ୍ର ବାରଣ କରାଯାଇଥିବାବେଳେ ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ଧାନ ଅମଳ ବେଳରେ •ଷୀଙ୍କୁ ବର୍ଷା ଭୟ । ଇଏ ଗଞ୍ଜାମ ଜିଲ୍ଲା ଆସ୍କାର ଚିତ୍ର । ଗତଥର ଧାନ ଧୋଇ ଯାଇଥିଲା, ଆଉ ଏବେ ପାଚିଲା ଧାନକୁ ବର୍ଷା ଦାଉ ସାଧିବା ଡର । ତରତର ହୋଇ •ଷୀ ଧାନ କାଟି ନେଉଛନ୍ତି । ସମାନ ଦୃଶ୍ୟ ଖଲ୍ଲିକୋଟ ଅଞ୍ଚଳରେ । ବର୍ଷା ନା ଶୁଣିବା ପରଠୁ •ଷୀ ଛାତିରେ ଛନକା ପଶିଛି । ତେଣେ ଅଦିନିଆ ବର୍ଷା ସମ୍ଭାବନାକୁ ଦେଖି ରାଜ୍ୟ କୃଷି ବିଭାଗ ବି ଦେଇଛି ଫସଲ ସୁରକ୍ଷା ପରାମର୍ଶ । କହିଛି- କଟା ଧାନ ଜମିରେ ଶୁଖାନ୍ତୁ ନାହିଁ । କଟା ଧାନ ଅମଳ ସମ୍ଭବ ନ ହେଲେ ପଲିଥିନ୍‌ ଘୋଡ଼ାଇ ରଖନ୍ତୁ । ମଣ୍ଡିରେ ଧାନକୁ ସୁରକ୍ଷିତ ଅବସ୍ଥାରେ ରଖନ୍ତୁ । ଅମଳ ଉପଯୋଗୀ କପା, ମାଣ୍ଡିଆ ଓ ଅନ୍ୟାନ୍ୟ ରବି ଫସଲକୁ ବି ଯଥାସମ୍ଭବ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ । ପନିପରିବା ଫସଲକୁ ବି ଯଥାସମ୍ଭବ ପଚିବା ସ୍ଥିତିରୁ ବଞ୍ଚାଇ ରଖନ୍ତୁ । ଏଣେ ସମ୍ଭାବ୍ୟ ବର୍ଷା ମୁକାବିଲା ନେଇ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଆଜି ବିଭାଗୀୟ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି । ଆଜିଠାରୁ ଆସନ୍ତା ୬ ତାରିଖ ଯାଏଁ ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲାର ସମସ୍ତ ଫିଲଡ ଅଫିସରଙ୍କ ଛୁଟି ବାତିଲ୍‌ କରାଯାଇଛି । ଏଣେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ମଣ୍ଡିରେ ଧାନ ବିକ୍ରି କରୁଥିବା •ଷୀଙ୍କୁ ୪୮ ଘଣ୍ଟା ଭିତରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.