ବିଜୟ ସୁନାମୀ ଆଣିଲା ମୋଦି ମ୍ୟାଜିକ |

Vijay Tsunami brought Modi magic |

0 100

ନୂଆଦିଲ୍ଲୀ,୩ା୧୨: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଫୁଟିଲା ପଦ୍ମ । କାମ ଦେଲା ମୋଦି ମ୍ୟାଜିକ୍‌ । ମୂଳପୋଛ ହେଲା କଂଗ୍ରେସ ।୩ ରାଜ୍ୟର ବିପୁଳ ବିଜୟ ପରେ ବିଜୟ ଉତ୍ସବ ମନାଇଲେ ବିଜେପିର ନେତା ଓ କର୍ମୀ । କେଉଁଠି ନାଚଗୀତର ଆସର ତ ଆଉ କେଉଁଠି ଅଦିନିଆ ଦୀପାବଳୀ ପାଳନ । ମିଠା ଖୁଆଇ ଝୁମିଲେ ସମସ୍ତେ । ଏକପାଖିଆ ଭାବରେ ପୂର୍ଣ୍ଣ ବହୁମତ ପାଇଲା ଦଳ । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ମ୍ୟାଜିକ୍‌ ନମ୍ବର ୧୧୬ ଆବଶ୍ୟକ ଥିବାବେଳେ ବିଜେପି ୧୬୪ ଆସନ ହାତେଇଛି । ୬୫ ସିଟ୍‌ ସହ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ରହିଛି । ୨୦୧୮ ତୁଳନାରେ ଖସିଛି କଂଗ୍ରେସ ସିଟ୍‌ । ଏଥର ବିଜେପି ମଧ୍ୟପ୍ରଦେଶରେ ୪୮ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ କଂଗ୍ରେସକୁ ମିଳିଛି ୪୦ ପ୍ରତିଶତ । ସେହିପରି ରାଜସ୍ଥାନରେ କ୍ଷମତା ପରିବର୍ତ୍ତନ ଦେଖିବାକୁ ମିଳିଛି । ୫ ବର୍ଷ ପରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆଣିଲା ବିଜେପି । ମ୍ୟାଜିକ୍‌ ନମ୍ବର ୧୦୦ ପାର କରିଛି ଦଳ । ୧୯୯ ଆସନରୁ ବିଜେପି ଜିତିଛି ୧୧୫, କଂଗ୍ରେସ ଖାତାରେ ପଡ଼ିଛି ୬୯ଟି ସିଟ୍‌ । ଗତଥର କଂଗ୍ରେସ ଜିତିଥିଲା ୧୦୦ଟି ଆସନ ଓ ବିଜେପିକୁ ମିଳିଥିଲା ୭୩ଟି ସିଟ୍‌ । କିନ୍ତୁ ଏଥର ବିଜେପିକୁ ୪୨ ପ୍ରତିଶତ ଓ କଂଗ୍ରେସକୁ ମିଳିଛି ୩୯ ପ୍ରତିଶତ ଭୋଟ୍‌ । ଏଥିସହିତ ରାଜସ୍ଥାନରେ କାଏମ ରହିଲା ୩୦ ବର୍ଷର ପରମ୍ପରା । ୧୯୯୩ ମସିହା ପରଠାରୁ କୌଣସି ଦଳ କ୍ରମାଗତ ଓ ଦ୍ୱିତୀୟ ଥର ରାଜସ୍ଥାନରେ ସରକାର ଗଠନ କରିନି । ଛତିଶଗଡ଼ ନିର୍ବାଚନ ଫଳାଫଳ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭୁଲ ପ୍ରମାଣିତ ହେଲା ଏଗ୍‌ଜିଟ୍‌ ପୋଲ । ସମସ୍ତେ ଆକଳନ କରୁଥିଲେ କଂଗ୍ରେସ କ୍ଷମତା ବଜାୟ ରଖିବ । କିନ୍ତୁ ସବୁ ଆକଳନ ଓଲଟପାଲଟ ହୋଇଗଲା । ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ମ୍ୟାଜିକ୍‌ ନମ୍ବର ଥିଲା ୪୬ । ବିଜେପିକୁ ୫୪ ସିଟ୍‌ ମିଳିଥିବା ବେଳେ କଂଗ୍ରେସକୁ ମିଳିଛି ୩୬ ସିଟ୍‌ । ଏଥର ବିଜେପି ୪୬.୩ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ କଂଗ୍ରେସ ପାଇଛି ୪୨.୪ ପ୍ରତିଶତ ଭୋଟ୍‌ । ୨୦୨୪  ନିର୍ବାଚନ ପୂର୍ବରୁ ହିନ୍ଦୀ ବେଲ୍ଟରେ ୩ ରାଜ୍ୟର ଫଳାଫଳ ଉପରେ ସାରା ଦେଶର ନଜର ରହିଥିଲା । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ରେଜଲ୍ଟ ୨୦୨୪ରେ ମୋଦିଙ୍କୁ ପୁଣି ପ୍ରଧାନମନ୍ତ୍ରୀ କରାଇବାକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ବୋଲି ରାଜନୈତିକ ସମୀକ୍ଷକମାନେ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.