ସମସ୍ତ ବିଶ୍ୱ ବିଦ୍ୟାଳୟ-କଲେଜରେ ଲଗାଯିବ ମୋଦିଙ୍କ ଫଟୋ! |

Modi's photo will be installed in all world schools and colleges! |

0 69

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଡ଼ିକରେ ଲଗାଯିବ । ଏହା ସହିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଠିକ ନିଜ ନିଜର ସେଲଫି ପଏଣ୍ଟ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କହିଛି । ୟୁଜିସିର ଏହି ଅନୁରୋଧ ଏପରି ଏକ ସମୟରେ ଆସିଛି ଯେତେବେଳେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି ।ଏ ସମ୍ପର୍କରେ ୟୁଜିସି ସଚିବ ମନୀଷ ଯୋଶୀଙ୍କ ଦ୍ୱାରା ପ୍ରକାଶିତ ଏକ ଚିଠିରେ କୁହାଯାଇଛି ଏହି ସେଲଫି ପଏଣ୍ଟ ଗୁଡ଼ିକ ଯୁବବର୍ଗ ମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ବିଷୟରେ ସଚେତନତା ସୃଷ୍ଟି କରିବ । ଏହା ସେମାନଙ୍କ ପାଇଁ ସାମୂହିକ ଗର୍ବର ଭାବନା ବିକାଶ କରିବ । ଏହି ଚିଠି ଶୁକ୍ରବାର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ତଥା ମହାବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟକୁ ପଠାଯାଇଛି । ଆମ ଦେଶରେ ଯେଉଁ ଅଦ୍ଭୁତପୂର୍ବ ଅଗ୍ରଗତି ହୋଇଛି ତାହା ପାଳନ ଏବଂ ପ୍ରୋତ୍ସାହିତ କରିବା ପାଇଁ ଆପଣଙ୍କ ଅନୁଷ୍ଠାନରେ ଏକ ସେଲଫି ପଏଣ୍ଟ ସ୍ଥାପନ କରନ୍ତୁ ବୋଲି ଚିଠିରେ କୁହାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଯୁବବର୍ଗମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା, ବିଶେଷକରି ନୂତନ ଶିକ୍ଷା ନୀତି ୨୦୨୦ ଅଧୀନରେ ନିଆଯାଇଥିବା ନୂତନ ପଦକ୍ଷେପ ବିଷୟରେ ଅବଗତ କରାଇବା । ଏହି ଚିଠିରେ ଆହୁରି ଦର୍ଶାଯାଇଛି ଏହି ପଏଣ୍ଟରେ ଫଟୋ ଉଠାଇବା ଏବଂ ସୋସିଆଲ ମିଡିଆରେ ଶେୟାର କରିବାକୁ ଉତ୍ସାହିତ କରିବାକୁ ଆପଣଙ୍କୁ ଅନୁରୋଧ କରାଯାଉଛି । ତେବେ ଅନେକ ଶିକ୍ଷାବିତ ୟୁଜିସିର ଏହି ଚିଠିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହୁଛନ୍ତି ।

Leave A Reply

Your email address will not be published.