ବଦଳିବ ଇଂରେଜ ଅମଳର ଆଇନ: ଆସିବ ୧୯ ବିଧେୟକ |

Revised Irish Harvest Law: Coming 19th October |

0 84

ନୂଆଦିଲ୍ଲୀ,୨ା୧୨: ସଂସଦର ଶୀତକାଳୀନ ଅଧିବେଶନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜନ କରାଯାଇଥିଲା । ଏଥିରେ ଶୀତକାଳୀନ ଅଧିବେଶନରେ ଚର୍ଚ୍ଚା ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା କରାଯାଇଥିଲା । ଡିସେମ୍ବର ୪ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ •ଲିବ । ଏଥିରେ ୧୫ଟି ବୈଠକ କରାଯିବ । ସଂସଦରେ ୩୭ଟି ବିଧେୟକ ପଡିଥିବା ବେଳେ ଏହି ଅଧିବେଶନରେ ୧୯ଟି ବିଧେୟକ ଆଗତ ହେବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଆଗରୁ ଆଗତ ହୋଇଥିବା ୩୭ ବିଧେୟକରୁ ୧୨ଟି ବିଧେୟକ ଉପରେ ବି•ର କରାଯିବା ସହ ପାରିତ କରାଯିବର ସମ୍ଭାବନା ରହିଛି । ଏହା ସହ ଭାରତୀୟ ପିଙ୍ଗଳଧାରର ତିନୋଟି ବିଧେୟକ ରହିଛି । କୋଡ ଅଫ୍‌ କ୍ରିମିନାଲ ପ୍ରୋସିଜର ଏବଂ ଏଭିଡେଂସ ଆକ୍ଟ ଉପରେ ସଂଶୋଧନ ଏବଂ ନୂଆ ବିଧେୟକ ଆସିବାର ଅଛି । ଭାରତୀୟ ନ୍ୟାୟ ସଂହିତା ୨୦୨୩ ଲୋକସଭାରେ ଆଗତ ହୋଇଥିବା ପ୍ରସ୍ତାବିତ ବିଧେୟକ । ଏହା ପାରିତ ହେଲେ ଭାରତୀୟ ପିଙ୍ଗଳ ଧାର ୧୮୬୦ର ସ୍ଥାନ ନେବ । ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଅପରାଧିକ ପ୍ରକ୍ରିୟା ସଂହିତା ୧୯୭୩ର ସ୍ଥାନ ନେବ । ଭାରତୀୟ ସାକ୍ଷ୍ୟ ଅଧିନିୟମ ୧୮୭୨କୁ ନିରସ୍ତ୍ର କରିବା ଏବଂ ଏହା ବଦଳରେ ଭାରତୀୟ ସାକ୍ଷ୍ୟ ବିଧେୟକକୁ ୨୦୨୩ ମସିହା ଅଗଷ୍ଟ ୧୧ ତାରିଖରେ ଲୋକସଭାରେ ଆଗତ କରାଯାଇଥିଲା । ଏହା ସହ ଜାମ୍ମୁକାଶ୍ମୀର ପୁର୍ନଗଠନ ସଂଶୋଧନ ବିଧେୟକ, କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଧେୟକ ତେଲେଙ୍ଗାନାରେ ଡାକଘର ବିଧେୟକ ଆସନ୍ତା ଅଧିବେଶନରେ ଆଗତ ହେବ । ଏଥରେ କେତକ ବିଧେୟକ ପାରିତ ହେଲେ ଇଂରେଜଙ୍କ ସମୟର ଆଇନ ବଦଳିଯିବ ।

Leave A Reply

Your email address will not be published.