ଶ୍ରାବଣୀ ନନ୍ଦଙ୍କୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର |

9 lakh 40 thousand rupees award to Shrabani Nanda |

0 53

ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ୨୦୨୩ ଏବଂ ଅନ୍ୟ କ୍ରୀଡ଼ା ଶୃଙ୍ଖଳରେ ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ ଲାଗି ଆଥଲେଟ ଶ୍ରାବଣୀ ନନ୍ଦଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି । ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶ୍ରାବଣୀଙ୍କୁ ଅର୍ଥରାଶି ପୁରସ୍କାର ସହ ରୂପା ତାରକସି ଫଳକ, ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଶ୍ରାବଣୀ ନନ୍ଦଙ୍କ ଭଳି ପ୍ରତିଭାବାନ ଆଥଲେଟଙ୍କୁ ସମ୍ବର୍ଦ୍ଧିତ କରି ଆଜି ଆମେ ଗର୍ବିତ । ନିଷ୍ଠା ଓ କଠିନ ପରିଶ୍ରମ ବଳରେ ସେ କେବଳ ନିଜ ପାଇଁ ପଦକ ଅର୍ଜନ କରି ନାହାନ୍ତି ବରଂ ସାରା ଓଡ଼ିଶାକୁ ଗର୍ବିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଭିତ୍ତିଭୂମି ନିର୍ମାଣ, ବିଶ୍ୱସ୍ତରୀୟ ତାଲିମ, କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଏବଂ ନିଯୁକ୍ତି ପ୍ରଦାନ ନେଇ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହା ଆଜି ଓଡିଶାକୁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି । ସେହିପରି ଶ୍ରାବଣୀ ନନ୍ଦ ଏହି ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଜଣାଇ କହିଲେ ଯେ ବର୍ତ୍ତମାନ ଇନଡୋର ଆଥଲେଟିକ୍ସ, ତାପ ନିୟନ୍ତ୍ରିତ ଆକ୍ୱାଟିକ ସେଣ୍ଟର, ଫିଫା ମାନର ଫୁଟବଲ ଷ୍ଟାଡିୟମ ଓ ତାଲିମ କେନ୍ଦ୍ର ଭଲି ଯେଉଁ ଭିତ୍ତଭୂମି ନିର୍ମାଣ ହୋଇଛି ତାହା ଆଗାମୀ ଦିନରେ ଓଡ଼ିଶାରୁ ଅନେକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବାରେ ସାହାଯ୍ୟ କରିବ । କ୍ରୀଡ଼ା ଓ ଯୁବସେବା ସଚିବ ଆର. ଭିନୀଲ କ୍ରିଷ୍ଣା ଶ୍ରାବଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ କ୍ରୀଡ଼ା ପାଇଁ ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ରାଜ୍ୟସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କହିଥିଲେ । ଉତ୍ସବରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ କହିଲେ ଯେ ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ କିପରି ସଫଳତା ହାସଲ କରିହୁଏ, ଶ୍ରାବଣୀ ହିଁ ତାହାର ବଳିଷ୍ଠ ଉଦାହରଣ । ଏହି ଅବସରରେ ଶ୍ରାବଣୀଙ୍କ କୋଚ ନୀଳମାଧବ ଦେଓ ଏବଂ ଫିଜିଓ ଅର୍ଜିତା ଲେଙ୍କାଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ କି ୩୭ ତମ ଜାତୀୟ କ୍ରୀଡ଼ା୨୦୨୩ର ୨୦୦ ମିଟରରେ ସ୍ୱର୍ଣ୍ଣ ଓ ୧୦୦ ମିଟରରେ ରୌପ୍ୟ ପଦକ ପାଇଁ ଶ୍ରାବଣୀଙ୍କୁ ଯଥାକ୍ରମେ ୫ଲକ୍ଷ ଓ ୩ ଲକ୍ଷ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ୬୧ ତମ ଜାତୀୟ ଓପନ •ମ୍ପିୟନସିପ -୨୦୨୨ରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପାଇଁ ଯଥାକ୍ରମେ ୬୦ ହଜାର ଓ ୪୦ ହାଜର ଅର୍ଥରାଶି ପୁରସ୍କାର ଏବଂ ୬୨ ତମ ଜାତୀୟ ଓପନ •ମ୍ପିୟନସିପ ୨୦୨୩ରେ ରୌପ୍ୟ ପଦକ ପାଇଁ ୪୦ ହଜାର ଅର୍ଥରାଶି ପ୍ରଦାନ କରାଯଇଥିଲା ।

Leave A Reply

Your email address will not be published.