ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲକୁ ଏଚ୍‌ଏସ୍‌ଇ ଇନୋଭେଶନ୍‌ ଆୱାଡ |

HSE Innovation Award to ArcelorMittal Nippon Steel |

0 49

ଭୁବନେଶ୍ୱର : ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ଲିମିଟେଡକୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ, ପୁଣେର ପ୍ରୋ-ଏମ୍‌ଏଫ୍‌ଜି ମିଡ଼ିଆ ଦ୍ୱାରା ଆୟୋଜିତ କ୍ୟୁୟୁପିଆଇଡି କନ୍‌ଫରେନ୍ସ ଆଣ୍ଡ ଆୱାର୍ଡ୨୦୨୩ ସମାରୋହରେ ଏଏମ୍‌ଏନଏସ୍‌କୁ ଏଚ୍‌ଏସଇ ଇନୋଭେଶନ୍‌ ଆୱାର୍ଡ୨୦୨୩ ପ୍ରଦାନ କରାଯାଇଛି । ବିଶେଷ କରି ବୃହତ ପ୍ରକ୍ରିୟା ପ୍ଲାଣ୍ଟ ବର୍ଗରେ ଏଏମ୍‌ଏନଏସ୍‌ ଇଣ୍ଡିଆର ଓଡ଼ିଶା ଅପରେସନ୍ସକୁ ଉକ୍ତ ପୁରସ୍କାର ଦିଆଯାଇଛି । ଏପରିକି କମ୍ପାନୀର ଏହା ଏକ ଉଲ୍ଲେଖନୀୟ ସଫଳତା ହୋଇଥିବା ବେଳେ ସମଗ୍ର ଭାରତର ୩୫୦ରୁ ଅଧିକ ଅନୁଷ୍ଠାନ ବିଭିନ୍ନ ବର୍ଗରେ ପ୍ରାୟ ୭୦୦ ନାମାଙ୍କନ କରିଥିଲେ । ଏ ସମ୍ପର୍କରେ ଏଏମ୍‌ଏନଏସ୍‌ ଇଣ୍ଡିଆ ଏବଂ ଇଣ୍ଡୋନେସିଆର ହେଡ (ଏଚ୍‌ ଆଣ୍ଡ ଏସ୍‌) ସାରଙ୍ଗ ଅରୁଣ ମହାଜନ କହିଛନ୍ତି, ଆମେ ଶୂନ୍ୟ ଦୁର୍ଘଟଣା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ । ଏପରିକି ଏଚଏସଇ ନୀତି ଓ ମାନଦଣ୍ଡର ଉତ୍ତତି ଉପରେ ଆମେ ବିଶେଷ ଧ୍ୟାନ ଦେବା ଜାରି ରଖିଛୁ । ସେହିଭଳି ଏଏମ୍‌ଏନଏସ୍‌ ଇଣ୍ଡିଆର ଓଡ଼ିଶା ଅପରେସନ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା.ଜି କହିଛନ୍ତି, ଏଚ୍‌ଏସଇ ଇନୋଭେଶନ୍‌ ଆୱାର୍ଡ ପାଇ ଆମେ ବେଶ୍‌ ଉତ୍ସାହିତ ଅଛୁ । ଏପରିକି ଏହା ଏକ କର୍ମକ୍ଷେତ୍ର ଓ ସଂସ୍କୃତି ପ୍ରତିପାଦନ କରିବା ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ ।

Leave A Reply

Your email address will not be published.