‘ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରିନି’

'I did not sack Kohli as captain'

0 82

ନୂଆଦିଲ୍ଲୀ, ୫ା୧୨: ପୂର୍ବ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ଥରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିବାଦକୁ ନେଇ ମୁହଁ ଖୋଲିଛନ୍ତି । ଗାଙ୍ଗୁଲି କହିଛନ୍ତି, ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରି ନାହିଁ । ଏଥିରେ ମୋର କୌଣସି ହାତ ନାହିଁ । ଏତିକି କହିଥିଲି କି, ନାଲି ବଲ୍‌ ଓ ଧଳା ବଲରେ ଅଲଗା ଅଲଗା ଅଧିନାୟକ ରହିବା ଉଚିତ । ବିରାଟ କୋହଲି ୨୦୨୧ ଟି-୨୦ ବିଶ୍ୱକପ ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଅଧିନାୟକତ୍ୱ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଦିନିକିଆ ଏବଂ ଟେଷ୍ଟରେ ଟିମକୁ ଲିଡ କରିବା ପାଇଁ ଇଚ୍ଛା ରଖିଥିଲେ । କିନ୍ତୁ ବିସିସିଆଇ ଏହି ନିଷ୍ପତ୍ତିର ଖୁସି ନଥିଲା । ବିରାଟ କୋହଲି ଅଧିନାୟକ ପଦରୁ ବିଦା ହେବା ପଛରେ ଗାଙ୍ଗୁଲିଙ୍କ ହାତ ଥିବା କଥାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ ବୋଡର଼୍ ସଭାପତି ଥିବା ବେଳେ କୋହଲି ଅଧିନାୟକ ପଦ ଛାଡ଼ିଥିଲେ । ଏହାକୁ ନେଇ ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ୨୦୨୧ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦା ହୋଇଯିବାରୁ କୋହଲି ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବାକୁ •ହୁଁଥିଲେ । କେବଳ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ରହିବାକୁ ଆଗ୍ରହୀ ଥିଲେ । ସେତେବେଳେ ସେ ରୋହିତ ଶର୍ମାଙ୍କୁ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦେବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି । ହେଲେ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରିବା କଥା କେବେବି କହି ନାହାନ୍ତି ବୋଲି ତାଙ୍କ ନିଜ ସୋ “ପ୍ରିନ୍ସ ଅଫ୍‌ ବେଙ୍ଗଲ’ରେ ଗାଙ୍ଗୁଲି କହିଛନ୍ତି । ସାଉଥ ଆଫ୍ରିକା ଟୁର ପୂର୍ବରୁ ବିରାଟ କୋହଲିଙ୍କ ଏକ ବୟାନ ଚର୍ଚ୍ଚାକୁ ଆସିଥିଲା । ଗାଙ୍ଗୁଲିଙ୍କ କହିବାନୁଯାୟୀ, କୋହଲିଙ୍କ ସହିତ କଥାବାର୍ତ୍ତା ହେବା ପରେ ଦିନିକିଆ ଅଧିନାୟକରୁ ହଟା ଯାଇଥିଲା । କିନ୍ତୁ କୋହଲିଙ୍କ ବୟାନ କିଛି ଅଲଗା ଥିଲା ।

Leave A Reply

Your email address will not be published.