ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା

It will play an important role in the field of quality education

0 55

ଭୁବନେଶ୍ୱର,୭ା୧୨ : ଖୋର୍ଦ୍ଧା ଇନଫୋଭ୍ୟାଲିରେ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହିତ ଉକ୍ରର୍ଷ ପ୍ରତିପାଦନ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଆଜି ଏସଭିକେଏମ୍‌ଏସ୍‌ଏନଏମଆଇଏମଏସ ୟୁନିଭରସିଟିର ଭିତ୍ତିପ୍ରସ୍ତର ସ୍ଥାପାନ ହୋଇଛି । ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଏ ଅଞ୍ଚଳରେ ଏକ ପ୍ରସିଦ୍ଧ ୟୁନିଭରସିଟି ସ୍ଥାପନ ହେବାକୁଯାଉଛି । ଏ ନେଇ ମୁଖ୍ୟମନ୍ତ୍ରୀ ଏସଭିକେଏମ୍‌ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇଛନ୍ତି । ଯୁବ ଗୋଷ୍ଠୀ ଆମ ଶକ୍ତି ଏବଂ ଭବିଷ୍ୟତ । ଏହି ଅନ୍ତର୍ଜାତିୟମାନର ଶିକ୍ଷା କ୍ୟାମ୍ପସ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଶ୍ରୀଭିଲେପାର୍ଲେ କେଲବାଣୀ ମଣ୍ଡଲ(ଏସ୍‌ଭିକେଏମ୍‌) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ ଆସିଥିବା ପ୍ରସ୍ତାବକୁ ପୂର୍ବରୁ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଥିଲା ଏଥିପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଗଉଡ଼କାଶିପୁର ଗ୍ରାମରେ ୪୦ଏକର ଜମି ଯୋଗାଇ ଦେଇଛନ୍ତି । ଏଥିସହ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ପ୍ରଦାନ କରିବେ ସରକାର । ଏହି କ୍ୟାମ୍ପସ୍‌ରେ ଦକ୍ଷତା ଅନୁସାରେ ୩୦% ଆସନରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଆଯିବ । ପର୍ଯ୍ୟାୟକ୍ରମେ ଏସ୍‌ଭିକେଏମ୍‌ ଏହି କ୍ୟାମ୍ପସ୍‌ର ସମ୍ପ୍ରସାରଣ କରିବ । ଓଡ଼ିଶାରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ଉକ୍ରର୍ଷତା ପ୍ରଦାନ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାକୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କ୍ୟାମ୍ପସରେ କେଜିଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାଦାନ ହେବ । ଏସ୍‌ଭିକେଏମ୍‌ ପକ୍ଷରୁ ୪୦୦କୋଟିର ପୁଞ୍ଜି ବିନିଯୋଗ ହେବ । ରାଜ୍ୟ ସରକାରଙ୍କ ସହାୟତାରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାୟକ୍ରମେ କରାଯିବ । ଭିତ୍ତିଭୂମି ବିକାଶ, ମରାମତି, ନବୀକରଣ, ଲ୍ୟାଣ୍ଡସ୍କେପ୍‌, ଯନ୍ତ୍ରପାତି, ମାନବ ସମ୍ବଳ ଖର୍ଚ୍ଚ ଏସଭିକେଏମ୍‌ ବହନ କରିବ । ଜଟଣୀରେ ବିଶ୍ୱସ୍ତରର ଶିକ୍ଷାନୁଷ୍ଠାନ ହେବାକୁ ଥିବାରୁ ଏଥିପାଇଁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ବିଧାୟକ ସୁରେଶ ରାଉତରାୟ ।

Leave A Reply

Your email address will not be published.