୩ରୁ ୫ ଡିଗ୍ରୀ ଖସିବ ରାତିର ତାପମାତ୍ରା

The night temperature will drop by 3 to 5 degrees

0 70

ଭୁବନେଶ୍ୱର,  : ଡିସେମ୍ବର •ଲିଲାଣି, ମାତ୍ର ଶୀତର ଦେଖା ନଥିଲା । ତାପମାତ୍ରା ସ୍ୱାଭାବିକ ଠାରୁ ଉପରେ ଥିଲା । କେବେ ଶୀତ ଆସିବ ସମସ୍ତେ •ହିଁରହିଥିବା ବେଳେ ଗତକାଲି ରାତିରୁ ବଦଳି ଯାଇଛି ଭୁବନେଶ୍ୱର ସହର ପାଗର ମିଜାଜ୍‌ । ଆନ୍ଧ୍ର ଉପକୂଳରେ ମାଡ଼ ହୋଇଥିବା ଭୀଷଣ ବାତ୍ୟା “ମିଗୋଜମ’ ପ୍ରଭାବରେ କୋହଲା ପାଗ ସାଙ୍ଗକୁ ଥଣ୍ଡା ପବନ ରାଜଧାନୀବାସୀଙ୍କ ଦେହକୁ ଥରାଇ ଦେଇଛି । ରାତି ଯେତିକି ବଢୁଛି, ପାଗ ସେହି ଅନୁଯାୟୀ ବଦଳିବା ସହ ତାପମାତ୍ରା କମୁଛି । ଗୁରୁବାର ସକାଳ ହେବା କ୍ଷଣି କୋହଲା ପାଗ ସାଙ୍ଗକୁ ପବନ ଓ ଝିପିଝିପି ବର୍ଷା ସହରରେ ଶୀତର ଭ୍ରମ ସୃଷ୍ଟି କରିଥିଲା । ଗତ ୩ଦିନର ତାପମାତ୍ରାକୁ ତର୍ଜମା କଲେ ସହରର ତାପମାତ୍ରା ଲଗାତାର ଭାବେ ହ୍ରାସ ପାଉଛି । ୪ ତାରିଖରେ ସହରର ସର୍ବୋଚ୍ଚ ତାପମାତ୍ରା ୨୮.୪ ଡିଗ୍ରି ଓ ସର୍ବନିମ୍ନ ୨୨.୬ ଡିଗ୍ରି ଏବଂ ୫ ତାରିଖରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତା ଯଥାକ୍ରମେ ୨୮.୮ ଓ ୨୧.୫ ଡିଗ୍ରି ଥିଲା । ବାତ୍ୟା ପ୍ରଭାବରେ ରାଜଧାନୀ ତାପମାତ୍ରା ତଳମୁହାଁ ଧରିଛି । ଗୁରୁବାର ଉଭୟ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ଭିତରେ ହିଁ ରହିଛି । ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୫ ଡିଗ୍ରି ହ୍ରାସ ପାଇବା ସହ ୨୩.୬ ଡିଗ୍ରିରେ ପହଞ୍ଚିଥିବା ବେଳେ ମଙ୍ଗଳବାର ରାତିର ସର୍ବନିମ୍ନ ତାପମାତ୍ରା ୨୦.୪ ଡିଗ୍ରି ରେକର୍ଡ ହୋଇଛି । ରାତିରେ ଥଣ୍ଡା ଜାରି ରହିଥିବାରୁ ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଗତ ଦୁଇଦିନ ତୁଳନାରେ ଆଜିର ତାପମାତ୍ରା ୫ ଡିଗ୍ରି କମ୍‌ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଝିପିଝିପି ବର୍ଷା ଲାଗିରହିଥିବାରୁ ସହରର ଜୀବନଯାତ୍ରା ବହୁ ପରିମାଣରେ ପ୍ରଭାବିତ ହୋଇଛି । କୋହଲା ପାଗ ସାଙ୍ଗକୁ ବର୍ଷା ହେଉଥିବାରୁ ବାଇକ୍‌ଚାଳକମାନେ ବର୍ଷାରୁ ରକ୍ଷା ପାଇଁ ରେନକୋର୍ଟ ପିନ୍ଧିବେ ନା ଥଣ୍ଡାର ମୁକାବିଲା କରିବାକୁ ସ୍ୱେଟର ବା ଜ୍ୟାକେଟ୍‌ ପିନ୍ଧିବେ, ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ପବନ ସାଙ୍ଗକୁ ଝିପିଝିପି ବର୍ଷା ହେଉଥିବାରୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଖୁବ୍‌ କମ୍‌ ରହିଥିଲା । ହାଟ ଓ ବଜାର ପ୍ରାୟତଃ ଫାଙ୍କି ଥିଲା । ସକାଳୁ କାମକୁ ବାହାରିଥିବା ଶ୍ରମିକମାନଙ୍କ ଭିତରୁ ଅନେକ କାମ ନ ପାଇ ନିରାଶ ହୋଇଛନ୍ତି । ଶ୍ରମିକ ହାଟରେ ଛିଡ଼ା ହୋଇଥିଲେ ମଧ୍ୟ ବର୍ଷା ହେଉଥିବାରୁ ସେମାନଙ୍କୁ କେହି ନେଇ ନ ଥିଲେ । ଦିନସାରା ଝିପିଝିପି ବର୍ଷା ହେଉଥିଲେ ମଧ୍ୟ ମଝିରେ ମଝିରେ ବଡ଼ ବର୍ଷା ଦ୍ୱାରା ପାଣି ବାବଦରେ ଦୁର୍ନାମ ଥିବା ସହରର ଅନେକ ଅଞ୍ଚଳର ରାସ୍ତାରେ ପାଣି ଜମି ଯାଇଥିଲା । ରସୁଲଗଡ଼-ବମିଖାଲ ରାସ୍ତାରେ ପାଣିଧାର •ଲିଥିଲା । ସେହିପରି ଜୟଦେବବିହାର ଭଳି କିଛି ସ୍ଥାନରେ ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହୋଇଥିଲା । ଗୁରୁବାର ସକାଳ ୮ଟା ୩୦ରୁ ଅପରାହ୍ଣ ୨ଟା ୩୦ ମଧ୍ୟରେ ଭୁବନେଶ୍ୱରରେ ୨୦.୯ ମିମି ବର୍ଷା ରେକର୍ଡ କରାଯାଇଥିଲା । ଅନେକ ଅଞ୍ଚଳରେ ସନ୍ଧ୍ୟା ପରେ ମଧ୍ୟ ବର୍ଷା ଲାଗିରହିଥିବାରୁ ଲୋକେ ଥଣ୍ଡାରେ ଥରୁଛନ୍ତି ।

Leave A Reply

Your email address will not be published.