ଧାରା ୩୭୦ ରଦ୍ଦ ସଂପୂର୍ଣ୍ଣ ଠିକ୍‌ : ସୁପ୍ରିମକୋଟ

Repeal of Article 370 is absolutely correct: Supreme Court

0 41

ନୂଆଦିଲ୍ଲୀ ,୧୧ା୧୨: ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସୁପ୍ରିମକୋର୍ଟରେ ଚାଲିଥିବା ଆଇନଗତ ଲଢେ଼ଇରେ ଆସିଛି ଚୂଡ଼ାନ୍ତ ରାୟ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିବା ସହ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି ଘୋଷଣା କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ବି•ର କରିବା କ୍ରମରେ ମୁଖ୍ୟ ବି•ରପତି କହିଲେ ଯେ, ଜମ୍ମୁ କାଶ୍ମୀରରେ ୩୭୦ ଧାର ଲାଗୁ କରିବା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । କିନ୍ତୁ ଭାରତରେ ମିଶ୍ରଣ ପରେ ଆଉ ଏହି ସ୍ୱତନ୍ତ୍ର ମାନ୍ୟତା ବଜାୟ ରହିପାରିବ ନାହିଁ । କାରଣ ଭାରତରେ ମିଶ୍ରଣ ହେବା ସହ ଜମ୍ମୁ-କାଶ୍ମରର ସାର୍ବଭୌମତ୍ୱ ଶେଷ ହୋଇଥିଲା । ଯେହେତୁ ଜମ୍ମୁ- କାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ । ତେଣୁ ଏହାର ନିଜସ୍ୱ ପ୍ରଭୁତ୍ୱ ନାହିଁ । ରାୟ ଶୁଣାଇବା ବେଳେ ସୁପ୍ରିମ୍‌ କୋର୍ଟ କହିଛନ୍ତି, ସେତେବେଳେ ରାଜ୍ୟରେ ଯୁଦ୍ଧ ପରିସ୍ଥିତି ଥିବାରୁ ଧାରା ୩୭୦ ଥିଲା ଏବ ଅସ୍ଥାୟୀ ବ୍ୟବସ୍ଥା ।ଏହାଛଡ଼ା, ଜମ୍ମୁ ଓ କଶ୍ମୀରର ଅନ୍ୟ ରାଜ୍ୟମାନଙ୍କଠାରୁ ପୃଥକ୍‌ ଆଭ୍ୟନ୍ତରିଣ ସାର୍ବଭୌମତ୍ୱ ନାହିଁ । ସମ୍ବିଧାନରେ ମଧ୍ୟ ଜମ୍ମୁ ଓ କଶ୍ମୀରର ସାର୍ବଭୌମତ୍ୱ ଥିବା କଥା ଉଲ୍ଲେଖ ନାହିଁ । ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ହେବା କଥା ଭାରତର ସମ୍ବିଧାନର ଧାରା ୧ ଓ ୩୭୦ରେ ସୁସ୍ପଷ୍ଟ । ଏହା ମଧ୍ୟ ଦେଶର ଅନ୍ୟ ରାଜ୍ୟଗୁଡିକ ସହ ସମାନ । କିନ୍ତୁ ଜମ୍ମୁ କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଖଣ୍ଡପୀଠ କହିଛନ୍ତି ଯେ, ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ରହିବ । କିନ୍ତୁ ତୁରନ୍ତ ଜମ୍ମୁ କଶ୍ମୀରକୁ ରାଜ୍ୟ ମାନ୍ୟତା ମିଳୁ । ଏଥିସହ ଆସନ୍ତା ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ କଶ୍ମୀରରେ ସାଧାରଣ ନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଧାରା ୩୭୦ ରଦ୍ଦକୁ ଚ୍ୟାଲେଞ୍ଜ କରି ୨୦୧୯ରେ ମୋଟ ୧୮ ଆବେଦନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା । ଏହି ପ୍ରସଙ୍ଗରେ ୧୬ ଦିନ ଧରି ଶୁଣାଣି ପରେ ସେପ୍ଟେମ୍ବର ୫ରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ପ୍ରଧାନ ବି•ରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶନ କୌଲ୍‌, ସଞ୍ଜୀବ ଖାନ୍ନା, ବିଆର୍‌ ଗଭାଇଏବଂ ସୂର୍ଯ୍ୟକାନ୍ତଙ୍କ ପାଞ୍ଚ ଜଣିଆ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏହି ମାମଲାରେ କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ ଯେ ରାଷ୍ଟ୍ରପତିଙ୍କ ଘୋଷଣାପତ୍ର ଯେଭଳି ଭାବେ ଜାରି କରାଯାଇଛି ତାହା ସମ୍ବିଧାନ ପ୍ରତି ପ୍ରତାରଣା ବୋଲି କରାଯାଉଥିବା ଯୁକ୍ତି ସମ୍ପୂର୍ଣ୍ଣ ଭୁଲ୍‌ । ଧାର୍ଯ୍ୟ ପ୍ରକ୍ରିୟାରୁ କୌଣସି ବିଚ୍ୟୁତି ହୋଇ ନ ଥିଲା । ତକ୍ରାଳୀନ ଜମ୍ମୁ-କାଶ୍ମୀର ରାଜ୍ୟ ଭାରତ ସହ ମିଶିବା ପରେ ଏହାର ସାର୍ବଭୌମତ୍ୱ ମଧ୍ୟ ଭାରତ ସହ ମିଶିଯାଇଥିଲା । ଆବେଦନକାରୀମାନେ ସ୍ୱୟଂଶାସନକୁ ଆଭ୍ୟନ୍ତରୀଣ ସାର୍ବଭୌମତ୍ୱକୁ କହି ବିଭ୍ରାନ୍ତ କରୁଛନ୍ତି ବୋଲି କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ । ଅନ୍ୟପକ୍ଷରେ ଦେଶରେ ଦୁଇଟି ସମ୍ବିଧାନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ । ଭାରତୀୟ ସମ୍ବିଧାନ ପ୍ରସ୍ତୁତି ପାଇଁ ଗଠିତ ସମ୍ବିଧାନ ସଭା ପରି ଜମ୍ମୁ-କାଶ୍ମୀର ସମ୍ବିଧାନ ସଭା ଏକ ପୂର୍ଣ୍ଣାଙ୍ଗ ସମ୍ବିଧାନ ସଭା ନ ଥିଲା । କେନ୍ଦ୍ର ସରକାର ଅଗଷ୍ଟ ୫, ୨୦୧୯ରେ ସମ୍ବିଧାନର ଧାରା ୩୭୦କୁ ରଦ୍ଦ କରିଦେଇଥିଲେ । ଏହି ଧାରା ଅଧୀନରେ ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିଲା । ଧାରା ୩୭୦ ରଦ୍ଦ ପରେ ରାଜ୍ୟକୁ ଜମ୍ମୁ-କାଶ୍ମୀର ଓ ଲଦାଖ ରୂପେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ଆଗକୁ ଜାମ୍ମୁକାଶ୍ମୀରରେ ଅଲଗା ପତାକା କିମ୍ବା ଅଲଗା ସମ୍ବିଧାନର କୌଣସି ବ୍ୟବସ୍ଥା ରହିବ ନାହିଁ । ଜାମ୍ମୁ ଓ କାଶ୍ମୀରର ସରକାର କହିଲେ ସେଠାରେ ରାଜ୍ୟପାଳ, ସମ୍ବିଧାନ କହିଲେ ବିଧାନସଭାକୁ ବୁଝାଯିବ । ରାଷ୍ଟ୍ରପତି ଶାସନ ଜାରି ସମୟରେ ସଂସଦର ସୁପାରିଶ ଅନୁସାରେ ରାଷ୍ଟ୍ରପତି ନିର୍ଦ୍ଦେଶ ଜାରି କରିପାରିବେ । ତେବେ ଆବେଦନକାରୀ ପୁଣି ସୁପ୍ରିମକୋର୍ଟରେ ଆବେଦନ କରିପାରନ୍ତି ଏବଂ ଏହି ମାମଲା ୭ ଜଜ୍‌ ବିଶିଷ୍ଟ ବେଞ୍ଚରେ ପୁଣି ଶୁଣାଣି ହେବା ସମ୍ଭାବନା ରହିଛି ।

Leave A Reply

Your email address will not be published.