ଏଣିକି ବିନା ଓଟିପିରେ ଏକ ଲକ୍ଷ ଟଙ୍କା ଯାଏ ୟୁପିଆଇ ପେମେଣ୍ଟ

UPI payment goes up to one lakh rupees without OTP

0 51

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ପେମେଣ୍ଟ ନିୟମରେ ପରିବତ୍ତନ ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ । ଏହି ଅନୁଯାୟୀ କେତେକ ନିର୍ଦ୍ଦିଷ୍ଟ କାରବାର କ୍ଷେତ୍ରରେ ୟୁପିଆଇ ଅଟେ । ପେମେଣ୍ଟ ସୀମା ବଢ଼ିବ । ଯେଉଁଥିରେ ଓଟିପି (ୱାନ୍‌-ଟାଇମ୍‌ ପାସ୍‌ୱାର୍ଡ) ଭଳି ଅତିରିକ୍ତ ଯାଞ୍ଚ ପ୍ରକ୍ରିୟା ବା ଭେରିଫିକେସନ୍‌ର ଆବଶ୍ୟକତା ପଡିବନାହିଁ । ଏହାର ଅର୍ଥ ହେଉଛି ୧ ଲକ୍ଷ ଟଙ୍କା ଯାଏ ଅଟୋ ପେମେଣ୍ଟ ପାଇଁ ୟୁଜରଙ୍କୁ ଓଟିପି ଦେବାକୁ ପଡିବନାହିଁ । ଏହି ନୂତନ ସୀମା କେବଳ ମ୍ୟୁଚୁଆଲ୍‌ ଫଣ୍ଡ ସବସ୍କ୍ରିପସନ୍‌, ବୀମା ପ୍ରିମିୟମ୍‌ ସବସ୍କ୍ରିପସନ୍‌ ଏବଂ କ୍ରେଡିଟ୍‌ କାର୍ଡ ପରିଶୋଧ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଛି । ଏହି ପଦକ୍ଷେପ ଗହଣ କରି ୟୁପିଆଇ ଅଟୋ ଡେବିଟ୍‌ କାରବାର ନେଇ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ଏହି ସୀମାକୁ ୧୫ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏହାର ଅର୍ଥ ହେଉଛି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମଣ୍ଟ ଉପରେ ଓଟିପି ଆବଶ୍ୟକ ହେବ ନାହିଁ । ଏହି ନୂଆ ନିୟମ ସମସ୍ତ ପ୍ରକାର ପେମେଣ୍ଟ ପାଇଁ ପ୍ରଯୁଜ୍ୟ ହେବ ନାହିଁ । ଏହାପୂର୍ବରୁ ୨୦୨୨ ଜୁନ୍‌ରେ ଏହି ପେମେଣ୍ଟ ସୀମା ୫ରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପ୍ରଚଳିତ ବ୍ୟବସ୍ଥାରେ ଅଟୋ ପେମେଣ୍ଟ ୧୫,୦୦୦ ଟଙ୍କାରୁ ଅଧିକ ହେଲେ ଓଟିପି ଆଧାରିତ ଏଏଫ୍‌ଏ ପ୍ରଯୁଜ୍ୟ ହେବ । ଡିଜିଟାଲ୍‌ କାରବାରର ନିରାପତ୍ତା ଏବଂ ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରିକରିଂ କାରବାର ପାଇଁ ଇ-ମାଣ୍ଡେଟ୍‌ ପ୍ରୋସେସିଂର ରୂପରେଖା ଅଗଷ୍ଟ ୨୦୧୯ରେ କରାଯାଇଥିଲା । ବର୍ତ୍ତମାନ ପଞ୍ଜୀକୃତ ଇ-ମାଣ୍ଡେଟ୍‌ ସଂଖ୍ୟା ୮.୫ କୋଟି, ଯାହା ମାସକୁ ପ୍ରାୟ ୨୮୦୦ କୋଟି ଟଙ୍କା ମୂଲ୍ୟର କାରବାର ପ୍ରୋସେସିଂ କରିଥାଏ । କିନ୍ତୁ ମ୍ୟୁଚୁଆଲ୍‌ ଫଣ୍ଡ ସବ୍‌ସ୍କ୍ରିପସନ୍‌, ଇନସ୍ୟୁରାନ୍ସ ପ୍ରିମିୟମ ପେମେଣ୍ଟ ଏବଂ କ୍ରେଡିଟ କାର୍ଡ ବିଲ୍‌ ପେମେଣ୍ଟ ପରି ବର୍ଗରେ, ଯେଉଁଠାରେ କାରବାର ଆକାର ୧୫ ହଜାର ଟଙ୍କାରୁ ଅଧିକ ସେସସବୁ କ୍ଷେତ୍ରରେ ପେମେଣ୍ଟ ସୀମା ବୃଦ୍ଧି କରିବାର ଆବଶ୍ୟକତା ଅନୁଭବ କରାଯାଇଛି । ଏହା ଉପରେ ଖୁବ ଶୀଘ୍ର ଏକ ସର୍କୁଲାର ଜାରି କରାଯିବ ବୋଲି ଜଣାପଡିଛି । ଦ୍ୱି-ମାସିକ ମୁଦ୍ରାନୀତି ସମୀକ୍ଷା ଉପସ୍ଥାପନ କରି କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମ୍ୟୁଚୁଆଲ ଫଣ୍ଡ, ବୀମା ପ୍ରିମିୟମ ଏବଂ କ୍ରେଡିଟ କାର୍ଡ ବିଲ୍‌ ପେମେଣ୍ଟ ପାଇଁ । ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ ଏଏଫ୍‌ଏ ଆବଶ୍ୟକତାକୁ ଛାଡ କରିବାକୁ ପ୍ରସ୍ତାବ ଦିଆଯାଇଛି । ସେ କହିଛନ୍ତି ଯେ ଅନ୍ୟାନ୍ୟ ବିଦ୍ୟମାନ ଆବଶ୍ୟକତା ଯେପରିକି ପୂର୍ବ ଏବଂ ପରବତ୍ତୀ କାରବାର ସୂଚନା, ଉପଭୋକ୍ତାମାନଙ୍କ ପାଇଁ ବିକଳ୍ପ ଇତ୍ୟାଦି ଏହି କାରବାର ପାଇଁ ପ୍ରଯୁଜ୍ୟ ହେବ । ଏହି ପରିପ୍ରେକ୍ଷୀରେ ଏକ ସଂଶୋଧିତ ସର୍କୁଲାର ଖୁବ୍‌ ଶୀଘ୍ର ଜାରି କରାଯିବ ।

Leave A Reply

Your email address will not be published.