ଏବେ ମଦ ସାମ୍ରାଜ୍ୟରେ ପଞ୍ଝା ମାରିବ ଇଡ

Hindalco to build battery factory in Odisha; 800 crore investment plan

0 53

ଭୁବନେଶ୍ୱର, : ବିଶ୍ୱର ସର୍ବବୃହତ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଫାଇନ- କ୍ୱାଲିଟି ଆଲୁମିନିୟମ ଫଏଲ ନିର୍ମାଣ କ୍ଷେତ୍ରରେ ଏହାର ସାମର୍ଥ୍ୟକୁ ଉଲ୍ଲେଖନୀୟ ଭାବରେ ପରିବର୍ଦ୍ଧିତ କରିବାକୁ ଯୋଜନା ରଖିଛି, ଯାହା ଇଲେକଟ୍ରିନ ଯାନ (ଇଭି) ଏବଂ ଶକ୍ତି ମହଜୁଦ ବ୍ୟବସ୍ଥାଗୁଡିକ ନିମନ୍ତେ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ଆବଶ୍ୟକତା ପୂରଣ କରିବ । ଓଡ଼ିଶାର ସମ୍ବଲପୁର ନିକଟରେ ଏକ ନୂତନ କାରଖାନା ନିର୍ମାଣ କରିବାକୁ କମ୍ପାନୀ ୮୦୦ କୋଟି ଟଙ୍କା ନିବେଶ କରୁଛି ଯେଉଁଠାରେ ପ୍ରାଥମିକ ପର୍ଯ୍ୟାୟରେ ୨୫, ୦୦୦ ଟନ ସମୁସ୍ଥାନ ଶକ୍ତିସମ୍ପନ୍ନ ଉତ୍ପାଦ ନିର୍ମାଣ କରାଯିବ ଯାହା ଲିଥିୟମ-ଆୟନ ଏବଂ ସୋଡିୟମ-ଆୟନ ସେଲର ମେରୁଦଣ୍ଡ ଭାବରେ ବିବେଚିତ ହେଉଛି । ୨୦୩୦ ସୁଦ୍ଧା ଭାରତରେ ବ୍ୟାଟେରୀ ଗ୍ରେଡ ଆଲୁମିନିୟମ ଫଏଲ ଚାହିଦା ବହୁଗୁଣ ବୃଦ୍ଧିପାଇ ପ୍ରାୟ ୪୦, ୦୦୦ ଟନ ହେବା ଆଶା କରାଯାଉଛି, ଯାହା ମୁଖ୍ୟତଃ ଉନ୍ନତ ସେଲ ନିର୍ମାଣ ନିମନ୍ତେ ଛତୁଫୁଟିବା ଭଳି ବୃଦ୍ଧି ପାଉଥିବା ଗିଗା କାରଖାନା ଗୁଡିକ ଯୋଗୁ ହେବ । ବ୍ୟାଟେରୀ ସାମଗ୍ରୀ ଚାହିଦାରେ ଆମେ ଦ୍ରୁତ ଅଭିବୃଦ୍ଧି ଲକ୍ଷ୍ୟ କରୁଛୁ, ଯାହା ଇଲେକଟ୍ରିନ ଯାନସମୂହ ଏବଂ ଗ୍ରୀଡ ମହଜୁଦ କ୍ଷେତ୍ରଗୁଡିକ ପାଇଁ ବେଶ ପ୍ରଭାବୀ ଦୃଶ୍ୟପଟ୍ଟ ଦ୍ୱାରା ପରିଚାଳିତ ହେଉଛି । ଏଭଳି ରଣ କୋ÷ଶଳାତ୍ମକ କ୍ଷେତ୍ର ଗୁଡିକରେ କଞ୍ଚାମାଲ ସ୍ଥାନୀୟ ସ୍ତରରେ ସଂଗ୍ରହ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ବୋଲି ସତୀଶ ପାଇ, ମ୍ୟାନେଜିଂ ଡାଇରେକ୍ଟର, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ କହିଛନ୍ତି । “ହିଣ୍ଡାଲକୋ ସେଥିପାଇଁ ଆତ୍ମନିର୍ଭର ଭାରତ ନିର୍ମାଣ ନିମନ୍ତେ ବ୍ୟାଟେରୀ ସାମଗ୍ରୀ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ବିବିଧ କ୍ଷେତ୍ରରେ ନିବେଶ କରୁଛି । ଏହି ନୂଆ ବ୍ୟାଟେରୀ ଫଏଲ ମିଲରେ ନିବେଶ ଏ ଦିଗରେ ଏହିଭଳି ଆଉ ଏକ ପଦକ୍ଷେପ ହୋଇଛି । ହିଣ୍ଡାଲକୋ ତାହାର ମହାରାଷ୍ଟ୍ରସ୍ଥିତ ମୋ÷ଦା ୟୁନିଟରେ ଗୁଣାତ୍ମକ ବ୍ୟାଟେରୀ ଫଏଲ ନିର୍ମାଣ ନିମନ୍ତେ ପ୍ରଯୁକ୍ତିଗତ ସଫଳତା ହାସଲ କରି ସାରିଛି । ମୋ÷ଦା ୟୁନିଟ ସମ୍ପ୍ରତି ଭାରତ, ୟୁରୋପ ଏବଂ ଆମେରିକାରେ ଲିଥିୟମ-ଆୟନ ସେଲ ନିର୍ମାଣ ଯୋଗ୍ୟତା ହାସଲ ପ୍ରକ୍ରିୟାରେ ରହିଛି । ଓଡ଼ିଶାରେ ଏହି ନୂଆ ୟୁନିଟ ସମଗ୍ର ବିଶ୍ୱରେ ଗିଗା କାରଖାନାଗୁଡିକୁ ସାମଗ୍ରୀ ଯୋଗାଣ କ୍ଷମତା ସହିତ ପୁନଃ ଯୋଗ କରିବ । ଉଚ୍ଚ ପ୍ରଦର୍ଶନ ସାମର୍ଥ୍ୟ ରଖୁଥିବା ଆଲୁମିନିୟମ ଫଏଲ ଗୁଡିକ କ୍ୟାଥୋଡ ପଦାର୍ଥ ନିମନ୍ତେ କରେଣ୍ଟ ସଂଗ୍ରହକାରୀ ଭାବରେ ସେଲ ନିର୍ମାତାଙ୍କ ଦ୍ୱାରା ବ୍ୟବହାର କରାଯାଉଛି । ଧାତବ କ୍ଷେତ୍ରରେ ହିଣ୍ଡାଲକୋର ଗଭୀର ଜ୍ଞାନ, ସିଟ ଏବଂ ଫଏଲ ରୋଲିଂ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ଏବଂ ଏହାର ନିଜସ୍ୱ ଆଲୁମିନିୟମ ଧାତୁର ସୁଯୋଗ ଏହାକୁ ଏ କ୍ଷେତ୍ରରେ ଏକ ଅଭେଦ୍ୟ ଉତକ୍ଷେପଣ ସ୍ଥଳ ଯୋଗାଇ ଦେଉଛି । ଯାନ୍ତ୍ରିକ ସାମର୍ଥ୍ୟ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ, ମୋଟେଇକୁ ଅଧିକ ଶାଣିତ କରିବା ଏବଂ ଏହିସବୁ ଉନ୍ନତ ପ୍ରୟୋଗାତ୍ମକ ଫଏଲ ଗୁଡିକର ପୃଷ୍ଠଭାଗର ଚାରିତ୍ରିକ ଦିଗରେ ବୃଦ୍ଧି ଘଟାଇବାକୁ କମ୍ପାନୀ ଏହିଭଳି ଫଏଲ ବିକାଶ କରୁଛି । ବ୍ୟାଟେରୀ ଫଏଲ ଗୁଡିକ ଉପରେ ନୂତନ କୋଟିଂ ଦିଗରେ ଏହା କାର୍ଯ୍ୟ କରୁଛି ଯାହା ଉତ୍ତମ ଅଠାଯୁକ୍ତ କରିବା, ନିମ୍ନ ପ୍ରତିରୋଧୀ ଏବଂ ହ୍ରାସ କରାଯାଇଥିବା ଅବୟକ୍ଷିତା ପ୍ରଦର୍ଶନ ଦ୍ୱାରା ଏହାର ପ୍ରଦର୍ଶନକୁ ଅଧିକ ବଳ ଯୋଗାଇବ । ଏହା ନିଜର ଗ୍ରାହକମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବର ପ୍ରସ୍ତୁତ କରାଯାଉଥିବା ସମାଧାନ ଗୁଡିକ ନିମନ୍ତେ ନିଜର ଦମଦାର ଆର ଆଣ୍ଡ ଡିର ସୁଯୋଗ ନେବ । ଏହି ପ୍ରକଳ୍ପ ଅଙ୍ଗାରକ ନିର୍ଗମନ ହ୍ରାସ କରିବା ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ନିର୍ମାଣ ନିମନ୍ତେ ସରକାରଙ୍କର ସବୁଜ ପ୍ରୟାସକୁ ଆଖିଦୃଶିଆ ଗତିଶୀଳତା ପ୍ରଦାନ କରିବ । ଏଥିସହିତ କମ୍ପାନୀ ବ୍ୟାଟେରୀ ଏନକ୍ଲୋଜର, ମୋଟର ହାଉସିଂସ, ବୁସବାରସ, ଷ୍ଟ୍ରକଚରାଲ ଏବଂ ନିରାପତ୍ତା ଉପାଦାନ, ହାଲୁକା ଲୋଡ ବଡିଜ ଆଦି ଗୁରୁତ୍ୱପୂର୍ଣ୍ଣ ଅଂଶ ମିଳିତ ଭାବରେ ବିକାଶ ଓ ତିଆରି କରିବାକୁ ମୂଳ ଉପକରଣ ନିର୍ମାତା (ଓଇଏମ) ମାନଙ୍କ ସହିତ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରୁଛି, ଯେଉଁଗୁଡିକ ମଧ୍ୟରୁ ଅଧିକାଂଶ ଭାରତରେ ପ୍ରଥମ ଥର ପାଇଁ ଡିଜାଇନ ଓ ବିକଶିତ କରାଯାଉଛି । ଏହି ଏକାଧିକ ନିବେଶ ଏକ ଧାତୁ ନିର୍ମାତାରୁ ଏକ ହାଇଟେକ ଧାତବ ସମାଧାନ ଯୋଗାଣକାରୀ ଭାବରେ ବ୍ୟାପକ ରୂପାନ୍ତରଣକୁ ଉତପ୍ରେରିତ କରୁଛି । ଏହି କାରଖାନା ସହିତ ଏକ ୨୫ ମେଗାୱାଟ ସୋ÷ର ଶକ୍ତି ପ୍ଲାଣ୍ଟ ମଧ୍ୟ ସ୍ଥାପନ କରାଯିବ ଏବଂ ଏହା ୪୦୦ କେଭି ରାଷ୍ଟ୍ରୀୟ ଗ୍ରୀଡ ସଂଯୋଗରୁ ଅତିରିକ୍ତ ସୋ÷ର ଶକ୍ତିର ସୁଯୋଗ ମଧ୍ୟ ନେଇ ପାରିବ । ୨୦୨୫ ଜୁଲାଇରେ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଥିବା ଏହି ୟୁନିଟ ମହାରାଷ୍ଟ୍ରର ମୋ÷ଦାଠାରେ ସମ୍ପ୍ରତି ରହିଥିବା ହିଣ୍ଡାଲକୋର କାରଖାନାର ପରିପୂରକ ହେବ ।

Leave A Reply

Your email address will not be published.