ସଂସଦ ଷଡ଼ଯନ୍ତ୍ର : କୁଆଡେ଼ ଗଲା ମାଷ୍ଟରମାଇଣ୍ଡ

Parliamentary conspiracy: Where did the mastermind go?

0 89

ନୂଅଦିଲ୍ଲୀ,୧୪ା୧୨: ପାର୍ଲାମେଣ୍ଟର ଲୋକସଭାରେ ଅନୁପ୍ରବେଶକାରୀଙ୍କ ହଙ୍ଗମା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ତନାଘନା । ୫ ଅଭିଯୁକ୍ତ ଧରା ପଡ଼ିଥିବା ବେଳେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାଙ୍କୁ ଖୋଜୁଛି ପୋଲିସ । ଲଳିତର ଶେଷ ଲୋକେସନ ରାଜସ୍ଥାନ ବୋଲି ଜଣାପଡ଼ିଛି । ପାର୍ଲାମେଣ୍ଟରେ ହଙ୍ଗମା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ପୋଲିସ । ଅନେକ ଦିନ ଧରି ଏହି ଯୋଜନା ଚାଲିଥିଲା । ଅନୁପ୍ରବେଶ ପାଇଁ ୬ ମାସ ତଳୁ କରାଯାଇଥିଲା ଷଡ଼ଯନ୍ତ୍ର । ଦିଲ୍ଲୀକୁ ଆସି ବାରମ୍ବାର ରେକି କରିଥିଲେ ଅଭିଯୁକ୍ତ । ପ୍ରକୃତରେ ଏହା ଷଡ଼ଯନ୍ତ୍ର ନା ଆଉ କ’ଣ, ମାଷ୍ଟରମାଇଣ୍ଡ ଧରାପଡ଼ିଲେ ହିଁ ତାହା ସ୍ପଷ୍ଟ ହେବ । ଅଧିକ ପଚରାଉଚରା
ପାଇଁ ୪ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକ ଡାକି ଘଟଣାର ସମୀକ୍ଷା ଜାରି ରଖିଛନ୍ତି । ପୋଲିସ ଓ ଗୁଇନ୍ଦା ଏଜେନ୍ସି ଅଭିଯୁକ୍ତଙ୍କୁ ତୁହାକୁ ତୁହା ପ୍ରଶ୍ନ କରୁଛି । ସାଗର ଓ ମନୋରଞ୍ଜନ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଭିତରକୁ ଡେଇଁ ୨୮ ମିନିଟ ଧରି ଆତଙ୍କ ଚଳାଇଥିଲେ ।
ଆଉ ପାର୍ଲାମେଣ୍ଟର ବାହାରେ ନୀଲମ ଓ ଅମୋଲ ବିରୋଧ ପ୍ରଦର୍ଶନ କରିଥିଲେ । କୁହାଯାଉଛି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଲଲିତ ଝା । ଏବେ ସେ ଫେରରା
ଅଛି । ଘଟଣା ସମୟରେ ଲଲିତ ସଂସଦ ବାହାରେ ଉପସ୍ଥିତ ଥିଲା । ପାଟିତୁଣ୍ଡ ଆରମ୍ଭ ହେବା ମାତ୍ରେ ଅଭିଯୁକ୍ତ ଲଲିତ ସେଠାରୁ ଫେରାର ହୋଇଯାଇଛନ୍ତି । ତାକୁ ଧରିବା
ପାଇଁ ପୋଲିସ ଏବେ ·ରିଆଡେ ଜାଲ ବିଛାଇଛି । ସେ ଧରାପଡିବା ପରେ ବଡ ଷଡଯନ୍ତ୍ରର ପର୍ଦ୍ଦାଫାସ ହେବ ବୋଲି କୁହାଯାଉଛି । ପୋଲିସର କୁହା ଯାଉଛି ଦେଢ ବର୍ଷ ପୂର୍ବରୁଫେସବୁକରେ ଅଭିଯୁକ୍ତମାନେ ଏକାଠି ହୋଇଥିଲେ । ଭଗତ ସିଂହ ଫ୍ୟାନ କ୍ଲବ ନାମରେ ତିଆରି ହୋଇଥିବା ଫେସବୁକ ପେଜରେ ଏହି ୬ ଜଣ ସକ୍ରିୟ ଥିଲେ ବୋଲି ଦିଲ୍ଲୀ ପୋଲିସ କହିଛି । ସଂସଦରେ ଯେଉଁଭଳି କାର୍ଯ୍ୟ •ଲିଛି ଏବଂ ମଣିପୁର ହିଂସାକୁ ନେଇ ଏମାନେ ଅସନ୍ତୁଷ୍ଟ ଥିଲେ । ଏହାପରେ ସାରା ଦେଶକୁ ଏକ ବାର୍ତ୍ତା ଦେବାକୁ ଯୋଜନା କରିଥିଲେ ବୋଲି ଜଣାପଡିଛି । ବୁଧବାର ଲଳିତ ୪ ଜଣଙ୍କ ସହ ପାର୍ଲାମେଣ୍ଟ ଆସିଥିଲେ, ଭିଜିଟର ପାସରେ କେବଳ ଦୁଇଜଣଙ୍କ ପ୍ରବେଶ ପାଇଁ ଅନୁମତି ଥିବାରୁ ସାଗର ଓ ମନୋରଞ୍ଜନ ପାର୍ଲାମେଣ୍ଟ ଭିତରକୁ ଯାଇଥିଲେ । ଅନ୍ୟପକ୍ଷରେ ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ଘଟଣାରେ ୮ସୁରକ୍ଷାକର୍ମୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ସଂସଦ ଭବନ ଆଗରେ ୧୪୪ ଧାରା ଲାଗୁ ହୋଇଛି । ପାର୍ଲାମେଣ୍ଟ ଭିତରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ବି ରହିଛି । ଏହାସତ୍ତେ୍ୱ ୫ ଜଣ କିଭଳି ଏକାଠି ହେଲେ ତାହା ବିରାଟ ପ୍ରଶ୍ନ ସୃଷ୍ଟି କରିଛି ।

Leave A Reply

Your email address will not be published.