ଶାହି ଈଦଗାହ ମସଜିଦ୍‌ର ସର୍ଭେ ପାଇଁ ମଞ୍ଜୁରୀ

Approval for survey of Shahi Idgah Masjid

0 56

ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ଆହ୍ଲାବାଦ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ଶାହି ଈଦଗାହ ମସଜିଦ୍‌ର ସର୍ଭେ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଈଦଗାହ ମସଜିଦ୍‌ ବିବାଦ ମାମଲାରେ ବିବାଦିତ ପରିସରର ସର୍ଭେ ନେଇ ଆଡଭୋକେଟ୍‌ କମିଶନରଙ୍କ ଜରିଆରେ ଏକ ଯାଚିକା ଦାୟର ହୋଇଥିଲା । ଏଥିରେ ବିବାଦିତ ଅଞ୍ଚଳର ସର୍ଭେ ପାଇଁ ଦାବି କରାଯାଇଥିଲା । ଯାହାର ରାୟ ଆହ୍ଲାବାଦ ହାଇକୋର୍ଟ ଶୁଣାଇଛନ୍ତି । ଜଷ୍ଟିସ୍‌ ମୟଙ୍କ କୁମାର ଜୈନଙ୍କ ଜଣକିଆ ଖଣ୍ଡପୀଠ ପୈସଲା ଶୁଣାଇ ଶାହି ଈଦଗାହ ମସଜିଦ୍‌ର ସର୍ଭେ ପାଇଁ ମଞ୍ଜୁରୀ ଦେଇଛନ୍ତି । ତେବେ ଏହି ସର୍ଭେରେ କାହାକୁ କମିଶନର ଦାୟିତ୍ୱ ଦିଆଯିବ ଏବଂ ଆଗାମୀ ପ୍ଲାନିଂ କ’ଣ ହେବ ଆସନ୍ତା ଡିସେମ୍ବର ୧୮ ତାରିଖରେ ଏହା ଉପରେ ନିର୍ଣ୍ଣୟ ନେବେ ଅଦାଲତ । ହିନ୍ଦୁ ପକ୍ଷ ମଥୁରା ଅଦାଲତରେ ପ୍ରଥମେ ସର୍ଭେ ନେଇ ଦାବି ରଖିଥିଲା । ୨୦୨୨ରେ ଡିସେମ୍ବର ମାସରେ ମଥୁରା କୋର୍ଟ ଅମିନ ସର୍ଭେ ବା ମାପଚୁପ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ମୁସଲିମ୍‌ ପକ୍ଷ ଉଚ୍ଚ ଅଦାଲତ ଯାଚିକା ଦାଖଲ କରି ସର୍ଭେ ଉପରେ ଆପତ୍ତି ଉଠାଥିଲେ । ଯାହାଫଳରେ ଅମିନ ସର୍ଭେ ବନ୍ଦ ହୋଇଥିଲା । ଏବେ ଅ ।ହ୍ଲାବାଦ ହାଇକୋର୍ଟ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ମୁସଲିମ୍‌ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରେ ।

Leave A Reply

Your email address will not be published.