ରେଫରିଙ୍କୁ ମୁଥ ମାରି କ୍ଲବ୍‌ ସଭାପତି ଗିରଫ

The referee was arrested by Muth Marry club president

0 90

ନୂଆଦିଲ୍ଲୀ, ୧୪ା୧୨: ତୁର୍କିରେ ଏକ ଘରୋଇ ଫୁଟବଲ୍‌ ଲିଗ୍‌ •ଲୁଥିବା ସମୟରେ ଜଣେ କ୍ଲବ୍‌ ସଭାପତି ମ୍ୟାଚ୍‌ ପରି•ଳନା କରୁଥିବା ରେଫରିଙ୍କୁ ମୁଥ ମାରି ଗିରଫ ହୋଇଛନ୍ତି । ତୁର୍କି ଫୁଟବଲ୍‌ ଫେଡେରେସନ୍‌ (ଟିଏଫ୍‌ଏଫ୍‌) ଆନୁକୂଲ୍ୟରେ ସୁପର ଲିଗ୍‌ ମ୍ୟାଚ୍‌ ଆୟୋଜନ ହେଉଥିବା ସମୟରେ ଏହି ଘଟଣା ଘଟିଥିଲା । ଅଙ୍କରାଗୁକୁ ଓ ରାଇଜେସ୍ପର୍‌ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଥିଲା । କିନ୍ତୁ ରେଫରିଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିବା ଅଙ୍କରାଗୁକୁ ସଭାପତି ଫାରୁକ କୋକା ମ୍ୟାଚ୍‌ ଶେଷ ହେବା ହୁଇସିଲ୍‌ ବାଜିବା ପରେ ରେଫରିଙ୍କୁ ମୁଥ ମାରି ଆକ୍ରମଣ କରିଥିଲେ । ରେଫରି ଜଣକ ତଳେ ପଡ଼ିଯିବା ପରେ ମଧ୍ୟ ତାଙ୍କୁ ଆକ୍ରମଣ କରିବା ବନ୍ଦ କରି ନଥିଲେ । ହେଲେ ମାମଲା ଏତିକିରେ ଥମି ନଥିଲା । ମୁଥ ମାରିଥିବା କ୍ଲବର ସମର୍ଥକମାନେ ପଡ଼ିଆ ଭିତରକୁ •ଲିଆସିବା ସହ ରେଫରିଙ୍କୁ ଗୋଇଠା ମାରିଥିଲେ । ତେବେ ପୋଲିସର ସହାୟତାରେ ରେଫରି ଜଣକ ଡ୍ରେସିଂ ରୁମକୁ •ଲିଯିବାରେ ସକ୍ଷମ ହୋଇଥିଲେ । ଏହି ଘଟଣା ପରେ ଟିଏଫ୍‌ଏଫ୍‌ ଉକ୍ତ ଲିଗର ସମସ୍ତ ମ୍ୟାଚକୁ ବାତିଲ କରିଛି । ଏଥିସହ ଆକ୍ରମଣ କରିଥିବା କ୍ଲବ୍‌, ଏହାର ଅଧ୍ୟକ୍ଷ ଓ ଅଧିକାରୀମାନଙ୍କ ମଧ୍ୟରୁ ଯିଏ ବି ଦୋଷୀ ହୋଇଥିବ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟିଏଫ୍‌ଏଫ୍‌ କହିଛି । ମାମାଲା କୋର୍ଟରେ ପହଞ୍ଚିବା ପରେ ତୁରନ୍ତ କୋକାଙ୍କୁ ଗିରଫ କରିବାକୁ ସ୍ଥାନୀୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଆକ୍ରମଣ ସହିତ ଜଡ଼ିତ ଅନ୍ୟ ଦୁଇଜଣଙ୍କୁ ପୋଲିସ୍‌ ଅଟକ ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.