କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ

The Chief Minister believes in deeds, not words

0 68

କୋରାପୁଟ,୨୩ା୧୨ : କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ। ୭୭ ବର୍ଷରେ ବି ରାଜ୍ୟବାସୀଙ୍କ ସେବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ଜୟପୁରରେ କ୍ଲାନ୍ତିହୀନ ଜୀବନର କାହାଣୀ କହିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଇ କୋରାପୁଟ ଜିଲ୍ଲାର ତିନୋଟି ଜିଲ୍ଳା ତଥା କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାର ହଜାର ହଜାର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଗସ୍ତରେ ପ୍ରଥମେ କୋରାପୁଟ ଡିଏଭି କଲେଜ୍‌କୁ ଗସ୍ତ କରି ସେଠାର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଇ ପାଞ୍ଚ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ ଛାତ୍ରମାନଙ୍କ ପାଠପଢ଼ାରେ କଠିନ ପରିଶ୍ରମ କରିବାକୁ ଗୁରୁମନ୍ତ୍ର ଦେଇଥିଲେ। ତତ୍‌ସହିତ କଲେଜକୁ ବିକଶିତ କରିବା ନିମନ୍ତେ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଜୟପୁର ଦଶହରା ପଡିଆ ଠାରେ ପହଞ୍ଚି ଜୟପୁର ନିର୍ବାଚନମଣ୍ଡଳୀ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତ ସମ୍ପ୍ରଦାୟର ଲୋକମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ରାଜ୍ୟ ସରକାରଙ୍କ ବିକାଶର ଗାଥା କହିଥିଲେ। ଏହାପରେ ଜୟପୁର ବାଳକ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ପହଞ୍ଚି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର ୩ ଟି ଜିଲ୍ଳାରୁ ଆସିଥିବା ସାଂସଦ, ବିଧାୟକ ଏବଂ ପ୍ରସାଶନିକ ଅଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ୩ଟି ଜିଲ୍ଲାରୁ ଆସିଥିବା ଅଭିଯୋଗକୁ ଶୁଣିବା ସହିତ ଏହି ଅଭିଯୋଗ ଶୁଣାଣୀର ପ୍ରତ୍ୟେକ ସମସ୍ୟାର ସମାଧାନ ୭ ଦିନ ମଧ୍ୟରେ କାର୍ଯ୍ୟକାରିତା ହେବ ବୋଲି ସେ କହିଥିଲେ। ଆଜିର ଏହି ଗସ୍ତରେ ବିରୋଧୀ ଦଳର ନେତାଙ୍କ ଅପପ୍ର•ରକୁ ବିରୋଧ କରି ସେ କହିଥିଲେ ରାଜ୍ୟରେ ନବୀନ ସରକାରଙ୍କ ବିକାଶ ପ୍ରତ୍ୟେକ ଘରେ ଘରେ ପହଁଚିପାରିଛି ଏଣୁ ବିରୋଧୀ ଦଳଙ୍କ ନିକଟରେ କୌଣସି ଉପାୟ ନାହିଁ । ତେଣୁ ସେମାନେ ରାଜ୍ୟ ସରକାରଙ୍କ ବିରୋଧରେ ଅପପ୍ର•ର କରୁଛନ୍ତି ବୋଲି କହିଛନ୍ତି। ତତ୍‌ସହିତ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାରେ ସମସ୍ତଙ୍କୁ ଅବଗତ ରହିବା ପାଇଁ କହିବା ସହିତ ରାଜ୍ୟ ସରକାରଙ୍କ ବିକାଶ ନୀତିକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ଶେଷରେ କୋରାପୁଟ ଜିଲ୍ଲା ପ୍ରଶାସନିକ ବ୍ୟବସ୍ଥାକୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.