ରାଜଧାନୀରେ ‘ ଘୁମୁସର ମହୋତ୍ସବ’ ପାଇଁ ପ୍ରସ୍ତୁତି ବୈଠକ

Preparatory meeting for 'Ghumusar festival' in the capital

0 56

ଭୁବନେଶ୍ୱର,୨୩ା୧୨ : ଘୁମୁସର ସାହିତ୍ୟ, କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ସାରା ବିଶ୍ୱ ପ୍ରସିଦ୍ଧ। ଅତୀତରେ ଘୁମୁସର ଭଞ୍ଜ ରାଜବଂଶ ୮୩୨ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ ଦୀର୍ଘ ଏକ ହଜାର ବର୍ଷ ପର୍ଯ୍ୟନ୍ତ ଘୁମୁସରରେ ରାଜତ୍ୱ କରି ଆସିଥିଲେ ଯାହା ପୃଥିବୀ ଇତିହାସରେ ବିରଳ। କିନ୍ତୁ ଐତିହାସିକ କାରଣରୁ ଏହା ଇତିହାସ ପୃଷ୍ଠାରେ ଲିଭିବାକୁ ବସିଲାଣି । ଏହାର ଉପଯୁକ୍ତ ପ୍ର•ର ଓ ପ୍ରସାର ପାଇଁ ଘୁମୁସରିଆଙ୍କୁ ନେଇ ଦୁଇଟି ଅନୁଷ୍ଠାନ ଗଢ଼ା ହୋଇଛି। ଘୁମୁସର ବିକାଶ ପରିଷଦର ସଭାପତି ସୋମନାଥ ନାୟକ, ସମ୍ପାଦକ ପ୍ରକାଶ ଚନ୍ଦ୍ରସାହୁ, ପ୍ରଶାନ୍ତ ବିଶୋୟୀ ଓ ଭୁବନେଶ୍ୱରରେ ରହୁଥିବା ଘୁମୁସରିଆଙ୍କୁ ନେଇ ଘୁମୁସର ଉନ୍ନୟନ ମଞ୍ଚ ସଭାପତି ବାଲ୍ମିକୀ ପଟ୍ଟନାୟକ, ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ, ତାରିଣୀ ପାତ୍ର ପ୍ରମୁଖ ଘୁମୁସରର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ପ୍ରୟାସ ଜାରୀ ରଖିଛନ୍ତି। ସୋମନାଥ ନାୟକଙ୍କ ସଭାପତିତ୍ୱରେ ମଞ୍ଚର କାର୍ଯ୍ୟକାରିଣୀ କର୍ମକର୍ତ୍ତାଙ୍କ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ଜଳସମ୍ପଦ ଡାକବଙ୍ଗଳା ଠାରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ଲୋକକଳା ସଖୀନାଟ, ଭାରତଲୀଳା, ଦ୍ୱାରୀ, ନବରଙ୍ଗୀ, ଦାଶକାଠିଆ, ଘୁଡିକି, ଢଣକୋଇଲି, ଗାହଣ, ପ୍ରହଲ୍ଲାଦ ନାଟକ, ରାଧାପ୍ରେମ ଲୀଳା, କୃଷ୍ଣଲୀଳା, ଘୋଡାନାଚ, ଯୋଡିଶଙ୍ଖ, କାଠିନାଚ, ପାଲା, ବାଘନାଚ, ପଶୁମୁଖା ନାଚ, ଘୋଡାନାଚ, ଦଣ୍ଡଚରିତ୍ର ଇତ୍ୟାଦି ପରିବେଷଣ, ଉକ୍ରଳର ଉକ୍ରୃଷ୍ଠ, ଓଡିଶାର ବିରଳ ବିଶ୍ୱବିଖ୍ୟାତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସଙ୍ଗୀତ ଉପରେ ଆସାର, ଭଞ୍ଜ ସଙ୍ଗୀତ ପରିବେଷଣ, ଲୁଚି ଯାଉଥିବା ପ୍ରାଚୀନ ଡେରାବେଶ, ଗୋବର କଣ୍ଢେଇ, ପିତଳ ମାଛ, ଜାତୀୟ ମାନ୍ୟତା ପ୍ରାପ୍ତ ଗୋବଂଶ ଘୁମୁସରୀ ଓ ଘୁମୁସରିଆ ଖାଦ୍ୟ, ବୀର ଚକରା ବିଶୋୟୀ ଶାରୀରିକ କଳା ପ୍ରଦର୍ଶନ, ଚିତ୍ରକଳା ମାଧ୍ୟମରେ ଘୁମୁସରର ପ୍ରାଚୀନ ମନ୍ଦିର, ଐତିହ୍ୟ, କଳାକୃତି ପରିବେଷଣ କରାଯିବା ସହ ଜନ୍ମମାଟି ଘୁମୁସର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ ଘୁମୁସର ବୀରପୁତ୍ରଙ୍କ କୀର୍ତ୍ତି ଇତ୍ୟାଦି ମହୋତ୍ସବରେ ପ୍ରଦର୍ଶିତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ଇଞ୍ଜିନିୟର ଲିଙ୍ଗରାଜ ଗୌଡ, ଶିକ୍ଷାବିତ୍‌ ରାମହରି ପାତ୍ର, ଉଚ୍ଚ ନ୍ୟାୟାଳୟ ବରିଷ୍ଟ ଆଇନଜୀବୀ ବିଶ୍ୱନାଥ ପଟ୍ଟନାୟକ, ବିଦ୍ୟାଧର ଭୂୟାଁ , ବାଲ୍ମିକୀ ପାତ୍ର, ସିମାଞ୍ଚଳ ପାତ୍ର, ରବି ସାମନ୍ତ ପ୍ରମୁଖ ଏହି ପ୍ରସ୍ତୁତି ବୈଠକରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.