ଗ୍ରାମୀଣ ଭାରତରେ କୃଷି ଭିତ୍ତିଭୂମି ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ୍‌ ପ୍ରତିଶ୍ରୁତିବଦ୍ଧ

Vedanta Aluminum is committed to developing agricultural infrastructure in rural India

0 133

ଭୁବନେଶ୍ୱର, : ଜାତୀୟ କୃଷକ ଦିବସ ଅବସରରେ ଭାରତର ବୃହତମ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଭାରତର ଗ୍ରାମୀଣ ସମ୍ପ୍ରଦାୟର ଉନ୍ନତି ପାଇଁ ସାମାଜିକ- ଅର୍ଥନୈତିକ ଅଭିବୃଦ୍ଧିକୁ ବ୍ୟାପକ କରିବାର ପ୍ରତିବଦ୍ଧତାକୁ ଦୋହରାଇଛି। ସମ୍ମାନଜନକ ଜୀବିକା ନିର୍ବାହ, କୃଷି ପ୍ରଯୁକ୍ତିବିଦ୍ୟା ବିଷୟରେ ଜ୍ଞାନ ବଢାଇବା, ନିରନ୍ତର କୃଷି ଅଭ୍ୟାସକୁ ବଢାଇବା ଏବଂ ବୃତିଗତ ଅର୍ଥନୀତି ଗଠନ ପାଇଁ ଅନେକ ପଦକ୍ଷେପ ଦ୍ୱାରା କମ୍ପାନୀ କୃଷି ସମ୍ପ୍ରଦାୟ ସହିତ ସକ୍ରିୟ ଭାବରେ ଜଡିତ ରହିଛି। ୧୦,୦୦୦ ରୁ ଅଧିକ କୃଷକ ଏହି ପ୍ରୟାସରୁ ଉପକୃତ ହୋଇଛନ୍ତି, ଯାହାକି ଓଡିଶାର ଏବଂ ଛତିଶଗଡ ଗ୍ରାମାଞ୍ଚଳର ସକରାତ୍ମକ ପରିବର୍ତ୍ତନକୁ ପ୍ରଭାବିତ କରୁଛି। ଜାତୀୟ ସାମଗ୍ରିକ ପ୍ରଗତିରେ କୃଷକ ମାନଙ୍କର ପ୍ରମୁଖ ଭୂମିକାକୁ ସ୍ୱୀକୃତି ଦେଇ କମ୍ପାନୀ କୃଷି ସମ୍ପ୍ରଦାୟର ସଦସ୍ୟଙ୍କ ପାଇଁ ଉପଲବ୍ଧ ଭିତ୍ତିଭୂମି ମଧ୍ୟ ବୃଦ୍ଧି କରୁଛି, ଯେପରିକି ଝାରସୁଗୁଡା, ଓଡିଶାରେ ନିୟୋଜିତ ଜୀଭିକା ସମ୍ରିଧୀ କାର୍ଯ୍ୟକ୍ରମ ଏବଂ ଛତିଶଗଡ କୋରବାରେ ମୋର ଜଳ ମୋର ମାଟି ପଦକ୍ଷେପର ଶୁଭାରମ୍ଭ କରିଛି। ଏଥିସହ ବେଦାନ୍ତ ଆଲୁମିନିୟମ୍‌ ବାୟୋଡିଜେଲର ଟ୍ରାଏଲ୍‌ ରନ୍‌ ମଧ୍ୟ ଚଳାଇଛି, ଯାହା କୃଷକମାନଙ୍କ ପାଇଁ ଅତିରିକ୍ତ ରାଜସ୍ୱ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ଏହା ସାଧାରଣତ ଫସଲ ଅବଶିଷ୍ଟ ଜୈବିକ ପଦାର୍ଥରୁ ଉତ୍ପନ୍ନ ହୋଇଥାଏ। ଏହି ପଦକ୍ଷେପଗୁଡ଼ିକ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜିଏସ) ସହିତ ସମାନ୍ତରାଳ ଭାବରେ ପରିକଳ୍ପିନା କରାଯାଇଛି। ବିଶେଷକରି ‘ନୋ ଦାରିଦ୍ରତା’ (ଏସଡିଜି୧), ଉପଯୁକ୍ତ କାର୍ଯ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧି (ଏସଡିଜି୮), ଶିଳ୍ପ, ଅଭିନବତା ଏବଂ ଭିତିଭୂମି (ଏସଡିଜି ୯) ଜଳବାୟୁ କାର୍ଯ୍ୟ (ଏସଡିଜି୧୩) ଇତ୍ୟାଦି ଅର୍ନ୍ତଭୁକ୍ତ। ଜିଭିକା ସମ୍ରିଧୀ କାର୍ଯ୍ୟକ୍ରମ ଓଡ଼ିଶାର ଝାରସୁଗୁଡାରେ ବେଦାନ୍ତ ଆଲୁମିନିୟମ୍‌ର ମେଗା ଆଲୁମିନିୟମ୍‌ ଅପରେସନ୍‌ ପରିସରରେ ନିୟୋଜିତ ହୋଇଛି। କ୍ଷୁଦ୍ର କୃଷକମାନଙ୍କୁ ଅଧିକ ଚାଷ ପ୍ରଣାଳୀ ସହିତ ପରିଚିତ କରାଇବାକୁ ଏହା ଲକ୍ଷ୍ୟ ରଖିାଯାଇଛି। ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ନିକଟରେ ଆରମ୍ଭ କରାଯାଇଥିଲା, ଏକତ୍ରିତ ଭାବରେ ୧୦୦୦ ଗ୍ରାମୀଣ ପରିବାର, ଜଳବାୟୁ-ସ୍ମାର୍ଟ ଅଭ୍ୟାସ ଏବଂ ବର୍ଦ୍ଧିତ କୃଷି ଅମଳ ପାଇଁ ଏକୀକୃତ ଜୈବିକ ଚାଷ ଅଭ୍ୟାସ ତଥା ପରିଚାଳନା ଉପରେ ଧ୍ୟାନ ଦେଇଥିଲେ । ମୋର ଜାଳ ମୋର ମାଟି ପଦକ୍ଷେପ ଛତିଶଗଡର କୋରବାରେ ଅବସ୍ଥିତ ଭାରତର ପ୍ରତିଷ୍ଠିତ ଆଲୁମିନିୟମ୍‌ ଉତ୍ପାଦକ ବାଲକୋ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଯାହାକି ନିକଟବର୍ତୀ ସମ୍ପ୍ରଦାୟରେ ଫାର୍ମିଂ ଫାର୍ମରେ ବିପ୍ଳବ ଆଣିବାରେ ସାହାଯ୍ୟ କରିବ। ଏହି ପ୍ରକଳ୍ପ ସମୁଦାୟ ୩୨ ଟି ଗାଁରେ ପହଞ୍ଚି ୩୬୦୦ ରୁ ଅଧିକ କୃଷକଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇଛି। ଏହି କୃଷକମାନଙ୍କ ମଧ୍ୟରୁ ପ୍ରାୟ ୩୦% ୧୮-୩୫ ବର୍ଷିୟ ଯୁବକ ଅଟନ୍ତି ଏବଂ ଏହି ଯୁବକମାନେ କୃଷିକୁ ଏକ ବୃତି ଭାବରେ ଗ୍ରହଣ କରିବାକୁ ଉତ୍ସାହିତ। ଏହା ସ୍ଥାୟୀ ଏବଂ ସମସାମୟିକ କୃଷି ଅଭ୍ୟାସକୁ ଅଗ୍ରଗତି କରିବା, ଜଳ ସଂରଚନା ଅଭ୍ୟାସରେ ଉନ୍ନତି ଆଣିବା ସହ ଜଳ ସଂରଚନା ନିର୍ମାଣ ଏବଂ ନବୀକରଣ, ଉଦ୍ୟାନ କୃଷି ଏବଂ କାଠ ନଥିବା ଜଙ୍ଗଲ ଉତ୍ପାଦନ ପଦକ୍ଷେପକୁ ସମର୍ଥନ କରିବା ଏବଂ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଚାଷ ପ୍ରଣାଳୀକୁ ସଂସ୍ଥାପନ କରିବା ଉପରେ ଏହା କେନ୍ଦ୍ରିତ ହୋଇଛି। ଏଥିସହ, ଏହି ପ୍ରକଳ୍ପରେ କୃଷକମାନଙ୍କ ପାଇଁ ତାଲିମ ଏବଂ ପ୍ରଦର୍ଶନ କ୍ଷେତ୍ର ସହିତ ସଜ୍ଜିତ ଏକ ଉତ୍ସର୍ଗୀକୃତ ବେଦାନ୍ତ କୃଷି ଉତ୍ସ କେନ୍ଦ୍ର ଭାବରେ ପ୍ରତିଷ୍ଠିତ ହୋଇଛି। ଅଧିକନ୍ତୁ, ଓଡିଶାର ଏହାର ଲାଞ୍ଜିଗଡ ଆଲୁମିନା ରିଫାଇନାରୀରେ କମ୍ପାନୀ ବ୍ୟବସାୟିକ ଯାନ ପାଇଁ ବାୟୋଡିଜେଲକୁ ଆଷ୍ଟେନେବୁଲ୍‌ ଇନ୍ଧନ ବିକଳ୍ପ ଭାବରେ ବ୍ୟବହାର କରିବା ପାଇଁ ଟ୍ରାଏଲ୍‌ ରନ୍‌ ସଫଳତାର ସହ ପରିଚାଳନା କରିଛି। ଏହା ବାୟୋ ଇନ୍ଧନ ଫିଡ୍‌ ଷ୍ଟକଗୁଡିକର ଉତ୍ପାଦନକାରୀ ଚାଷ ଏବଂ ଜୈବିବ ଇନ୍ଧନ ଫସଲ ପାଇଁ ଏକ ସ୍ଥାୟୀ ବଜାରକୁ ବୃଦ୍ଧି କରିବ। କମ୍ପାନୀ ଶକ୍ତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କୃଷି ଅବଶିଷ୍ଟାଂଶରୁ ନିର୍ମିତ ବାୟୋମାସ୍‌ ବ୍ରିକ୍ୟୁଏଟ୍ସ ଗୁଡ଼ିକୁ ମଧ୍ୟ ଏହାର ଶକ୍ତି ମିଶ୍ରଣରେ ସଂଯୁକ୍ତ କରିଛି। ଏହା କୃଷି ଅବଶିଷ୍ଟ ଜଳିବା ବନ୍ଦ କରିବାରେ ସାହାଯ୍ୟ କରିବ ଯାହାକି ପରିବେଶ ଉପରେ ଗୁରୁତର ନକାରାତ୍ମକ ପ୍ରଭାବ ପକାଇଥାଏ। ଏହିପରି ପଦକ୍ଷେପ ଗୁଡ଼ିକ ଅତିରିକ୍ତ ରାଜସ୍ୱ ପ୍ରବାହ ସୃଷ୍ଟି ତଥା ବୃତିଗତ ଅର୍ଥନୀତି ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବ। ଅଧିକନ୍ତୁ, ଟ୍ୟୁବୱେଲ, ବୋରୱେଲ, ପୋଖରୀ, ଏବଂ ପେରକୋଲେସନ୍‌ ଟ୍ୟାଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ପ୍ରତିଷ୍ଠା କରିବାରେ କମ୍ପାନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି, ଉଭୟ ଘର ଏବଂ ଜଳସେଚନ ଉଦ୍ଦେଶ୍ୟରେ ସ୍ଥାନୀୟ ସମ୍ପ୍ରଦାୟ ବର୍ଷସାରା ଜଳ ପାଇପାରିବେ ବୋଲି ମଧ୍ୟ ସୁନିଶ୍ଚିତ କରୁଛି। କେବଳ ଆର୍ଥିକବର୍ଷ ୨୩ରେ ବେଦାନ୍ତ ଆଲୁମିନିୟମ୍‌ ଏହାର କାର୍ଯ୍ୟପରିଚାଳନା ନିକଟରେ ୪୦ରୁ ଅଧିକ ଜଳାଶୟ ପୁନସ୍ଥାପିତ କରିଛି। ଆର୍ଥିକ ବର୍ଷ୨୧ ବେସଲାଇନ ତୁଳନାରେ ଆର୍ଥିକବର୍ଷ୨୩ ରେ କମ୍ପାନୀ ସମ୍ପ୍ରଦାୟ ବିନିଯୋଗରେ ଉଲ୍ଲେଖନୀୟ ୪୫% ବୃଦ୍ଧି ଦ୍ୱାରା ଏହି ପ୍ରୟାସଗୁଡିକ ସକ୍ଷମ ହୋଇଛି। ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍‌ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମର ର‍୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‍୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଣ୍ଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍‌ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।

Leave A Reply

Your email address will not be published.