ପାରାଦୀପ ଇଫକୋ ୟୁନିଟକୁ ଗ୍ଲୋବାଲ ସମିଟ ଆୱାର୍ଡ

Paradip to IFFCO Unit Global Summit Award

0 64

ପାରାଦୀପ,  ପାରାଦୀପ ଇଫକୋ ୟୁନିଟକୁ ୧୧ ତମ ଗ୍ଲୋବାଲ ସେଫଟି ସମିଟ ଆୱାର୍ଡ-୨୦୨୩ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଠାରେ ଶୁକ୍ରବାର ଦିନ ଫାୟାର ଆଣ୍ଡ ସେଫଟି ଫୋରମ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଜିଡି ଗୋଏଙ୍କା ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ପ୍ରଫେସର ଡ଼. ନିହାଲ ଅନୱର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରାଦୀପ ଇଫକୋର ଉତ୍ପାଦନ, ପରିବେଶ ଓ ସୁରକ୍ଷା ପ୍ରବନ୍ଧକ ଆର.କେ.ପାଣ୍ଡେଙ୍କୁ ଏହି ଆୱାର୍ଡ ପ୍ରଦାନ କରିବା ସହ ବ୍ୟକ୍ତିଗତ ବର୍ଗରେ ଉତ୍ତମ ନେତୃତ୍ୱ ପାଇଁ ତାଙ୍କୁ ସମ୍ମାନିତ କରିଥିଲେ। ବୃହତ ସାର ଉତ୍ପାଦନକାରୀ ସଂସ୍ଥା ମାନଙ୍କ ମଧ୍ୟରେ ଇଫକୋ ଏହି ସମ୍ମାନ ହାସଲ କରିଛି। ତେବେ ଇଫକୋ ପାରାଦୀପ ୟୁନିଟର ମୁଖ୍ୟ ତଥା ନିର୍ଦ୍ଦେଶକ କେ.ଜେ. ପଟେଲଙ୍କ ଉତ୍ସାହ ଓ ତତ୍ତ୍ୱାବଧାନରେ ପାରାଦୀପ ଇଫକୋ ସଫଳତାର ପାହାଚ ଚଢି ଚାଲିଥିବା ବେଳେ ସର୍ବଭାରତୀୟ ପରିଚାଳନା ନିର୍ଦ୍ଦେଶକ ଡ଼.ୟୁ.ଏସ. ଅୱସ୍ତିଙ୍କ ୬ ଦଶନ୍ଧିର ଅଭିଜ୍ଞତା ଓ ଦୁରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ୱ ଯୋଗୁଁ ଇଫକୋ ସାର ସମବାୟ ସଂସ୍ଥା ବିଶ୍ୱର ସର୍ବୋଚ୍ଚ ସଂସ୍ଥା ହୋଇପାରିଛି।

Leave A Reply

Your email address will not be published.