ଗାଜା ଉପରେ ଇସ୍ରାଏଲର ଆକ୍ରମଣ : ୭୦ରୁ ଅଧିକ ମୃତ

Israeli attack on Gaza: more than 70 dead

0 47

ନୂଆଦିଲ୍ଲୀ,୨୫ା୧୨ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ପ୍ରାୟ ୮୦ରୁ ଅଧିକ ଦିନରୁ ଜାରି ରହିଛି ଯୁଦ୍ଧ। ଏମିତିକି ସୋମବାର କ୍ରିଷ୍ଟମସରେ ମଧ୍ୟ ଇସ୍ରାଏଲ ଗାଜା ଉପରେ ବଡ଼ ଆକ୍ରମଣ କରିଛି । ଇସ୍ରାଏଲର ଆକ୍ରମଣରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଏହି ଆକ୍ରମଣ ଖୁବ୍‌ ଘାତକ। ସୂଚନା ଅନୁଯାୟୀ, ଇସ୍ରାଏଲ ରବିବାର ରାତିରୁ ହିଁ ଆକ୍ରମଣ ଆରମ୍ଭ କରିଥିଲା। ଆଉ ଏହା ସକାଳ ପର୍ଯ୍ୟନ୍ତ ଲଗାତାର •ଲିଥିଲା। ଆଉ ଇସ୍ରାଏଲ ଆକ୍ରମଣ କାରଣରୁ ଗାଜାରେ ବଡ଼ଦିନ ଅବସରରେ ଶୋକାକୁଳ ପରିବେଶ ରହିଛି। ଏହି ଆକ୍ରମଣ ଯୋଗୁଁ ୱେଷ୍ଟ ବ୍ୟାଙ୍କର କବଜାରେ ଥିବା ବେଥଲହମ ସହରରେ ଖ୍ରୀଷ୍ଟମାସ ସମାରୋହ ମଧ୍ୟ ବନ୍ଦ ହୋଇଛି। ଏହି ସହରରେ ରହିଛି ଯୀଶୁଙ୍କ ଜନ୍ମସ୍ଥାନ। ଯାହା ଏବେ ଶୁନଶାନ୍‌ ହୋଇପଡ଼ିଛି। କୁହାଯାଉଛି ଗାଜାର ଜବାଲିୟାରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ଇସ୍ରାଏଲ ଗାଜାରେ ମଧ୍ୟ ବୋମା ବର୍ଷଣ ଜାରି ବଢ଼ାଇଛି। ଇସ୍ରାଏଲ ଶରଣାର୍ଥୀ ଶିବିରକୁ ଟାର୍ଗେଟ କରିଛି। ଏଥରେ ଅନେକଙ୍କ ଘର ନଷ୍ଟ ହୋଇଛି। ସୂଚନାଥାଉକି, ଗାଜାରେ ଇସ୍ରାଏଲର ଆକ୍ରମଣରେ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୨୦ ଜହାର ପାର୍‌ ହୋଇଛି। ଇସ୍ରାଏଲ କହୁଛି ହମାସ ଆତଙ୍କୀ, ଗାଜାରେ ଜନବହୁଳ ସ୍ଥାନରେ ଲୁଚିଛନ୍ତି। ବେଞ୍ଜାମିନ ନେତାନ୍ୟାହୁ ହମାସକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରିଦେବାକୁ ଶପଥ ନେଇଛନ୍ତି। ସେପଟେ ଇସ୍ରାଏଲକୁ ଅନେକ ଦେଶ ନିରୀହଙ୍କ ହତ୍ୟା ନ କରିବାକୁ ଅପିଲ୍‌ କରିଛନ୍ତି। ଅବଶ୍ୟ ଇସ୍ରାଏଲ ବୋମାବର୍ଷଣ ଜାରି ରଖିଛି। ଉଭୟ ବାୟୁ ଏବଂ ସ୍ଥଳ ପଥରେ ଆକ୍ରମଣ କରୁଛି।

Leave A Reply

Your email address will not be published.