ଶ୍ରୀମନ୍ଦିର ସୁରକ୍ଷା : ସ୍ୱତନ୍ତ୍ର ବାଟାଲିୟନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Security of Shrimandi: Chief Minister approves special battalion

0 66

ଭୁବନେଶ୍ୱର,୨୫ା୧୨ : ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ। ଏହି ବାଟାଲିୟନରେ ୧୧୯୦ ସୁରକ୍ଷାକର୍ମୀ ରହିବେ। ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ନୂଆ ବାଟାଲିୟନ ଶ୍ରୀମନ୍ଦିରର ସୁରକ୍ଷା ସହିତ ଭିଡ଼ ପରି•ଳନା କରିବ। ତା ସହିତ ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେହି ଦାୟିତ୍ୱ ମଧ୍ୟ ତୁଳାଇବ ଏହି ନୂଆ ବାଟାଲିୟନ। ଏହି ବାଟାଲିୟନ ପୁରୀ ଏସପିଙ୍କ ଅଧୀନରେ କାମ କରିବ। ସମୟ ବଦଳିବା ସହ ବିପଦ ମଧ୍ୟ ବଢ଼ୁଛି । ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ଆସ୍ଥା ଓ ଗର୍ବ । ବିଶ୍ୱରେ ବର୍ତ୍ତମାନ ଆତଙ୍କବାଦୀଙ୍କର ହମଲା ବଢ଼ି •ଲିଛି । ଏଣୁ ସବୁକୁ ଧ୍ୟାନରେ ରଖି ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଥିଲା। ସ୍ୱତନ୍ତ୍ର ବାଟାଲିୟନ ନିଯୁକ୍ତି ଫଳରେ ଭିଡ଼ ନିୟନ୍ତ୍ରଣକୁ ଆସିବାର ସମ୍ଭାବନା ରହିପାରେ। ଅନ୍ୟପଟେ ବୟସ୍କମାନଙ୍କ ପାଇଁ ଭିଡ଼ ସବୁବେଳେ ଅସୁବିଧା ହେଉଥିବାରୁ, ସେମାନଙ୍କ ପାଇଁ ଏହା ମଧ୍ୟ ସୁବିଧାଯୋଗ୍ୟ ହେବ ବୋଲି ଅନୁମାନ କରାଯାଇପାରେ। ଉଠା ଦୋକାନୀମାନେ ଯେପରି ପୁଣି ଥରେ ଆସି ବଡ଼ଦାଣ୍ଡ ରାସ୍ତାକୁ ଜବରଦଖଲ ନକରି ପାରନ୍ତି, ସେ ଉପରେ ବିଶେଷ ଭାବେ ଧ୍ୟାନ ଦିଆଯିବ। ଉଠା ଦୋକାନୀ ରହିବା ଫଳରେ ଭକ୍ତଙ୍କର ଯାତାୟାତରେ ବହୁ ପ୍ରକାରେ ଅସୁବିଧା ହେଉଛି। ମୋଟ ଉପରେ ଭକ୍ତଙ୍କର ସୁବିଧା ପାଇଁ ସ୍ୱତନ୍ତ୍ର ବାଟାଲିୟନ ଗଠନ କରାଯାଇଛି। ବାହାର, ଅଭ୍ୟନ୍ତରର ସୁରକ୍ଷା ଉପରେ ଏମାନଙ୍କର ଦୃଷ୍ଟି ରହିବ। ଶ୍ରଦ୍ଧାଳୁଙ୍କର ସୁରକ୍ଷିତ ଦର୍ଶନ ପାଇଁ ଏମାନେ କାର୍ଯ୍ୟ କରିବେ। ଶ୍ରୀମନ୍ଦିରର ସୁରକ୍ଷା ତଥା ଭକ୍ତଙ୍କ ସୁବିଧା ପାଇଁ ଏହି ବାଟାଲିୟନ କାର୍ଯ୍ୟ କରିବ। ୫-ଟି ଅଧ୍ୟକ୍ଷଙ୍କ ପ୍ରସ୍ତାବ ପରେ ଏନେଇ ନିଷ୍ପତ୍ତି ହୋଇଛି। ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳି ସାରିଛି। କୋଭିଡ୍‌ ପରେ ଶ୍ରୀମନ୍ଦିରକୁ ଦୈନିକ ୫୦ ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବା ବେଳେ, ଛୁଟି ଦିନ ଓ ପର୍ବପର୍ବାଣୀରେ ଆହୁରି ୨ରୁ୩ ଗୁଣ ଅଧିକ ଶ୍ରଦ୍ଧାଳୁ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ବାଟାଲିୟନ ଗଠନ ପାଇଁ ନିଷ୍ପତ୍ତି ହୋଇଛି ଏବଂ ସେମାନଙ୍କୁ ଭିଡ଼ ନିୟନ୍ତ୍ରଣ ଉପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.