ନୂଆ ଆୟକର ରିଟର୍ଣ୍ଣ ଜାରି: ନଗଦ ରାଶି, ସବୁ ବ୍ୟାଙ୍କ ଖାତା ବିବରଣୀ ଦେବାକୁ ପଡ଼ିବ

New Income Tax Return Continued: Cash amount, all bank account details to be provided

0 63

ନୂଆଦିଲ୍ଲୀ: ସ୍ୱାଭାବିକ ସମୟଠାରୁ ତିନି ମାସ ଆଗରୁ ନୂଆ ଆୟକର ରିଟର୍ଣ୍ଣ (ଆଇଟିଆର) ଜାରି କରାଯାଇଛି। ଆଇଟିଆର-୧ ଓ ଆଇଟିଆର-୪ ଫର୍ମକୁ ବଡ଼ଦିନ ପୂର୍ବରୁ ଉନ୍ମୋଚନ କରାଯାଇଛି। ୨୦୨୪-୨୫ ଆକଳନ ବର୍ଷ ଲାଗି ଆସିଥିବା ଏହି ଫର୍ମରେ ଟିକସ ଦାତାମାନଙ୍କୁ କେତେକ ଅତିରିକ୍ତ ସୂଚନା ଦେବାକୁ ପଡ଼ିବ। ନୂଆ ଫର୍ମରେ କେତେ ଟଙ୍କାର ନଗଦ ରାଶି ମିଳିଛି ଓ ନିଜ ନାମରେ ଥିବା ସବୁ ବ୍ୟାଙ୍କ ଖାତାରେ ବିବରଣୀ ଟିକସ ବିଭାଗକୁ ଜଣାଇବାକୁ ପଡ଼ିବ। ସାଧାରଣତଃ ମାର୍ଚ୍ଚ ଶେଷ ଆଡ଼କୁ କିମ୍ବା ଏପ୍ରିଲ୍‌ରେ ଆୟକର ରିଟର୍ଣ୍ଣ ଫର୍ମ ଉନ୍ମୋଚନ କରାଯାଏ। ଏଥର ତାହାକୁ ଆଗୁଆ ଜାରି କରାଯାଇଥିବାରୁ ଆବଶ୍ୟକତ କାଗଜପତ୍ର ଓ ତଥ୍ୟ ଯୋଗାଡ଼ କରିବା ଲାଗି ଟିକସଦାତାଙ୍କ ପାଖରେ ଯଥେଷ୍ଟ ସମୟ ରହିବ। ଆଇଟିଆର-୧ ଫର୍ମକୁ ବାର୍ଷିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିବିଶେଷ ଦାଖଲ କରୁଥିବା ଆଇଟିଆର ୪କୁ ବାର୍ଷିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିବିଶେଷ, ବିଭାଜିତ ହୋଇନଥିବା ହିନ୍ଦୁ ପରିବାର, ଏଲ୍‌ଏଲ୍‌ପି ଭଳି କମ୍ପାନି ଦାଖଲ କରୁଛନ୍ତି। ନୂତନ ଭାବେ ଜାରି ହୋଇଥିବା ଆଇଟିଆର୧ରେ ଆୟକର ନିୟମ ଧାରାର ୮୦ସିସିଏଚ୍‌ ଅନୁସାରେ ଟିକସଦାତାଙ୍କ ଅଗ୍ନିପଥ ସ୍କିମ୍‌କୁ ଯୋଗଦାନ ରାଶି କାଟିବାର ଅନୁମତି ପ୍ରଦାନ କରାଯାଇଛି। ସେହିପରି ଅଂଶଇରେ ସବୁ ବ୍ୟାଙ୍କ ଖାତାର ବିବରଣୀ ଦେବାକୁ କୁହାଯାଇଛି। ପୂର୍ବରୁ ଏହି ତଥ୍ୟ ମଗାଯାଉନଥିଲା। ଆଇଟିଆର୪ରେ ନୂତନ ଭାବେ ରାଜସ୍ୱର ବିବରଣୀ ଦେବାକୁ କୁହାଯାଇଛି। ସେଥିରେ ପ୍ରଥମ ଥର ଲାଗି ନଗଦ ରାଶି ଭାବେ କେତେ ଟଙ୍କା ମିଳିଛି ତାହା ଜଣାଇବା ଲାଗି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୭.୮୫ କୋଟି ଆଇଟିଆର ଦାଖଲ ହୋଇଛି, ଯାହା ୨୦୨୨-୨୩ରେ ଦାଖଲ ହୋଇଥିବା .୭୮ କୋଟି ଆଇଟିଆର ତୁଳନାରେ ଅଧିକ।

 

Leave A Reply

Your email address will not be published.