ଆରବିଆଇ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ !

Bomb Threatened to the RBI office!

0 70

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫିସକୁ ବୋମାରେ ଉଡ଼ାଇଦେବାକୁ ଧମକ। ମୁମ୍ବାଇରେ ଅବସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) କାର୍ଯ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ଧମକପୂର୍ଣ୍ଣ ଚିଠି ପଠାଯାଇଥିଲା। ଏହି ଇମେଲରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି। ଆରବିଆଇ କାର୍ଯ୍ୟାଳୟ ବ୍ୟତୀତ ଏଚଡିଏଫସି ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସମେତ ୧୧ଟି ସ୍ଥାନକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ତେବେ ପୋଲିସ ପକ୍ଷରୁ ଏହି ସବୁ ଜାଗାରେ ଖୋଜାଖୋଜି କରିଥିଲା, କିନ୍ତୁ ଆପତ୍ତିଜନକ କିଛି ମିଳିନାହିଁ। ମାର୍ଗ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.