୨୦୨୫ ଚାମ୍ପିଆନ୍ସ ଟ୍ରଫି ଲାଗି ପଠାଇବନି ଖେଳାଳି!

2025 , will not send players for the Champions Trophy!

0 69

ମୁମ୍ବାଇ, ୨୬ା୧୨: ଏସିଆ କପ୍‌ ପରେ ପୁଣି ଥରେ ପାକିସ୍ତାନକୁ ଲାଗିବ ଝଟକା। ହାତରୁ ଖସିପାରେ ୨୦୨୫ ଚମ୍ପିଆନ୍ସ ଟ୍ରଫିର ଆୟୋଜନ। ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଭାରତୀୟ ଟିମ୍‌। ଯାହାକୁ ନେଇ ଏବେଠୁ ଚିନ୍ତାରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ। ଆଗାମୀ ୨୦୨୫ ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାକିସ୍ତାନକୁ ମିଳିଛି। ଯାହାକୁ ନେଇ ଦୁବାଇରେ ଆଇସିସି ଏବଂ ପିସିବି ମଧ୍ୟରେ ଏକ ବୈଠକ ବସିଥିଲା। ଯେଉଁଠି ପାକିସ୍ତାନ କ୍ରିକେଟ୍‌ ବୋର୍ଡ ସଭାପତି ଏବଂ ଆଇସିସିର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଧିକାରିକ ଭାବେ ପାକିସ୍ତାନ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବାକୁ ଏକ ଚୁକ୍ତି ହସ୍ତାକ୍ଷର ହୋଇଛି। ପାକିସ୍ତାନ ଚମ୍ପିଆନ୍ସ ଟ୍ରଫିକୁ ଏକ ପ୍ରକାର ଆୟୋଜନ କରିବା ନେଇ ସ୍ପଷ୍ଟ ହୋଇଛି। କିନ୍ତୁ ତାପରେ ବି ପାକିସ୍ତାନକୁ ଘାରିଛି ବିସିସିଆଇର ଟେନସନ୍‌। କିଛି ଦିନ ତଳେ ଏସିଆ କପର ଆୟୋଜନ ପାକିସ୍ତାନକୁ ମିଳିଥିଲା। କିନ୍ତୁ ଭାରତୀୟ ଟିମ୍‌ ପାକିସ୍ତାନ ଯିବାକୁ ମନା କରିଥିଲା। ଶେଷରେ ହାଇବ୍ରିଡ୍‌ ମଡେଲରେ ଏସିଆ କପ୍‌ ଖେଳାଯାଇଥିଲା। ଯେଉଁଥିରେ ୪ଟି ମ୍ୟାଚ୍‌ ପାକିସ୍ତାନରେ ଆଉ ବାକି ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳାଯାଇଥିଲା। ଏମିତିକି ଶ୍ରୀଲଙ୍କାରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ପାକିସ୍ତାନକୁ ଏହିପରି ସମାନ ଭୟ ଘାରିଛି। ଭାରତୀୟ ବୋର୍ଡ ନିଜ ଟିମକୁ ପାକିସ୍ତାନ ଖେଳିବାକୁ ପଠାଇବନି ବୋଲି ଆଶଙ୍କା କରୁଛି ପିସିବି। ଯାହାକୁ ନେଇ କିଛି ଦିନ ତଳେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ସଭାପତି ଏବଂ ୟୁଏଇ କ୍ରିକେଟ୍‌ ବୋର୍ଡ ମଧ୍ୟରେ ଦୁବାଇରେ ଏକ ବୈଠକ ବସିଥିଲା। ଯେଉଁଥିରେ ଚମ୍ପିଆନ୍ସ ଟ୍ରଫିକୁ ହାଇବ୍ରିଡ୍‌ ମଡେଲରେ କରିବା ନେଇ ଆଲୋଚନା ହୋଇଥିଲା। ଏପିରିକି ଯଦି ଭାରତୀୟ ଟିମ୍‌ ପାକିସ୍ତାନ ଆସିବାକୁ ମନା କରିଦିଏ। ଶେଷରେ ଭାରତୀୟ ଟିମର ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳାଯିବ। କିନ୍ତୁ ଏହି ବୈଠକ ନେଇ ଉଭୟ ବୋର୍ଡ ଗଣମାଧ୍ୟମ ଆଗରେ କୌଣସି ମୁହଁ ଖୋଲିନାହାନ୍ତି। ବରଂ ଉଭୟ କହିଛନ୍ତି ଯେ, ପାକିସ୍ତାନର ଘରୋଇ ଟୁର୍ଣ୍ଣାମେଣ୍ଟ ଏବଂ ଘରୋଇ ଲିଗ୍‌ ମ୍ୟାଚ୍‌ ନେଇ ଆଲୋଚନା ହୋଇଛି। ସେପଟେ ପାକିସ୍ତାନୀର ଏକ ୱେବସାଇଟ୍‌ ଅନୁଯାୟୀ, ଆଗାମୀ ଚମ୍ପିଆନ୍ସ ଟ୍ରଫି ଲାଗି ଭାରତୀୟ ବୋର୍ଡ କେବେବି ହେଲେ ପାକିସ୍ତାନ ପଠାଇନାହାନ୍ତି। ଏପିରି ସ୍ଥିତିରେ ପିସିବିକୁ ବହୁତ କ୍ଷତି ହୋଇପାରେ। ଯାହାକୁ ଶେଷରେ ଭରଣ କରିପାରେ ଆଇସିସି। ସୂଚନାଯୋଗ୍ୟ ଯେ, ୨୦୦୯ରେ ଶ୍ରୀଲଙ୍କା ଟିମ୍‌ ଉପରେ ଆତଙ୍କାବାଦୀ ଆକ୍ରମଣ ହୋଇଥିଲା। ଯାହା ପର ଠାରୁ ଭାରତୀୟ ବୋର୍ଡ ନିଜ ଟିମକୁ ପାକିସ୍ତାନକୁ ନପଠାଇବାକୁ ନିଷ୍ପତ୍ତି ନେଇଥିଲା। ଏପିରିକି ଆଗାମୀ ଦିନରେ ଆୟୋଜନ ହେବାକୁଥିବା ଅନେକ ସିରିଜକୁ ବାତିଲ କରିଦେଇଥିଲା ଭାରତୀୟ ବୋର୍ଡ। ନିକଟରେ ଏସିଆ କପ୍‌ ମଧ୍ୟ ଖେଳିବାକୁ ପାକିସ୍ତାନ ଯାଇନଥିଲା ଭାରତୀୟ ଟିମ୍‌।

Leave A Reply

Your email address will not be published.