ପାଣ୍ଡ୍ୟାଙ୍କ ପାଇଁ ୧୦୦ କୋଟି ନେଇଛି ଗୁଜୁରାଟ ଟାଇଟନ୍ସ!

Gujarat Titans took 100 crores for Pandya!

0 93

ମୁମ୍ବାଇ, ୨୬ା୧୨: ନିକଟରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରୋହିତ ଶର୍ମାଙ୍କ ସ୍ଥାନରେ ଆଗାମୀ ଆଇପିଏଲ୍‌ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ର ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଇପିଏଲ୍‌ ନିଲାମ ୨୦୨୪ ପୂର୍ବରୁ ପ୍ରଥମେ ଗୁଜରାଟ ଟାଇଟାନ୍ସ (ଜିଟି) ଦ୍ୱାରା ରିଟେନ୍‌ ହୋଇଥିବା ପାଣ୍ଡ୍ୟାଙ୍କୁ ଗୁଜୁରାଟ ଟାଇଟାନ୍ସ (ଜିଟି)ରୁ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ଅଲ୍‌-କ୍ୟାସ୍‌ ଡିଲରେ ପରିବର୍ତ୍ତନ କରାଯାଇଥିଲା ବୋଲି ଜଣାପଡ଼ିଛି। ଜାତୀୟସ୍ତରର ଏକ ସମ୍ବାଦପତ୍ରର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ପାଣ୍ଡ୍ୟାଙ୍କୁ ଏମଆଇରେ ଟ୍ରେଡିଂ କରିବା ପରେ ନିଲାମ ପୂର୍ବରୁ ଜିଟି ସେମାନଙ୍କ ପାଖରୁ କେବଳ ୧୫ କୋଟି ଟଙ୍କା ପାଇ ନଥିଲା ବରଂ ୧୦୦ କୋଟି ଟଙ୍କା ମଧ୍ୟ ଅଧିକା ନେଇଥିଲା। ଏହାବ୍ୟତୀତ ୩୦ ବର୍ଷୀୟ ଏହି ଖେଳାଳିଙ୍କ ବଦଳି ସେମାନଙ୍କ ବ୍ୟବସାୟ ଦୃଷ୍ଟିରୁ ଟାଇଟାନ୍ସ ପାଇଁ ଲାଭଦାୟକ ଥିଲା। ୨୦୨୧ରେ ସିଭିସି କ୍ୟାପିଟାଲ ଆଇପିଏଲର ଅଂଶ ହେବା ପାଇଁ ୫୬୨୫ ଟଙ୍କାର ଦେୟ ଦେଇଥିଲା। ଏହି ଚୁକ୍ତି ଫଳରେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସିଭିସି କ୍ୟାପିଟାଲର ମୂଲ୍ୟାୟନରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଅଧିନାୟକ ଭାବେ ପାଣ୍ଡ୍ୟାଙ୍କ ନୂଆ ଦାୟିତ୍ୱ ସହିତ ସେ ରୋହିତ ଶର୍ମାଙ୍କ ଏମ୍‌ଆଇର ଅଧିନାୟକ ଭାବରେ ୧୦ ବର୍ଷର କାର୍ଯ୍ୟକାଳର ଅନ୍ତ ଘଟାଇଥିଲେ, ଯିଏ ଦଳକୁ ପାଞ୍ଚଟି ଆଇପିଏଲରେ ବିଜୟୀ (୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦) କରାଇଥିଲେ।ତେବେ ପାଣ୍ଡ୍ୟାଙ୍କ ଏମଆଇର ଅଧିନାୟକ ଭାବେ ଘୋଷଣାକୁ ରୋହିତ ଶର୍ମାଙ୍କ ପ୍ରଶଂସକମାନେ ବିଶେଷ ପସନ୍ଦ କରି ନଥିଲେ। କାରଣ ସେମାନେ ଫ୍ରାଞ୍ଚାଇଜିକୁ ଏକ୍ସ (ପୂର୍ବରୁ ଟ୍ୱିଟର ନାମରେ ଜଣାଶୁଣା)ରେ ସମାଲୋଚନା କରିବା ଆରମ୍ଭ କରିଥିଲେ। ଏବେ ଏମଆଇର ନିଷ୍ପତ୍ତିକୁ ନେଇ ପ୍ରଶଂସକଙ୍କ ଅସନ୍ତୋଷ ପାଞ୍ଚଥର ଆଇପିଏଲ୍‌ ବିଜେତାଙ୍କୁ ଏତେ ପ୍ରଭାବିତ କରିଛି ଯେ ଏହା ସେମାନଙ୍କ ଅଫିସିଆଲ୍‌ ଇନଷ୍ଟାଗ୍ରାମ ଆକାଉ

Leave A Reply

Your email address will not be published.