ଟ୍ଵିନ୍‌ ସିଟିକୁ ଜଗିବେ ୫୦ ପ୍ଲାଟୁନ ଫୋର୍ସ

50 platoon force to guard the Twin Cities

0 56

ଭୁବନେଶ୍ୱର, : ନୂଆ ବର୍ଷ ପାଇଁ ଆକ୍ଟିଭ୍‌ ମୋଡ଼ରେ କମିଶନରେଟ୍‌ ପୋଲିସ। ନୂଅବର୍ଷ ପାଳନ ସମୟରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ୍‌ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଜିରୋ ନାଇଟ୍‌ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଶାନ୍ତିଶୃଙ୍ଖଳାର ସହ ନୂଆବର୍ଷ ପାଳନ ପାଇଁ ସେ କହିବା ସହ ନିୟମ ଉଲ୍ଲଘଂନକାରୀ କିମ୍ବା ଅନ୍ୟକୁ ଅସୁବିଧାରେ ପକାଇବା ଭଳି କାମ କଲେ ପୋଲିସ ଅନ୍‌ ଦ ସ୍ପଟ୍‌ ଆକ୍ସନ ନେବ ବୋଲି କହିଛନ୍ତି। ନୂଆ ବର୍ଷରେ ପାଟ୍ରୋଲିଂ ଜୋରଦାର କରାଯିବ। ଏଥିସହ ବେପରୁଆ ଡ୍ରାଇଭିଂ ଓ ରୋଡ଼ ରୋମିଓଙ୍କ ଉପରେ କଡ଼ା ନଜର ରଖିବ ପୋଲିସ। ରାସ୍ତାରେ ମଦୁଆଙ୍କୁ ଧରିଲେ ଅନ୍‌ ଦ ସ୍ପଟ ଆକ୍ସନ ନିଆଯିବା ସହିତ ସବୁ ଛକରେ ଚେକିଂ ଓ ବ୍ଲକିଂ କଡ଼ାକଡ଼ି ହେବ। ବାର ଏବଂ ପବ୍‌ ଉପରେ ନଜର ରଖାଯିବ। ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ୍‌ କମିଶନର କହିଛନ୍ତି। କମିଶନରେଟ୍‌ ପୋଲିସ ୨୦୨୩ରେ ଅନେକ ସଫଳତା ପାଇଛି। କେସ୍‌ ଡିଟେକ୍‌ସନ୍‌, ଚୋରି ହୋଇଥିବା ମୋବାଇଲ, ବାଇକ୍‌ ଫେରାଇ ଆଣିବା, ସିନିୟର ସିଟିଜେନ କର୍ମଜୀବୀ ମହିଳାଙ୍କୁ ନ୍ୟାୟ ଦେବାରେ ସଫଳତା ମିଳିଛି। ଆଗକୁ ୨୦୨୪ରେ ସାଇବର କ୍ରାଇମ୍‌ ଓ ନିର୍ବାଚନ ପରିଚାଳନା ଫୋକସ୍‌ରେ ରହିବ ବୋଲି ପୋଲିସ କମିଶନର କହିଛନ୍ତି।

Leave A Reply

Your email address will not be published.