ଫେବ୍ରୁଆରୀ ଶେଷ ସୁଦ୍ଧା ଭଦ୍ରକରେ ଗଡ଼ିବ ଲକ୍ଷ୍ମୀବସ

Laxmibus will start in Bhadrak by the end of February

0 45

ଭଦ୍ରକ, : ବୁଧବାର ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭଦ୍ରକ ଗସ୍ତରେ ଯାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଲୋକଙ୍କ ସମସ୍ୟା ବୁଝିବା ସହ ଖୁବଶୀଘ୍ର ସମାଧାନର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏପରିକି ଫେବ୍ରୁଆରୀ ଶେଷ ସୁଦ୍ଧା “ଲକ୍ଷ୍ମୀ’ ବସ୍‌ ଯୋଜନାର ଶୁଭାରମ୍ଭ ହେବ ବୋଲି ସେ କହିଛନ୍ତି। ଅପରପକ୍ଷେ ସେ କହିଛନ୍ତି ଯେ, ୫ମାସରେ ଭଦ୍ରକ ପାଇଁ ମଞ୍ଜୁର ହୋଇଛି ପାଖାପାଖି ୨୫୦କୋଟି ଟଙ୍କା। ଭଦ୍ରକ ସହର ପାଇଁ ରିଂ ରୋଡ୍‌ ପାଇଁ ଶହେ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଭଦ୍ରକାଳୀ ମନ୍ଦିର ଯିବାକୁ ବହୁତ ଅସୁବିଧା ହେଉଥିଲା। ତେଣୁ ପୁରୁଣା ବଜାରରୁ ଗୁଜିଦରଡ଼ା ରାସ୍ତା ଭାୟା ଭଦ୍ରକାଳୀ ମନ୍ଦିର ପାଇଁ ୪୧କୋଟି ଟଙ୍କା ମଞ୍ଜୁର ହୋଇଛି। ନେହେରୁ ଷ୍ଟାଡିୟମ ଉନ୍ନତିକରଣ ଏବଂ ସୁଇମିଂ ପୁଲ୍‌ ପାଇଁ ୧୦କୋଟି, କାନ୍ତକବିଙ୍କ ନାଁରେ ପାର୍କ ପାଇଁ ୪କୋଟି ୬୦ଲକ୍ଷ, ଇଦଗା ଓ କମ୍ୟୁନିଟି ହଲ ପାଇଁ ୨କୋଟି, ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଥିବା ୧୯ଟି କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ୫ଟି ରୂପାନ୍ତରଣ ପାଇଁ ୯କୋଟି ୨୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିପରି ଭଦ୍ରକାଳୀ ମନ୍ଦିର ଉନ୍ନତି ପାଇଁ ଯାହା ଟଙ୍କା ଦରକାର ମଞ୍ଜୁର କରାଯିବ ବୋଲି ୫ଟି ଅଧ୍ୟକ୍ଷ କହିଛନ୍ତି। ଯେଉଁ ଟଙ୍କା ଆସିବ ତାକୁ ସ୍ୱଚ୍ଛତା ସହ କାମରେ ଲଗାଇବାକୁ କହିଛନ୍ତି। ଆମ ବ୍ୟାଙ୍କ ଯୋଜନାରେ ପ୍ରତି ପଞ୍ଚାୟତରେ ଦୁଇ ମାସ ଭିତରେ ବ୍ୟାଙ୍କ ଖୋଲିବ ବୋଲି ସେ ପ୍ରକାଶ କରିଛନ୍ତି। ଭଦ୍ରକ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସାଧାରଣ ଜନତାଙ୍କ ସହ ଆଲୋଚନା କରିଛନ୍ତି। ୫-ଟି ଅଧ୍ୟକ୍ଷ ୪୮ କୋଟି ଟଙ୍କା ବ୍ୟୟରେ •ଲିଥିବା ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ବିଭିନ୍ନ ମେଗା ପ୍ରକଳ୍ପ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ। •ନ୍ଦବାଲି ପାଇଁ ୮୯୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଭଦ୍ରକ ରିଂ ରୋଡ୍‌, ଆଖୁଆପଦାଠାରେ ଇଣ୍ଟିଗ୍ରେଟେଡ୍‌ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର, ଭଦ୍ରକରେ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ, ନୂଆ ଡିଏଚଏଚ ଓ ଏମସିଏଚ ନିର୍ମାଣ, ବାସୁଦେବପୁରରେ ଚୂଡ଼ାମଣି ହାର୍ବର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫- ଟି ଅଧ୍ୟକ୍ଷ। ଏହାଛଡା ଧାମରା ଜେଟିର ଉନ୍ନତିକରଣ କାର୍ଯ୍ୟର ମଧ୍ୟ ସେ ସମୀକ୍ଷା କରିଛନ୍ତି। ପରେ ଜିଲ୍ଲାର ତିନିଟି ଗୁରୁତ୍ୱପୂର୍ଣ୍ଣ ପୋଲ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ। ଧନକନିଆରେ ସାଳନ୍ଦୀ ନଦୀ ଉପରେ ପୋଲ, କେନ୍ଦୁଆପଦାରେ ରେଳ ଓଭରବ୍ରିଜ, ପଞ୍ଚୁଟିକିଟିରେ ମନ୍ତେଇ ନଦୀ ଉପରେ ପୋଲ ନିର୍ମାଣ ପ୍ରକଳ୍ପର ସମୀକ୍ଷା କରିଥିଲେ ଭି.କେ ପାଣ୍ଡିଆନ। ଭଦ୍ରକ ଜିଲ୍ଲାକୁ ଶେଷ ଥର ପାଇଁ ଗସ୍ତ ବେଳେ ଏସବୁ ପୋଲ ନିର୍ମାଣ ପାଇଁ ପାଣ୍ଡିଆନଙ୍କୁ ଅନୁରୋଧ କରାଯାଇଥିଲା। ଆରଡ଼ି, ଅସୁରାଳି ଓ ଭଦ୍ରକର ମ୍ୟୁନିସିପାଲିଟିରେ ଲୋକଙ୍କ ସହ ବି•ରବିମର୍ଶ କରିଥିଲେ ୫-ଟି ଅଧ୍ୟକ୍ଷ। ସେ ଆପତ୍ତି ଅଭିଯୋଗ ଶୁଣିବା ସହ ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.