ବାର୍ଷିକ ୧.୯ ବିଲିୟନ ୟୁନିଟରୁ ଉଦ୍ଧ୍ୱର୍ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବ ଜିନ୍ଦଲ ଷ୍ଟେନଲେସ!

Jindal Stainless will produce electricity from 1.9 billion units annually!

0 61

କଳିଙ୍ଗନଗର, : ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ ଏହାର ନୂତନ ପ୍ରକାଶିତ ସଷ୍ଟେନେବିଲିଟି ରିପୋର୍ଟ ଅନୁଯାୟୀ ପବନ-ସୌର ହାଇବ୍ର ିଡ, ଭାସମାନ ଏବଂ ଛାତ ଉପର ସୌର ପ୍ଲାଣ୍ଟ ମାଧ୍ୟମରେ ବାର୍ଷିକ ୧.୯ ବିଲିୟନ ୟୁନିଟରୁ ଅଧିକ ସ୍ୱଚ୍ଛ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବ। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ବାର୍ଷିକ ୧୩.୫୨ ଲକ୍ଷ ଟନରୁ ଅଧିକ କାର୍ବନ ନିର୍ଗମନ ହ୍ରାସ କରାଯାଇପାରିବ। ୧୦୦ ମେଗାୱାଟ (ମେଗାୱାଟ) ରାଉଣ୍ଡ-କ୍ଲକ୍‌ (ଆରଟିସି) ଅକ୍ଷୟ ଶକ୍ତି ଯୋଗାଇବା ପାଇଁ କମ୍ପାନୀ ପୂର୍ବରୁ ରିନ୍ୟୁ ପାୱାର ସହିତ ଭାଗୀଦାର ହୋଇଛି। ଯାଜପୁର ଏବଂ ହିସାରରେ ଥିବା ଉତ୍ପାଦନ ୟୁନିଟ୍‌ ଗୁଡିକରେ ପୃଥକ ୧୦୦ ମେଗାୱାଟ ଆରଟିସି ଅକ୍ଷୟ ଶକ୍ତି ପ୍ରକଳ୍ପ ଗଠନ ପାଇଁ ମଧ୍ୟ ଆଲୋଚନା ଚାଲିଛି। ଏହି ପ୍ରୟାସ ମାଧ୍ୟମରେ ଉଭୟ ୟୁନିଟ୍‌ ପାଇଁ ୩୦୦ ମେଗାୱାଟ ଆରଇ- ଆରଟିସି ମିଳିତ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରହିଛି। ସଷ୍ଟେନେବିଲିଟି ରିପୋର୍ଟ ଉନ୍ମୋଚନ କରିବା ସହ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି,ଏହି ରିପୋର୍ଟ ପରିବେଶ ତଥା ସାମାଜିକ ଦାୟିତ୍ୱରେ ଉତ୍କର୍ଷତା ପାଇଁ ଆମର ନିରନ୍ତର ପ୍ରଚେଷ୍ଟାକୁ ପ୍ରମାଣିତ କରୁଛି। ଅକ୍ଷୟ ଶକ୍ତି ପଦକ୍ଷେପଗୁଡ଼ିକରେ ଉଲ୍ଲେଖନୀୟ ସଫଳତା ଆମର ସବୁଜ ଭବିଷ୍ୟତ ଗଠନ ଲକ୍ଷ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟରେ ଆମର ଅଗ୍ରଗତି ଶିଳ୍ପ ମାନକକୁ ବଢ଼ାଏ ଏବଂ ପୃଥିବୀ ଓ ଏହାର ଲୋକମାନଙ୍କ ପାଇଁ ଆମର କାର୍ଯ୍ୟକଳାପର ସକରାତ୍ମକ ଯୋଗଦାନକୁ ସୁନିଶ୍ଚିତ କରେ। ଏହି ଅବସରରେ ଜିନ୍ଦଲ ଷ୍ଟେନଲେସର ମୁଖ୍ୟ ସଷ୍ଟେନେବିଲିଟି ଅଫିସର ଶ୍ରୀ କଲ୍ୟାଣ ଭଟ୍ଟାଚାର୍ଜୀ କହିଛନ୍ତି, “ପରିବେଶ, ସାମାଜିକ ଏବଂ ଶାସନ ପରିଚାଳନା ତଥ୍ୟର ଅଟୋମେସନ ଦ୍ୱାରା ତଥ୍ୟ ପରିଚାଳନା ତଥା ମନିଟରିଂକୁ ସଶକ୍ତ କରିବା ପାଇଁ ଆମେ ଡିଜିଟାଲ ପରିବର୍ତନ ଯାତ୍ରାରେ ଆଗେଇ ଚାଲିଛୁ। ପରିବେଶ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ ଅଭ୍ୟାସ ପ୍ରତି ଆମର ପ୍ରତିବଦ୍ଧତା ହିଁ ଜିନ୍ଦଲ ଷ୍ଟେନଲେସର ମୂଲ୍ୟବୋଧ ଏବଂ ବ୍ୟବସାୟ ରଣନୀତିର ମୂଳଦୁଆ ଅଟେ। ଆମେ ନିରନ୍ତର ବିକାଶର ଏକ ପରମ୍ପରା ପ୍ରତିଷ୍ଠା କରୁଛୁ ଯାହା ବ୍ୟବସାୟିକ ଲକ୍ଷ୍ୟକୁ ଅତିକ୍ରମ କରି ପରିବେଶ ସଚେତନତାକୁ ଆମ କାର୍ଯ୍ୟଶୈଳୀର ଏକ ମୌଳିକ ଅଂଶରେ ପରିଣତ କରିପାରିଛି। ୨୦୫୦ ସୁଦ୍ଧା ନେଟ୍‌ ଶୂନ୍ୟ ନିର୍ଗମନ, ଶୂନ୍ୟ ତରଳ ବର୍ଜ୍ୟ ନିଷ୍କାସନ ଏବଂ ସାମଗ୍ରୀର ପୁନଃବ୍ୟବହାର ଲକ୍ଷ୍ୟ ସହ ଏହି ରିପୋର୍ଟ ଜିନ୍ଦଲ ଷ୍ଟେନଲେସର ସଷ୍ଟେନେବିଲିଟି ଅଭ୍ୟାସ ପ୍ରତି ଥିବା ନିଷ୍ଠାକୁ ଦର୍ଶାଏ। ଗ୍ଲୋବାଲ ରିପୋର୍ଟିଂ ଇନିସିଏଟିଭ୍‌ ମାନକ ଅଧୀନରେ ଆର୍ôଥକ ବର୍ଷ ୨୦୨୨-୨୩ର ସଷ୍ଟେନେବିଲିଟି ରିପୋର୍ଟ ପ୍ରସ୍ତୁତ କରିବାରେ ଜିନ୍ଦଲ ଷ୍ଟେନଲେସକୁ ପିଡବ୍ଲ୍ୟୁସି ସାହାଯ୍ୟ କରିଛି। ଯାହାକୁ ତୃତୀୟ ପକ୍ଷ ନିଶ୍ଚିତତା ପ୍ରଦାନକାରୀ ଟିୟୁଭି ଏସୟୁଡି ଦକ୍ଷିଣ ଏସିଆ ପ୍ରାଇଭେଟ୍‌ ଲିମିଟେଡ ସ୍ୱାଧୀନ ଭାବରେ ଯାଞ୍ଚ କରିଛନ୍ତି।

Leave A Reply

Your email address will not be published.