ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ ଇଣ୍ଡିଆ ପକ୍ଷରୁ ସୌରଶକ୍ତି ଷ୍ଟ୍ରିଟ ଲାଇଟ ସ୍ଥାପନ

Installation of solar street lights by ArcelorMittal Nippon Steel India

0 57

ପାରାଦୀପ, : ଆର୍ସଲର ମିତ୍ତଲ ନିପନ୍‌ ଷ୍ଟିଲ ଇଣ୍ଡିଆ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ) ପକ୍ଷରୁ ପାରାଦୀପ ନୂଆଗଡ ପଞ୍ଚାୟତର ମୂଷାଡିଆ ଗ୍ରାମରେ ବୁଧବାର ଦିନ ସୌର ଶକ୍ତିସମ୍ପର୍ଣ୍ଣ ଷ୍ଟ୍ରିଟ ଲାଇଟ୍‌ ସ୍ଥାପନ କରାଯାଇଛି। ଏହି ସୌର ଶକ୍ତିସମ୍ପର୍ଣ୍ଣ ଷ୍ଟଟ୍‌ ଲାଇଟ୍‌ ୍ରି ୧୫୦୦ ରୁ ଅଧିକ ଗ୍ରାମବାସୀଙ୍କୁ ଉପକୃତ କରିବା ସହ ଲୋକଙ୍କ ସୁବିଧା ଏବଂ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବ। ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆର ସିଏସ୍‌ଆର ବିଭାଗ ଏହାର ପ୍ରକଳ୍ପ “ଉଜ୍ଜ୍ୱଳା’ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ମୂଷାଡିଆରେ ୧୯ ଟି ସୌର ଶକ୍ତିସମ୍ପର୍ଣ୍ଣ ଷ୍ଟ୍ରିଟ ଲାଇଟ୍‌ ସ୍ଥାପନ କରିଛି। ଏହି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଆସନ୍ତା ଦିନରେ ବାଲିଡିଆ, ହାଣ୍ଡିଆ, ପାରାଦୀପଗଡ, ବିମାନାସୀ ଏବଂ ଚକ୍ରଧରପୁର ଗ୍ରାମରେ ଅଧିକ ସୌର ଶକ୍ତି ସମ୍ପର୍ଣ୍ଣ ଷ୍ଟ୍ରିଟ୍‌ ଲାଇଟ୍‌ ସ୍ଥାପନ କରିବାକୁ ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ ଯୋଜନା କରିଛି। ଏହି ଷ୍ଟ୍ରିଟ୍‌ ଲାଇଟ୍‌ ସୌର ଶକ୍ତି ସଂରକ୍ଷଣ କରିବ ଏବଂ ଗ୍ରୀଡ୍‌ ଶକ୍ତି ଉପରେ ନିର୍ଭର ନକରି କାର୍ଯ୍ୟ କରିପାରିବ। ଗ୍ରାମବାସୀ ତଥା ସ୍ଥାନୀୟ ପ୍ରତିନିଧି ଏବଂ ଏଏମ୍‌/ ଏନ୍‌ଏସ୍‌ ଇଣ୍ଡିଆ ସିଏସ୍‌ଆର ବିଭାଗ ମୁଖ୍ୟ ଡ଼.ବିକାଶ ୟାଦଭେନ୍ଦୁଙ୍କ ଉପସ୍ଥିତିରେ ମୂଷାଡିଆରେ ଏହି ସୌର ଶକ୍ତିସମ୍ପର୍ଣ୍ଣ ଷ୍ଟ୍ରିଟ୍‌ ଲାଇଟ୍‌ ଗୁଡିକୁ ଉଦଘାଟନ କରାଯାଇଥିଲା। ଏହି ପଦକ୍ଷେପ ସମ୍ବନ୍ଧରେ ଓଡିଶା ଅପରେସନ୍‌, ଏଏମ୍‌/ଏନଏସ୍‌ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି କହିଛନ୍ତି,ଏଏମ୍‌/ ଏନ୍‌ଏସ୍‌ ଇଣ୍ଡିଆ ନିଜର ସମସ୍ତ କାର୍ଯ୍ୟ କ୍ଷେତ୍ରରେ ସମାଜର ସର୍ବାଙ୍ଗୀନ ବିକାଶ ଆଣିବାକୁ ପ୍ରତିଶୃତିବଦ୍ଧ ତତସହିତ, ଅ।ମେ ଆମର କର୍ମଚାରୀ, ଅଂଶୀଦାର ଏବଂ ସମାଜର ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଥାଉ। ଗ୍ରାମ ଗୁଡିକରେ ସ୍ଥାପିତ ସୌର ଶକ୍ତି ସମ୍ପର୍ଣ୍ଣ ଷ୍ଟ୍ରିଟ୍‌ ଲାଇଟ୍‌ ରାତି ସମୟରେ ପଥଚାରୀମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବ। ଆମେ ଆଶା କରୁଛୁ ଯେ କମ୍ପାନୀର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ନିକଟ ଗ୍ରାମବାସୀମାନେ ସେମାନଙ୍କର ସହଯୋଗର ହାତ ବଢ଼ାଇବେ ବୋଲି ଏଏମଏନଏସ ଇଣ୍ଡିଆ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରୁ ପ୍ରକାଶ।

Leave A Reply

Your email address will not be published.