ଜେକେ ପେପର ପକ୍ଷରୁ ଜରୁରୀକାଳୀନ ପରିସ୍ଥିତି ମୁକାବିଲା ମକ୍‌ଡ୍ରିଲ

McDrill faces an emergency on behalf of Jake Paper

0 57

ରାୟଗଡା, : ରାୟଗଡା ସ୍ଥିତ ଜେକେ ପେପେର ମିଲ ଏହାର କେମିକାଲ ପ୍ଲାଣ୍ଟ ପରିସରରେ ସିଲିଣ୍ଡର ଓ ପାଇପ ଲାଇନରୁ କ୍ଲୋରିନ୍‌ ଗ୍ୟାସ ନିର୍ଗତ ହେବା ଯୋଗୁଁ ସମ୍ଭାବିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାପାଇଁ ନିଜର ପ୍ରସ୍ତୁତିର ସମୀକ୍ଷା କରିବାପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ପୂର୍ଣ୍ଣବିକଶିତ ମକ୍‌ ଡ୍ରିଲ୍‌ର ଆୟୋଜନ କରିଥିଲା। ଜେକେ ପେପରମିଲର ସିନିୟର ଜି.ଏମ୍‌ ଏମ୍‌ଆରକେ ଏମ୍‌ ରୟ କାରଖାନା ଓ ବାଷ୍ପୀତ୍ର ବିଭାଗର ରାୟଗଡା ଡିଭିଜନର ଉପନିର୍ଦ୍ଧେଶକ ଏସଏନ ସେଠି ଓ ରାୟଗଡା ପ୍ରଦୂଷଣ ବିଭାଗର ଉପଯନ୍ତ୍ରୀ ରିପୁକୁମାର ସାହୁଙ୍କ ସମେତ ଜିଲ୍ଲାର ପ୍ରମୁଖ ଉଦ୍ୟୋଗ ତଥା ଉକ୍ରଳ ଆଲୁମିନା, ଇମ୍ଫା, ହିନ୍ଦୁସ୍ଥାନ ପେଟ୍ରୋଲିଅମ, ସତ୍ୟମ ପ୍ୟାକର, ଫିମାକେମ ଓ ପରିପାଶ୍ୱିର୍କ ଗ୍ରାମ ଗୁଡିକର ପ୍ରତିନିଧିମାନଙ୍କୁ ପୁଷ୍ପଗୁଚ୍ଛ ସହିତ ସ୍ୱାଗତ କରିଥିଲେ। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଓ ପଦ୍ଧତି ବିଷୟରେ ନିମନ୍ତ୍ରିତ ସମସ୍ତ ଅତିଥିମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ବିସ୍ତୃତ ବିବରଣୀ ଦିଆ ଯାଇଥିଲା। ଜେକେ ପେପରମିଲ୍‌ର ପ୍ରଶିକ୍ଷିତ ଜରୁରୀକାଳୀନ ଦଳ ତାଙ୍କ କାର୍ଯ୍ୟନିର୍ବାହୀ ୱାର୍କ୍ସମ୍ୟାନ କଣ୍ଟ୍ରୋଲର ଏମ୍‌ ଆରକେ ଏମ୍‌ ରୟ, ସାଇଟ ଇଂସିଡେଣ୍ଟ କଣ୍ଟ୍ରୋଲର ସିଏସଆର ଆପ୍ପାରାଓ, ସୁରକ୍ଷା ସଂଯୋଜକ ମୁଖ୍ୟ ସତ୍ୟଜିତ ମହାନ୍ତିଙ୍କ ମାର୍ଗଦର୍ଶନରେ ଉଭୟ ସିଲିଣ୍ଡର ଓ ପାଇପଲାଇନରୁ କ୍ଲୋରିନ୍‌ ଗ୍ୟାସର ନିର୍ଗମନକୁ ରୋକିବା ସହିତ ଉଦ୍ଧାର କାର୍ଯ୍ୟକୁ ଯଥାଶୀଘ୍ର ସମ୍ପାଦନ କରିବାର କୌଶଳ ବହୁତ ସୁନ୍ଦର ଭାବରେ ମକ୍‌ ଡ୍ରିଲ୍‌ ଜରିଆରେ ପ୍ରଦର୍ଶନ କରିଥିଲେ। ମକ୍‌ ଡ୍ରିଲ୍‌ ସନ୍ଧ୍ୟା ୫ଟା ବାଜି ୨୦ ମିନିଟ ରେ ଆରମ୍ଭ ହୋଇ ୫ଟା ବାଜି ୪୫ ମିନିଟରେ ଶେଷ ହୋଇଥିଲା। କାରଖାନା ଓ ବାଷ୍ପୀତ୍ର ବିଭାଗର ରାୟଗଡା ଡିଭିଜନର ଉପନିର୍ଦ୍ଧେଶକ ଏସଏନ ସେଠିଙ୍କ ସମେତ ମକ୍‌ ଡ୍ରିଲ୍‌ର ଅନ୍ୟାନ୍ୟ ସାକ୍ଷମାନେ ଜେକେ ପେପରମିଲ୍‌ର ଏହି ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତି ଓ ଉନ୍ନତ ପଦ୍ଧତିର ଭୂୟଶୀ ପ୍ରଶଂସା କରିଥିଲେ। ପରିଶେଷରେ ଗୁଣବତ୍ତା ନିୟନ୍ତ୍ରଣ ବିଭାଗର ଜେନେରାଲ ମ୍ୟାନେଜେର ଜି.ଏସ. ପଟ୍ଟନାୟକ ଉପସ୍ଥିତ ସମସ୍ତ ଅଧିକାରୀବୃନ୍ଦ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରି ମକ୍‌ଡ୍ରିଲ୍‌ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।

Leave A Reply

Your email address will not be published.