ଟାଟା ପାୱାର ପକ୍ଷରୁ ନୂତନ ପ୍ରକଳ୍ପର ଶିଳାନ୍ୟାସ

Ground breaking ceremony of new project by Tata Power

0 36

ଭୁବନେଶ୍ୱର, : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ର ନୂତନ ପ୍ରକଳ୍ପ କଟକ ୪୨ମୌଜାସ୍ଥିତ ବରାଳ ଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ବିଶେଷ କରି କଟକ ୪୨ ମୌଜାସ୍ଥିତ ବରାଳଠାରେ ଏକ ନୂତନ ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନର ଶିଳାନ୍ୟାସ କରାଯାଇଛି। ଏହି ଅବସରରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶିଳାନ୍ୟାସ କରିଛନ୍ତି। ଉକ୍ତ ଶିଳାନ୍ୟାସ ସମାରୋହରେ ଟିପିସିଓଡିଏଲ୍‌ ମୁଖ୍ୟ ଅପରେସନ୍‌, ଟିପିସିଓଡିଏଲ୍‌ କଟକ ସର୍କଲ ମୁଖ୍ୟ, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ, ବ୍ଲକ ଉପାଧ୍ୟକ୍ଷ ଏବଂ ଅନ୍ୟାନ୍ୟ ଅଧିକାରୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ପୂର୍ବରୁ ଲୋ’ଭୋଲଟେଜ୍‌ ଏବଂ ଅନିୟମିତ ବିଦ୍ୟୁତ ଯୋଗାଣ ସମସ୍ୟା ଯୋଗୁଁ ହେଉଥିବା ସମସ୍ୟାକୁ ଏହି ନୂତନ ସବ୍‌ଷ୍ଟେସନ ସୁଧାରିବାକୁ ଯାଉଛି, ସବ୍‌ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ସମ୍ପୃକ୍ତ ଅଞ୍ଚଳର ଦଶ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୬ଟି ଗ୍ରାମ ପଞ୍ଚାୟତକୁ ଯଥେଷ୍ଟ ଲାଭ ପ୍ରଦାନ କରିବ। ଏ ସମ୍ପର୍କରେ ଟିପିସିଓଡିଏଲର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଏହି ପଦକ୍ଷେପ ଆମେ ସେବା ପ୍ରଦାନ କରୁଥିବା ଗୋଷ୍ଠୀକୁ ଏକ ବିଶ୍ୱସନୀୟ ଏବଂ ଦକ୍ଷ ବିଦ୍ୟୁତ ଯୋଗାଣ ପାଇଁ ଆମର ପ୍ରତିବଦ୍ଧତା। ବିଶେଷ କରି ବରାଳ, ୪୨ମୌଜା, କଟକ ପ୍ରକଳ୍ପ ଉକ୍ତ ଅଞ୍ଚଳର ଶକ୍ତି ଭିତିଭୂମିର ବିକାଶ ପାଇଁ ଆମର ସମର୍ପଣର ପ୍ରମାଣ ପାଲଟିଛି।

Leave A Reply

Your email address will not be published.