ନୂଆବର୍ଷରେ ପୁରୀରେ ଭିଡ଼ ନିୟନ୍ତ୍ରଣ ପାଇଁ ୮୨ପ୍ଲାଟୁନ୍‌ ଫୋର୍ସ

82 Platoon Force for crowd control in Puri on New Year

0 76

ପୁରୀ,୩୦ା୧୨ : ଶେଷ ହେବାକୁ ଯାଉଛି ଏକବିଂଶ ଶତାଦ୍ଦୀର ୨୩ବର୍ଷ। ବିଦାୟ ନେବାକୁ ଯାଉଛି ୨୦୨୩ ପୁରୁଣା ବର୍ଷ। ଆସନ୍ତା ସୋମବାର ନୂତନ ବର୍ଷର ପ୍ରଥମ ସୂର୍ଯୋଦୟ ଦର୍ଶନ କରିବେ ବିଶ୍ୱବାସୀ। ପୁରୁଣା ବର୍ଷକୁ ବିଦାୟ ଏବଂ ନୂତନ ବର୍ଷକୁ ସ୍ୱାଗତ କରିବା ଲାଗି ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଚଳିତ ବର୍ଷର ଶେଷ ଦିବସ ଅର୍ଥାତ ଡ଼ିସେମ୍ବର ୩୧ ତାରିଖ ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ନିଷ୍ପତ୍ତି ନେଇଛି। ନୂଆବର୍ଷରେ ବଡ଼ଦେଉଳରେ ଶ୍ରୀଜିଉମାନଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରକୁ ଛୁଟିବାରେ ଲାଗିଛି ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ସ୍ରୋତ। ନୂତନ ବର୍ଷର ଅବ୍ୟବହିତ ପୂର୍ବରୁ ପର୍ଯ୍ୟଟନ ସହର ପୁରୀରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସହର ଏବଂ ସହର ପାଖାପାଖି ଅଞ୍ଚଳରେ ସୃଷ୍ଟି ହୋଇଛି ଆନନ୍ଦର ମାହୋଲ। ନବବର୍ଷ ଉପଲକ୍ଷେ ହୋଟେଲ, ଲଜିଂ ଓ ହଲିଡେ ହୋମଗୁଡିକ ଭରପୁର ହୋଇଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ପର୍ଯ୍ୟଟକଙ୍କ ଆଗମନକୁ ଆଖିଆଗରେ ରଖି ଭିଡ଼ ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଦିବ୍ୟାଙ୍ଗ, ବରିଷ୍ଠନାଗରିକ ଓ ଛୋଟପିଲାମାନଙ୍କ ସହଜରେ ଦର୍ଶନ ପାଇଁର୍ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବେଳାଭୂମୀରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି। ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟରେ ରଖି ନବବର୍ଷ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ୱର ତଦାରଖ ଲାଗି ୨ଜଣ କମାଣ୍ଡା, ୧୧ଜଣ ଅତିରିକ୍ତ ଏସ୍‌ପି ଓ ଅତିରିକ୍ତ କମାଣ୍ଡା•ପାହ୍ୟାର ଅଧିକାରୀ, ୩୪ଜଣ ଡ଼ିଏସ୍‌ପି ଓ ଆଡ଼ିସିନାଲ କମାଣ୍ଡାଙ୍କୁ ନିୟୋଜିତ କରାଯାଇଛି। ଏତଦ୍‌ବ୍ୟତୀତ ୫୪ଜଣ ଇନ୍ସିପେକ୍ଟଟର ,୨୨୦ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୩୧ଜଣହାବିଲଦାର,୧୦ପ୍ଲାଟୁନ ମହିଳା ଏପିଆର ଫୋର୍ସ,୪୨ଜଣ ଟ୍ରେନିଂହାବିଲଦାର କନଷ୍ଟେବଳ,୮୨ପ୍ଲାଟୁନ୍‌ ଫୋର୍ସ ଓ ୭୦୨ଜଣ ହୋମଗାଡର଼୍ ଓଲାଇଫ ଗଡର଼୍ଙ୍କୁ ମୁତୟନ କରାଯିବ ବୋଲି ଜଣ।।ଯାଇଛି। ଏତଦ୍‌ବ୍ୟତୀତ ସହରର ବ୍ରେଥ୍‌ ଆନାଲାଇଜ୍‌ର ସହିତ ୮ଟି ସ୍ଥାନରେ ଏମ୍‌ଭି ଚେକିଙ୍ଗ କରାଯାଉଥିବା ଏସ୍‌ପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.