ଫୁଲ ଓ ଆଲୋକରେ ସଜେଇ ହେଲା ଅଯୋଧ୍ୟା ଧାମ

Ayodhya Dham was decorated with flowers and lights

0 62

ନୂଆଦିଲ୍ଳୀ: ନୂଆବର୍ଷ ଭାରତୀୟବାସୀଙ୍କ ପାଇଁ ଏକ ନିଆରା ବର୍ଷ ହେବ। କାରଣ ଜାନୁଆରି ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଯୋଧ୍ୟାରେ ପହଞ୍ଚିଥିବା ବେଳେ ପୂରା ସହର ଏକ ବୋହୂଟିଏ ପରି ଫୁଲରେ ସଜେଇ ହୋଇଛି। ଚାରିଆଡେ଼ ଲାଗିଥିବା ଆଲୋକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। ରାମଭକ୍ତମାନଙ୍କୁ ସ୍ୱାଗତ କରିବାକୁ ଅଯୋଧ୍ୟା ସଜେଇ ହୋଇଛି। ସବୁକିଛି ପରେ ରାମଙ୍କ ସ୍ୱାଗତରେ ଅଯୋଧ୍ୟାର ରୂପ ଏପରି ବଦଳିଯାଇଛି ଯେ ଯେକେହି ବି ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବ। ଏଠାରେ ନାମ ବଦଳାଯାଇ ଅଯୋଧ୍ୟା ଧାମ୍‌ କରାଯାଇଥିବା ରେଳବାଇ ଷ୍ଟେସନ ବି ଦେଖିବା ଯୋଗ୍ୟ ହୋଇଛି। ଏହି ସବୁ ଦୃଶ୍ୟକୁ ଯିଏ ଥରେ ଦେଖୁଛି ସିଏ ଆଖି ଫେରାଇ ପାରୁନାହିଁ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ଏହାର ଭିଡିଓ ସେର୍ୟା କରିଛନ୍ତି। ରଂଗୀନ ଆଲୋକ ଓ ଫୁଲରେ ଅଯୋଧ୍ୟା ଏମିତି ସଜେଇ ହୋଇଛି, ଯେମିତି ସ୍ୱର୍ଗପୁରୀ। ପର୍ଯ୍ୟଟକ ତଥା ଭକ୍ତଙ୍କ ପାଇଁ ରାମନଗରୀକୁ ଆନ୍ତର୍ଜାତୀୟସ୍ତରର ସୁବିଧା ଯୋଗାଇ ଦିଆଯାଉଛି। ଅଯୋଧ୍ୟାରେ ସନାତନ ଧର୍ମୀୟ ପରମ୍ପରା ଅନୁଯାୟୀ ବିକାଶ କରାଯାଉଛି। ଅଯୋଧ୍ୟାକୁ ବିଶ୍ୱ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ରାଜଧାନୀ ଭାବରେ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତୁତି ଚାଲିଛି। ଭଗବାନ ଶ୍ରୀରାମଚନ୍ଦ୍ର ହେଉଛନ୍ତି ହିନ୍ଦୁ ଧର୍ମର ବିଶ୍ୱାସର ପ୍ରତୀକ, ଅନନ୍ତ ସଂସ୍କୃତିର ବାହକ। ତେଣୁ ଅଯୋଧ୍ୟାର ଏହି ବିଶାଳ ମନ୍ଦିର ବହୁ ପୁରୁଣା ସଂକଳ୍ପକୁ ପୂରଣ କରିବ।

Leave A Reply

Your email address will not be published.