ଆଜିଠୁ ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କୁ ଦର୍ଶନ

See the Lord in the new system from today

0 41

ପୁରୀ,(ଡିକେ ନ୍ୟୁଜ): ଆଜି ବିଦାୟ ନେବାକୁ ଯାଉଛି ୨୦୨୩ ପୁରୁଣା ବର୍ଷ ହେଉଛି ୨୦୨୩। ଆସନ୍ତା କାଲି ନୂତନ ବର୍ଷର ପ୍ରଥମ ସୂର୍ଯୋଦୟ ଦର୍ଶନ କରିବେ ବିଶ୍ୱବାସୀ। ପୁରୁଣା ବର୍ଷକୁ ବିଦାୟ ଏବଂ ନୂତନ ବର୍ଷକୁ ସ୍ୱାଗତ କରିବା ଲାଗି ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଆଜି ବଦାୟୀ ବର୍ଷରେ ହଜାରହଜାର ଦର୍ଶନାର୍ଥୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ କରିଛନ୍ତି। ତେବେ ଆସନ୍ତାକାଲି ଠାରୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିନଥିଲେ ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ସୁଯୋଗ ମିଳିବନାହିଁ। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇ ଦର୍ଶନାର୍ଥୀମାନଙ୍କୁ ସଚେତନ କରାଯାଉଥିଲା। ଆସନ୍ତାକାଲି ଠାରୁ ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡ଼ି କରାଯିବ। ଚଳିତ ବର୍ଷର ଶେଷ ଦିବସ ଅର୍ଥାତ ରବିବାର ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ନୂତନ ବର୍ଷରେ ଦିବ୍ୟାଙ୍ଗ, ବରିଷ୍ଠନାଗରିକ ଓ ଛୋଟପିଲାମାନେ ଯେପରି ସହଜରେ ଦର୍ଶନ କରିପାରିବେ ସେଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆମ୍ବୁଲା୍‌ସ ଲାଗି ଗୀନ୍‌ କରିଡ଼ର ବ୍ୟବସ୍ଥା ସାଙ୍ଗକୁ ଜଗନ୍ନାଥ ପ୍ରେମୀ ଓ ପର୍ଯ୍ୟଟକମାନଙ୍କ ଠାରୁ ଫିଡ଼ ବ୍ୟାକ୍‌ ସଂଗ୍ରହ ଲାଗି ବ୍ୟବସ୍ଥା ହୋଇଛି।ବେଳାଭୂମୀ ଅଞ୍ଚଳରେ ହଟସ୍ପଟ ପାଟ୍ରୋଲିଂ କରାଯିବା ସହ ସମୁଦ୍ରକୂଳ ଅଞ୍ଚଚଳରେ ତିନିଗୋଟି ଅସ୍ଥାୟୀ ଫାଣ୍ଡି ପ୍ରତିଷ୍ଠା କରାଯାଇଛି। ସୁରକ୍ଷିତ ସମୁଦ୍ର ସ୍ନାନ ଲାଗି ସ୍ୱତନ୍ତ୍ର ନଜର ରଖାଯାଇଛି। ସହର ଏବଂ ସହର ପାଖାପାଖି ଅଞ୍ଚଳରେ ସୃଷ୍ଟି ହୋଇଛି ଆନନ୍ଦର ମାହୋଲ। ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଆଗମନ ସହରକୁ ବଢୁଥିବା ବେଳେ ଏଥିରୁ ଆର୍ଥିକ ଫାଇଦା ହାସଲ କରୁଛନ୍ତି ବିଭିନ୍ନ ବର୍ଗର ବ୍ୟବସାୟୀ। ପର୍ଯ୍ୟଟକମାନେ ଶୋଷଣର ଶିକାର ହେଉଥିଲେ ମଧ୍ୟ ଗୁହାରୀ ଶୁଣିବା ପାଇଁ କାହା ପାଖରେ ସମୟ ନାହିଁ। ସରକାରୀ ଅଧିକାରୀ ତଥା ପୁଲିସ ଅଧିକାରୀ ବାବୁ ଭାୟାଙ୍କ ସେବା, ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଚାପ ପକାଇ ମାଗଣାରେ ହୋଟେଲରେ ରୁମ୍‌ ଯୋଗାଇଦେବା, ଶ୍ରୀମନ୍ଦିର ଭିତରେ ଯାତ୍ରୀ ସୁରକ୍ଷା ଓ ସହରରେ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥାରେ ବ୍ୟସ୍ତ ରହୁଥିବା ଲକ୍ଷ୍ୟ କରାଯାଇଛି। ଆଜି ବିଦାୟୀ ବର୍ଷର ଶେଷ ଦିବସରେ ଶ୍ରୀକ୍ଷେତ୍ରରେ ପ୍ରାୟ ୪ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା କୁହାଯାଇଛି। ସିଂହଦ୍ୱାର ସମ୍ମୁଖରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ କରାଯାଇଥିବା ବ୍ୟାରିକେଡ ଦେଇ ଯାତ୍ରୀମାନେ ଶୃଙ୍ଖଳିତ ଭାବେ ସିଂହଦ୍ୱାରବାଟରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ ା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଯାତ୍ରୀ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରୀତି ନୀତି ତ୍ୱରାନ୍ୱିତ ପାଇଁ ବ୍ୟବସ୍ଥା କରାଯାଇଥିଲା। ଯାତ୍ରୀମାନଙ୍କ ଦର୍ଶନର ସୁବିଧା ପାଇଁ ଗତକାଲି ରାତି ୧୧ଟା୪୦ରେ ମହାପ୍ରଭୁଙ୍କ ପହୁଡ ହୋଇଥିଲେ ମଧ୍ୟ ରାତି୨ଟା୨୫ଟାରେ ଶ୍ରୀମନ୍ଦିରର ଦ୍ୱାର ଫିଟିଥିଲା। ରାତି ତମାମ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦର୍ଶନାର୍ଥୀଙ୍କ ସ୍ରୋତ ଛୁଟିଥିଲା ଶ୍ରୀମନ୍ଦିରକୁ। ଦର୍ଶନାର୍ଥୀ ପର୍ଯ୍ୟଟକମାନେ ନବବର୍ଷ ଶୁଭରେ କଟିବା ପାଇଁ ମହାପ୍ରଭୁଙ୍କଠାରେ ପୂଜାର୍ଚ୍ଚନା କରିଥିଲେ। ବେଳାଭୂମି ଏବଂ କୋଣାର୍କ, ରାମଚଣ୍ଡୀ, ବ୍ରହ୍ମଗିରି ଓ ସାତପଡା ସମେତ ବିଭିନ୍ନ ପିକ୍‌ନିକ୍‌ ସ୍ପଟ୍‌ ମାନଙ୍କରେ ପ୍ରବଳ ଭିଡ଼ ହୋଇଛି। ବହିରାଗତ ଯାତ୍ରୀଙ୍କ ସମେତ ସ୍ଥାନୀୟ ଲୋକମାନେ ବିଭିନ୍ନ ପିକ୍‌ନିକ୍‌ ସ୍ପଟ୍‌ରେ ଭୋଜିଭାତରେ ମଜ୍ଜି ଯାଇଥିଲେ। ବେଳାଭୂମିରେ ପର୍ଯ୍ୟଟକମାନେ ଘୋଡା ଓ ଓଟ ଉପରେ ବସି ବୁଲିବା ସହିତ ସମୁଦ୍ର ସ୍ନାନର ମଜା ଉଠାଇଥିଲେ। ସନ୍ଧ୍ୟା ପରେ ସୃଷ୍ଟି ହୋଇଥିଲା ବର୍ଣ୍ଣାଢ୍ୟ ପରିବେଶ। ବିଭିନ୍ନ ଅଭିଜାତ୍ୟ ହୋଟେଲରେ ବାହାରୁ ଆସିଥିବା କଳାକାରମାନେ ସେମାନଙ୍କର ନୃତ୍ୟ ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ହୋଟେଲ ଗୁଡିକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ତାରକା ହୋଟେଲ ମାନଙ୍କରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା ମତୁଆଲି ନୃତ୍ୟସଙ୍ଗୀତ କାର୍ଯ୍ୟକ୍ରମ। ଠିକ୍‌ ରାତ୍ର ୧୨ଟା ସମୟରେ ଆତସବାଦି ଫୁଟାଇ ୨୦୧୬କୁ ବିଦାୟ ଦେବା ସହିତ ୨୦୧୭କୁ ସ୍ୱାଗତ କରିଥିଲେ ହୋଟେଲମାନଙ୍କରେ ଉପସ୍ଥିତ ପର୍ଯ୍ୟଟକ। ନବବର୍ଷ ଉପଲକ୍ଷେ ହୋଟେଲ, ଲଜିଂ ଓ ହଲିଡେ଼ ହୋମଗୁଡିକ ଭରପୁର ହୋଇଯାଇଛି। ତଥାପି ପର୍ଯ୍ୟଟକଙ୍କ ଆଗମନ ଲାଗି ରହିଛି। ପର୍ଯ୍ୟଟକ ସମାଗମର ସୁଯୋଗ ନେଇ ହୋଟେଲ, ଲଜିଂ, ଟ୍ୟାକ୍ସି, ଅଟୋରିକ୍ସା ପର୍ଯ୍ୟନ୍ତ ସମସ୍ତେ ବେଶ ଅର୍ଥ ଉପାର୍ଜନରେ ଲାଗି ପଡିଛନ୍ତି। ହୋଟେଲ ଓ ଲଜିଂ ଭଡା ଦୁଇଗୁଣ ବଢ଼ିଯାଇଛି। ଟାକ୍ସି ଚାଳକମାନଙ୍କର କଚ୍ଚେପୁଅ ବାର ହୋଇଛି। ପର୍ଯ୍ୟଟକମାନଙ୍କଠାରୁ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାଇ ନେବା ପାଇଁ ଦୁଇଗୁଣ ଅର୍ଥ ଦାବି କରୁଛନ୍ତି। ଦଲାଲମାନେ ହୋଟେଲ ଓ ଟ୍ୟାକ୍ସି ଡ୍ରାଇଭରମାନଙ୍କଠାରୁ କମିଶନ ନେଇ ପର୍ଯ୍ୟଟକମାନଙ୍କୁ ଭୁତାଇ ଅର୍ଥ ଆଦାୟ କରୁଥିବା ଦେଖାଯାଇଛି।

Leave A Reply

Your email address will not be published.