ଟ୍ୱିନ୍‌ସିଟିବାସୀଙ୍କୁ ନୂଆବର୍ଷ ଭେଟି ଦେବେ ମୁଖ୍ୟମନ୍ତ୍ରୀ

Chief Minister will greet the people of Twin City on New Year

0 47

ଭୁବନେଶ୍ୱର, : ଆଜି ଟ୍ୱିନ୍‌ସିଟିବାସୀଙ୍କୁ ନୂଆବର୍ଷ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସ୍ୱପ୍ନର ପ୍ର୍‌କଳ୍ପ ମେଟ୍ରୋ ଟ୍ରେନ୍‌ ପାଇଁ ଶୁଭ ଦେବେ ମୁଖ୍ୟମନ୍ତ୍ରୀ। ଶିଳାନ୍ୟାସ ପରେ କାମ ଆରମ୍ଭ ହୋଇ ୪ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପରେ ମୋଟ ୫୯୨୯ ଖର୍ଚ୍ଚ ହେବ, ଯାହା ସମ୍ପୂର୍ଣ୍ଣ ରୂପେ ଓଡିଶା ସରକାର ବହନ କରିବେ। ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ୫-ଟି ଅଧିନରେ କରାଯାଇ, ଶୀଘ୍ର କାମ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି। ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅତିରିକ୍ତ ବଜେଟ୍‌ରେ ୨୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। କିପରି ପ୍ରକଳ୍ପ କାମ ଆଗେଇବ ଓ ୨୦୨୪ ବଜେଟ୍‌ ପର୍ଯ୍ୟନ୍ତ ଆର୍ଥିକସ୍ତରରେ କୌଣସି ପ୍ରଭାବ ନ ପଡ଼ିବ ତାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଟେଣ୍ଡର ପ୍ରକ୍ରିୟା ଓ ସଂସ୍ଥା ଚୟନ ପରେ ସର୍ତ୍ତ ମୁତାବକ ଚୟନ ହୋଇଥିବା ସଂସ୍ଥାକୁ କିଛି ଅର୍ଥ ଦେବାକୁ ପଡ଼ିବ। ଏଥିପାଇଁ ଆର୍ଥିଥକସ୍ତରରେ ବିଏମଆର୍‌ସିକୁ ମଜଭୁତ କରାଯାଇଛି। ଅନ୍ୟପଟେ ରାଜ୍ୟ ସରକାର ଆସନ୍ତା ୪ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଯୋଜନା ରଖିଛନ୍ତି। ଏଥିପାଇଁ ବିଏମଆର୍‌ସିକୁ ପ୍ରତି ବର୍ଷ ୧୫୦୦ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ। ଏହି ପ୍ରକଳ୍ପ ପାଇଁ ପାଖାପାଖି ୬ ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ ବୋଲି ଡିପିଆର୍‌ ପ୍ରସ୍ତୁତକାରୀ ଦିଲ୍ଲୀ ମେଟ୍ରୋ ରାଜ୍ୟ ସରକାରଙ୍କୁ ସୂଚନା ଦେଇଛି। ଏହାକୁ ଆଧାର କରି ପ୍ରତି ବର୍ଷ ୧୫୦୦ କୋଟି ଟଙ୍କା ବ୍ୟୟ ବରାଦ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଅନ୍ୟପଟେ ବର୍ତ୍ତମାନ ସହିଦ ନଗର ସ୍ଥିତ ଭବାନୀ ମଲ୍‌ରେ ବିଏମ୍‌ଆର୍‌ସିର ନୂତନ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଜାରି ରହିଛି। ମଲ୍‌ରେ ସ୍ମାର୍ଟସିଟି କାର୍ଯ୍ୟାଳୟ ·ଲୁଥିବା ଫ୍ଲୋରକୁ ବିଏମ୍‌ଆର୍‌ସି କାର୍ଯ୍ୟାଳୟ ଭାବେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଫ୍ଲୋରରେ ବିଏମ୍‌ଆର୍‌ସି କାର୍ଯ୍ୟାଳୟ ସହିତ ଯେଉଁ ସଂସ୍ଥା ମେଟ୍ରୋ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ପାଇବ ତାହାର କାର୍ଯ୍ୟାଳୟ ଖୋଲିବାକୁ ମଧ୍ୟ ଆବଶ୍ୟକୀୟ ଘର ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ଦେଶରେ ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ବିଭିନ୍ନ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ନିର୍ମାଣ କରୁଛି। ପୂର୍ବରୁ ଏହି କାର୍ଯ୍ୟ କରିବାରେ ଅନେକ ଅଭିଜ୍ଞତା ରଖିଥିବା ବେଳେ ଦେଶ ବାହାରେ ମଧ୍ୟ ମେଟ୍ରୋ ପ୍ରକଳ୍ପ ନିର୍ମାଣ କରିବାର ସଫଳତା ପାଇଛି। ଅନ୍ୟପଟେ “ଏଲ୍‌ ଆଣ୍ଡ ଟି’ ମଧ୍ୟ ମେଟ୍ରୋ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ କରୁଛି। ତେଣୁ ଏହି ଦୁଇ ସଂସ୍ଥା ମଧ୍ୟରୁ ଯେ କୌଣସି ଗୋଟିଏ ସଂସ୍ଥା ଓଡ଼ିଶାରେ କାର୍ଯ୍ୟ କରିପାରେ ବୋଲି ଜଣାପଡ଼ିଛି। ଗତ ଅଗଷ୍ଟ ମାସରେ ଡିଏମ୍‌ଆରସି ପକ୍ଷରୁ ରାଜ୍ୟ ସରକାରଙ୍କୁ ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆର୍‌ ପ୍ରଦାନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ ୨୬କିମି ପର୍ଯ୍ୟନ୍ତ ·ଲିବାକୁ ଥିବା ବେଳେ ୨୦ ଟି ଷ୍ଟେସନରେ ରହିବ। ମେଟ୍ରୋ ଟ୍ରେନ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳଷ୍ଟେସନ, ରାମମନ୍ଦିର ଛକ, ବାଣୀବିହାର, ଆ·ର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଓ କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚଳାଚଳ କରିବ। ପରେ ଦ୍ୱିତୀୟ ପର୍ଯ୍ୟାୟରେ କଟକ ସହର, ପୁରୀ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରଣ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.