ଫେବ୍ରୁଆରୀରୁ ସୁନ୍ଦରଗଡ଼ରେ ଲକ୍ଷ୍ମୀ ଯୋଜନା

0 58

ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର କିରେଇ ଠାରେ ଜନସଭାକୁ ସମ୍ବୋଧିତ କରିଥିଲେ ୫-ଟି ଅଧ୍ୟକ୍ଷ। ଆପଣମାନେ କେନ୍ତା ଅଛନ କହି ଲୋକଙ୍କୁ ନୂଆ ବର୍ଷର ଶୁଭକାମନା ଜଣାଇଥିଲେ ୫- ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଗତ ମାର୍ଚ୍ଚ ୧୨ ତାରିଖରେସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ସେ ଆସିଥିଲେ। ଗସ୍ତକୁ ୮ ମାସରୁ ଅଧିକ ସମୟ ବିତିଥିବାବେଳେ ୧୬୦ଟି ଦରଖାସ୍ତ ମିଳିଛି। ୧୬୦ ଦରଖାସ୍ତରୁ ୧୪୦ଟିର ସମାଧାନ ହୋଇଛି। ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଅର୍ଥ ଅନୁମୋଦନ କରାଯାଇଛି। ବିକାଶମୂଳକ କାମରେ ଲୋକଙ୍କ ସେ ସହଯୋଗ ଲୋଡ଼ିଛନ୍ତି। ସହଯୋଗ କଲେ କାମ ସ୍ୱଚ୍ଛତାରେ ହେବ ବୋଲି କହିଛନ୍ତି ଶ୍ରୀ ପାଣ୍ଡିଆନ। ହେମଗିରି ବ୍ଲକରେ ଥିବା ହାୟର ସେକଣ୍ଡାରୀ ସ୍କୁଲରେ ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମ୍‌ ଖୋଲିବା ଦାବିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି
ବୋଲି ସେ କହିଛନ୍ତି। ଏଇ ବର୍ଷ କଲେଜରେ ଦୁଇ ଷ୍ଟ୍ରିମ ଖୋଲାଯିବ। ଇବ୍‌ ନଦୀ ଉପରେ ଇନଷ୍ଟ୍ରିମ୍‌ ଷ୍ଟୋରେଜ୍‌ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିଲାଗି ୨୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଟାଙ୍ଗରପାଲି ପାଇଁ ୧ କୋଟି ୭୦ ଲକ୍ଷ, ସମଲେଇ ମନ୍ଦିର ପାଇଁ ୧ କୋଟି ୪୦ ଲକ୍ଷ, ସୁନ୍ଦରଗଡ଼ରେ ଅଘରିଆ ଭବନ ପାଇଁ ୧ କୋଟି, ଏହାସହ ହେମହିରି ଉଚ୍ଚ ମାଧ୍ୟମିକ ସ୍କୁଲର ରୂ।ନ୍ତର ପାଇଁ କୋଟିଏ ଟଙ୍କା ଅନୁମୋଦନ କାରାଯାଇଛି। ବିଗତ ୮ ମାସ ମଧ୍ୟରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀ ପାଇଁ ୩୫୦ କୋଟି ଟଙ୍କା ଅନୁମୋଦନ କରାଯାଇଛି। କିରେଇରେ ନଗର ବନ ପ୍ରକଳ୍ପ ପାଇଁ ୩ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି। ଜନତା ଦେଇଥିବା ଗୋଟିଏ ଦରଖାସ୍ତ ବି ଛାଡିକି ଯିବିନାହିଁ ବୋଲି କହିଛନ୍ତି। ମନ୍ଦିର, ମସଜିଦ, ଚର୍ଚ୍ଚ, ଓ କମ୍ୟୁନିଟ ସେଣ୍ଟର ପାଇଁ ଦେଇଥିବା ଆବେଦନର ୧୦ ଦିନରେ ଖୁସି ଖବରପାଇବେ ଲୋକେ। ଅନ୍ୟ ବିଷୟକୁ ନେଇ
ହୋଇଥିବା

Leave A Reply

Your email address will not be published.