ଛାତ୍ରଛାତ୍ରୀ ଲେଖିବେ “ମୋ କଥା ମୋ କାହାଣୀ’ ପୁସ୍ତକ

0 45

ଭୁବନେଶ୍ୱର, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରସ୍ତୁତ କରିବେ ନିଜସ୍ୱ ହାତଲେଖା ପୁସ୍ତକ। ଗଳ୍ପ ପଠନ ଓ କବିତା ଆବୃତ୍ତି ମଧ୍ୟ କରିବେ। ନିଜର ଭାଷା ଏବଂ ସାହିତ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀଙ୍କ ଲିଖିତ ପୁସ୍ତକର ଶୀର୍ଷକ “ମୋ କଥା ମୋକାହାଣୀ’ ରଖାଯିବ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୪ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ରୂପାନ୍ତରଣ ହୋଇଥିବା ଉଚ୍ଚ ବିଦ୍ୟାଳୟରେ ଗୋଟିଏ ଦିନ ଅନୁଷ୍ଠିତ ହେବ। ଏହାସହ ରୂପାନ୍ତରଣ ହେଇଥିବା  ବିଦ୍ୟାଳୟଗୁଡ଼ିକର ସଫଳତା ସମ୍ପର୍କରେ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅବଗତ କରାଯିବ। ଛାତ୍ରଛାତ୍ରୀଙ୍କ ଅନ୍ତନିର୍ହିତ ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରି ତାଙ୍କର ସାମର୍ଥ୍ୟ ସମ୍ପର୍କରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ରହିଛି। ରାଜ୍ୟରେ ସମୁଦାୟ ୮୦୯୯ଟି ଉଚ୍ଚ
ବିଦ୍ୟାଳୟ ମଧ୍ୟରୁ ୬୮୮୦ଟି ବିଦ୍ୟାଳୟର ରୂପାନ୍ତରଣ  କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ବିଦ୍ୟାଳୟଗୁଡ଼ିକର ପର୍ଯ୍ୟାୟକ୍ରମେ ରୂ।ନ୍ତରଣ କରାଯାଉଛି। ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ ସାଙ୍ଗକୁ ଉନ୍ନତ ପାଠାଗାର, ପରୀକ୍ଷାଗାର ଆଦି ଉପଲବ୍ଧ ହୋଇଛି। ଶୈକ୍ଷିକ ବାତାବରଣ ପିଲାମାନଙ୍କୁ ପାଠ ପଢା ପ୍ରତି ଆକୃଷ୍ଟ କରୁଛି। ବିଦ୍ୟାଳୟଗୁଡ଼ିକର ଏହି
ରୂପାନ୍ତରଣ ଦୃଶ୍ୟ ଅଭିଭାବକ ଓ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଦେଖିବେ। ସେଥି।ଇଁ ବିଦ୍ୟାଳୟ ପକ୍ଷରୁ ଧାର୍ଯ୍ୟ ହୋଇଥିବା ତାରିଖରେ ଯୋଗଦେବା ପାଇଁ ସେମାନଙ୍କୁ ନିମନ୍ତ୍ରଣ କରାଯିବ। ଅନୂରୁ ଭାବେ ୨୦୨୨-୨୩ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଓ ଆକାଂକ୍ଷୀ ପାଠ୍ୟକ୍ରମ ଏବଂ ଏହାର ଉପାଦାନଗୁଡ଼ିକ ମାଧ୍ୟମରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ସେମାନଙ୍କ ଅଭିଜ୍ଞତା ଉପସ୍ଥାପନ କରିବେ।

 

Leave A Reply

Your email address will not be published.