ଖଲଖଲି ଗାଁରେ ଅଭାବନୀୟ ଘଟଣା

0 97

ପରିବାର ଲୋକଙ୍କୁ ବନ୍ଧା ରଖି ମୃତ ଶରୀରକୁ ଗାଁକୁ ପଠାଇଲା ଦାଦନ ସର୍ଦ୍ଦାର ପାଟଣାଗଡ଼,  ବେଲପଡା ବ୍ଲକରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳୁଛି। ପେଟ ପାଟଣା ପାଇଁ ଦାଦନ ଯାଇ ଶବ ହୋଇ ଗାଁ ଫେରୁଛନ୍ତି ଶ୍ରମିକ। ତେବେ ଶ୍ରମିକର ମୃତ୍ୟୁ ପରେ ବିଦାଦନ ସର୍ଦ୍ଦାର ପରିବାର ଲୋକଙ୍କୁ ବନ୍ଧକ ରଖି ଟଙ୍କା ମାଗୁଥୁବା ଅଭିଯୋଗ ହେଉଛି।
ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲପଡା ବ୍ଲକ ଖଲଖଲି ଗାଁରେ। ଗାଁର କ୍ଷୀର ମହନ ମାଝୀଙ୍କ ମୃତ୍ୟୁ ପରେ ପୁଅର ମୃତଦେହକୁ ଗାଁକୁ ପଠାଇ ପରିବାର ଲୋକଙ୍କୁ ଦାଦନ ସର୍ଦାର ଇଟା ଭାଟିରେ ଅଟକ ରଖିଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି । ଟଙ୍କା ନଫେରାଇଲେ ପରିବାର ଲୋକଙ୍କୁ ଛାଡ଼ିବୁନି ବୋଲି ଧମକ ପାଇଁ ପରିବାର ଲୋକଙ୍କୁ ବନ୍ଧା ରଖିଛି ସର୍ଦାର। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କି କାହାକୁ କିଛି କହିଲେ ସ୍ଥିତି ଭୟଭୟ ହେବ ବୋଲି ମଧ୍ୟ୍ୟ ଧମକ ଚମକ
ଦେଉଥିବା ପରିବାର ଲୋକ କହୁଛନ୍ତି । ଏମିତି କି ୮୦ ହଜାର ଟଙ୍କା ନେଇ ଚୁପ ରହିବାକୁ ପରିବାରକୁ ଚାପ ଦେଉଥିବା ମଧ୍ୟ୍ୟ ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁସାରେ ଡ୍ରେବିାଳି ଗାଁର ଦାଦନ ସର୍ଦାର ମଧୁ ନାଏକ ଖଲଖଲି ଗାଁର ପୂର୍ଣ୍ଣମୀ ମାଝୀଙ୍କ ସହ ପୁଅ କ୍ଷୀର ଏବଂ ପରିବାରର ୧୨ ଜଣଙ୍କୁ ଇଟାଭାଟିରେ କରାଇବାକୁ କଟକ ଅଂଚଳ ଶ୍ରମିକ ମାନଙ୍କୁ ନେଇଥିଲା । ମୁଣ୍ଡପିଛା ୩୦ ହଜାର ଟଙ୍କା ବଇନା ଦେଇ ଗତ ୨ ତାରିଖ ଦିନ ରାତ୍ରିରେ ସର୍ଦାର ଜଣକ ନେଇଥିବା ବେଳେ ଆଜି ଶ୍ରମିକର ମୃତ୍ୟୁଦେହ ଗାଁକୁ ଫେରିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ିନଥିଲେ ବି ଦାଦନ ସର୍ଦ୍ଦାରର ନିର୍ଯାତନା ଏବଂ ଅତ୍ୟଧିକ କାମ ଯୋଗୁଁ ଶ୍ରମିକର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି।
ଅନ୍ୟପଟେ ଶ୍ରମିକର ମୃତ୍ୟୁ ପରେ ଏକ ଏମ୍ୱୁଲାନ୍ସରେ ପରିବାରର ୬ଜଣକୁ ଗାଁକୁ ପଠାଇ ଦେଇ ଅନ୍ୟ ୬ଜଣକୁ ଇଟାଭାଟିରେ ଅଟକ ରଖିଥିବା ପରିବାର ଅଭିଯୋଗ
କରିଛନ୍ତି । ଏମିତି କି ମୃତକର ଶୁଦ୍ଦିକ୍ରିୟା ସରିଲା ପରେ ପୁଣି କାମ କରିବା ପାଇଁ ଆସିବାକୁ ପରିବାର ଲୋକଙ୍କୁ ଚେତାବନୀ ଦେଇଥିବା ପରିବାର ଲୋକ କହୁଛନ୍ତି । ଏମିତି
କି ଥାନାରେ ଅଭିଯୋଗ କିମ୍ବା କାହା ଆଗରେ କିଛି ନକହିବାକୁ ପରିବାର ଲୋକଙ୍କୁ ଦାଦନ ସର୍ଦ୍ଦାର ମଧୁ ନାଏକ ୮୦ ହଜାର ଟଙ୍କା ନେଇ ଘଟଣା ଚାପିଦେବାକୁ ପରିବାର
ଲୋକଙ୍କୁ ଧମକ ଚକମ ଦେଉଥିବା ମଧ୍ୟ୍ୟ ଅଭିଯୋଗ ହେଉଛି । ବାପର ମୃତ୍ୟୁ ପରେ ନିଜ ଭଉଣୀ ମାନଙ୍କୁ ନିଜେ ପ୍ରତିପୋଷଣ କରୁଥୁଲା କ୍ଷୀର। ଏବେ ପୁଅର ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପରିବାର । ପୁଅର ଦୁଃଖରେ ଭାଙ୍ଗି ପଡ଼ିଥିବା ମା’ ଏବେ କେମିତି ବନ୍ଧକ ଥିବା ପରିବାର ଲୋକଙ୍କୁ ଉଦ୍ଧାର କରିବେ ତାକୁ ନେଇ ଚିନ୍ତାରେ। ଏନେଇ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ମଧ୍ୟ୍ୟ ଦାବି ହେଉଛି।

Leave A Reply

Your email address will not be published.