ମଣିୁର ହିଂସା: ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର

0 37

ବିଷ୍ଣୁୁର: ଥମୁନି ମଣିୁର ହିଂସା। ଗୁଳିକାଣ୍ଡ ସହିତ ବୋମାମାଡ। ବଳି ପଡୁଛି ନିରୀହ ଜୀବନ। ଗତ ବୁଧବାର ଦିନ ଗୁଳିକାଣ୍ଡ ପରେ ମଣିପୁରର ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ନିଖୋଜ ୪
ଜଣଙ୍କ ଗତକାଲି ମୃତଦେହ ଉଦ୍ଧାର। ଆତଙ୍କବାଦୀମାନେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ସେମାନଙ୍କ ମୃତଦେହ ବିଷ୍ଣୁୁର ଓ ଚୁରଚାନ୍ଦପୁର ଜିଲ୍ଲା ସୀମାରୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ବାପପୁଅ ବି ଥିବା ଜଣାଯାଇଛି। ମୃତକମାନେ ହେଲେ ଦାରା ସିଂହ, ଇବୋମା ସିଂହ, ରୋମେନ ସିଂହ ଏବଂ ଆନନ୍ଦ ସିଂହ। ଅକାସୋଇ ଗ୍ରାମର ୪ ଜଣ ବୁଧବାର ଚୁରଚାନ୍ଦପୁର ଜିଲ୍ଲା
ନିକଟବର୍ତ୍ତୀ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ସେବେଠାରୁ ସେମାନଙ୍କ ସନ୍ଧାନ ମିଳୁ ନଥିଲା। ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ମୃତଦେହର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୂଚନାପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପରିବାର ଲୋକେ ମୃତଦେହ ଚିହ୍ନଟ କରିବା ପରେ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

 

Leave A Reply

Your email address will not be published.