୩୦ ଲକ୍ଷ ଲୁଟିନେଲେ ସାଇବର ଠକ

0 42

ଭୁବନେଶ୍ୱର, ଶୁକ୍ରବାର ଭୁବନେଶ୍ୱର ସାଇବର ଥାନାରେ ପୃଥକ ପୃଥକ ୩ଟି ମାମଲା ରୁଜୁ ହୋଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତିମାନଙ୍କଠାରୁ ସାଇବର ଲୁଟେରାମାନେ ୩୦ ଲକ୍ଷ ଟଙ୍କା
ନେଇଯାଇଛନ୍ତି। ଗୋଟିଏ ମାମଲାରେ ନାର୍କୋଟିକ୍‌ କାରବାର ପ୍ରସଙ୍ଗରେ ବ୍ଲାକମେଲ କରି ଜଣେ ସଫ୍ଟୱେର୍‌ ଇଞ୍ଜିନିୟରଙ୍କୁ ଏକ ସାଇବର ଠକ ରାକେଟ୍‌ ଫସାଇଛି। ସେହିଭଳି ମଡେଲିଂର ମୋହ ଦେଖାଇ ଆଉ ଏକ ରାକେଟ୍‌ ଜଣେ ମହିଳାଙ୍କୁ ଚୁନ ଲଗାଇଛି। ତୃତୀୟ ମାମଲାରେ ଲଟେରି ଲୋଭ ଦେଖାଇ ସାଇବର ଠକ ଜଣେ ଯୁବକଙ୍କୁ ଠକିଛି। ପ୍ରଥମ ମାମଲା ଅନୁସାରେ ସଫ୍ଟୱେର୍‌ ଇଂଜିନିୟରଙ୍କୁ ଜଣେ ଯୁବତୀ ଫେଡେକ୍ସ କୋରିୟର ସର୍ଭିସର କର୍ମଚାରୀ ବୋଲି ପରିଚୟ ଦେଇ ଫୋନ୍‌ କରିଥିଲେ। ମୁମ୍ବାଇରୁ ତାଇୱାନ୍‌ ଯିବାକୁ ଥିବା ତାଙ୍କର ଏକ ପାର୍ସଲରୁ ୧୧ଟି ପାର୍ସପୋର୍ଟ,
ଏଟିଏମ୍‌ କାର୍ଡ ଓ ୯୫୦ଗ୍ରାମ୍ର ଡ୍ରଗ୍ସ ମିଳିଛି ବୋଲି କହିଥିଲେ। ତେଣୁ ସେ ତୁରନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ  ସହ ଯୋଗାଯୋଗ କରନ୍ତୁ ବୋଲି ଯୁବତୀ କହିଥିଲେ। ଇଞ୍ଜିନିୟର ଜଣଙ୍କ କୌଣସି ପାର୍ସଲ
ପଠାଇନଥିବା ସତ୍ତେ୍ୱ ଡରିଯାଇଥିଲେ। ଏହି ସମୟରେ ଯୁବତୀଜଣଙ୍କ କଲ୍‌ ଟ୍ରାନ୍ସଫର କରି ନାର୍କୋଟିକ୍‌ ଅଧିକାରୀଙ୍କ ସହ କଥା ହେବାକୁ କହିଥିଲେ। ଇଞ୍ଜିନିୟରଙ୍କୁ ନକଲି ଏନସିବି ଅଧିକାରୀ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିବା ସହ ଚତୁରତାର ସହ ତାଙ୍କ ଆକାଉଣ୍ଟର ତଥ୍ୟ ହାତେଇ ନେଇଥିଲା। ସ୍କାଏପି ଡାଉନଲୋଡ୍‌ ଇଞ୍ଜିନିୟର୍‌ ନକଲି ଏନସିବି ଅଧିକାରୀ ସହ କଥା ହେବା ଭିତରେ ତାଙ୍କ ବ୍ୟାଙ୍କ ତଥ୍ୟ , ପାସ୍‌ୱାର୍ଡ ଆଦି ଚାଲିଯାଇଥିଲା। କିଛି ସମୟ ପରେ ତାଙ୍କ ଆକାଉଣ୍ଟ ନାଁରେ ୨୦ଲକ୍ଷ ଟଙ୍କାର ଋଣ ହୋଇଛି ବୋଲି ସେ ଏକ ମେସେଜ୍‌ ପାଇଥିଲେ। ତୁରନ୍ତ ଇଞ୍ଜିନିୟର୍‌ ଉକ୍ତ ବ୍ୟାଙ୍କର ଏକ ଶାଖା
ଜରିଆରେ ଯୋଗାଯୋଗ କରି ଅଭିଯୋଗ କରିଥିଲେ। ଶୁକ୍ରବାର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସେହି ପରି ଦ୍ୱିତୀୟ ମାମଲାରେ ଜଣେ ମହିଳା ଫେସବୁକର କିଡ୍ସ୍‌ ମଡେଲିଂ ଟ୍ରେନିଂ ନେଇ ଏକ ବିଜ୍ଞାପନ ଦେଖିଥିଲେ। ପୁଅକୁ ମଡେଲିଂରେ ଭର୍ତ୍ତି କରିବା ମୋହରେ ସେ ଯୋଗାଯୋଗ କରିବାରୁ ତାଙ୍କୁ ଟେଲିଗ୍ରାମରେ ଥିବା ଏକ ଗୃପ ରେ ସାମିଲ ହେବାକୁ କୁହାଯାଇଥିଲା। ରେଜିଷ୍ଟ୍ରେସନ ହେବା ପରେ ତାଙ୍କୁ କିଛି ଟାସ୍କ ଦିଆଯାଇଥିଲା ଏବଂ ସେ ସେଥିରୁ ୧୦୦ପଏଣ୍ଟ ପାଇଥିଲେ। ଏହାପରେ ଠକ ରାକେଟ୍‌ ତାଙ୍କୁ କିଛି ଟଙ୍କା ନିବେଶ କରିବାକୁକହିଥିଲେ। ତଥାପି ମହିଳା ରାକେଟ୍‌ ଚାଲ  ବୁଝିନପାରି ପାଖାପାଖି ଏକ ଲକ୍ଷ ଟଙ୍କା ନିବେଶ କରିଦେଇଥିଲେ। ଏହାପରେ ତାଙ୍କ ନମ୍ବରକୁ ଠକମାନେ ବ୍ଲକ୍‌ କରିଦେଇଥିଲେ। ତୃତୀୟ ମାମଲା ଅନୁସାରେ ସାଇବର ଠକ ରାକେଟ୍‌ ଜଣେ ଯୁବକଙ୍କୁ ୧୨ଲକ୍ଷ ଟଙ୍କାର ଲଟେରି ଉଠିଥିବା କହିଥିଲେ ଏବଂ ଟଙ୍କା ପାଇବାର ପ୍ରକ୍ରିୟା ଦେଖାଇ ତାଙ୍କ ଆକାଉଣ୍ଟରୁ ୯ଲକ୍ଷ ଟଙ୍କା ନେଇଯାଇଥିଲେ। ସାଇବର ଅପରାଧକୁ ନେଇ ହାଇକୋର୍ଟଙ୍କ ଉଦବେଗକଟକ,  ରାଜ୍ୟରେ ବଢୁଥିବା ସାଇବର ଅପରାଧକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ଏସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ। ବୃଦ୍ଧି ପାଉଥିବା ସାଇବର କ୍ରାଇମକୁ ରୋକିବା ଦିଗରେ ପୋଲିସର ପଦକ୍ଷେପ କାହିଁକି ଯଥେଷ୍ଟ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ। ଏସବୁ ମାମଲାର ତଦନ୍ତ ନିରୁତ୍ସାହଜନକ ବୋଲି କୋର୍ଟ ମତ ଦେଇଛନ୍ତି। ପେଟିଏମ ଜରିଆରେ ଏକ ଠକେଇ ମାମଲାକୁ ନେଇ ସ୍ରୁଭା ବେହେରାଙ୍କ ଆବେଦନର ଶୁଣାଣିରେ ହାଇକୋର୍ଟ କ୍ରାଇମ ଉଦେଶ୍ୟରେ ଏହି ମତ ରଖିଛନ୍ତି। ରାଜ୍ୟରେ କ୍ରାଇମର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅପରାଧୀମାନେ ଅଧିକ ଅପରାଧ ଘଟାଇବାକୁ ସାହସ କରୁଛନ୍ତି ବୋଲି କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଏହାକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ସତ୍ୟପାଠ ଜରିଆରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଥାନାରେ ପଞ୍ଜିକୃତ ସାଇବର ଅପରାଧ ଗୁଡିକର ତଦନ୍ତର ଅଗ୍ରଗତି ସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଜି ସତ୍ୟପାଠ ଦାଖଲ କରିବେ ବୋଲି କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ସ୍ରୁଭାଙ୍କ ମାମଲାର ତଦନ୍ତର ଅଗ୍ରଗତି, ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.