ପରିକ୍ରମା ପ୍ରକଳ୍ପ : ଶ୍ରୀକ୍ଷେତ୍ର ଉତ୍ସବମୁଖର ଚାରିଆଡ଼େ ଶୁଭୁଛି ଜୟଜଗନ୍ନାଥ ଧ୍ୱନି

0 57

ଭୁବନେଶ୍ୱର, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ । ଉତ୍ସବମୁଖର ହୋଇପଡ଼ିଛି ପୁରୀ । ଚାରିଆଡ଼େ ଶୁଭୁଛି ଜୟଜଗନ୍ନାଥ ଧ୍ୱନି । ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳିଚହଳି ଲାଗି ରହିବା ସହିତ ଚାକଚକ୍ୟ ସାଜସଜ୍ଜାରେ ଝଲସୁଛି ଶ୍ରୀକ୍ଷେତ୍ର । ଆରମ୍ଭ ହୋଇଗଲାଣି ପୂଜାବିଧି । ଗତକାଲି ଆଚାର୍ଯ୍ୟବରଣ ହୋଇଥିବା ବେଳେ ଆଜି ଅଙ୍କୁରପୂଜନ ଶେଷ ହୋଇଛି । ଯଜ୍ଞମଣ୍ଡପ ପାଶ୍ୱର୍ରେ ହୋଇଥିବା ୧୦ଫୁଟ ଲମ୍ବ ଓ ୧୦ଫୁଟ ଓସାର ବିଶିଷ୍ଟ ଅଙ୍କୁରାରୋପଣ ଗୃହରେ ୧୦ ପ୍ରମୁଖ ସୂର୍ଯ୍ୟ ବ୍ରାହ୍ମଣଙ୍କ ଦ୍ୱାରା ଅଙ୍କୁର ପୂଜନ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ହୋଇଥିଲା ଏହି ପୂଜା । ଅଙ୍କୁରାରୋପଣ ହୋଇଥିବା ୭ପ୍ରକାର ଶସ୍ୟରେ ଅଙ୍କୁର ପୂଜନ ସହିତ ଉତ୍ସର୍ଗ ପୂଜା ହୋଇଥିଲା । ଏହାପରେ ମୁଖ୍ୟ ଯଜ୍ଞମଣ୍ଡପରେ ପ୍ରଥମ ମଣ୍ଡଳକଟା ଶେଷ ହୋଇଛି । ୪୮ ଜଣ ସ୍ୱତ୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ୧୫ ତାରିଖରୁ ୩ ଦିନ ଧରି ଯଜ୍ଞ କରାଯିବ । ଲୋକାର୍ପଣ ପଥର ଫଳକରେ ଅଷ୍ଟଧାତୁ ଖୋଦେଇ ହେବ । ଆସନ୍ତାକାଲି ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ ଓ ଉତ୍ତରଣ ସ୍ଥାପନ କରାଯିବ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସମ୍ପୂର୍ଣ୍ଣ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ବେଦପାଠ ଓ ଯଜ୍ଞର ମନ୍ତ୍ରଧ୍ୱନି ବଡ଼ଦାଣ୍ଡରେ ସବୁ ଭକ୍ତଙ୍କ ଗହଳିଚହଳି ଲାଗି ରହିବା ସହିତ ଚାକଚକ୍ୟ ସାଜସଜ୍ଜାରେ ଝଲସୁଛି ଶ୍ରୀକ୍ଷେତ୍ର । ଆରମ୍ଭ ହୋଇଗଲାଣି ପୂଜାବିଧି । ଗତକାଲି ଆଚାର୍ଯ୍ୟବରଣ ହୋଇଥିବା ବେଳେ ଆଜି ଅଙ୍କୁରପୂଜନ ଶେଷ ହୋଇଛି । ଯଜ୍ଞମଣ୍ଡପ ପାଶ୍ୱର୍ରେ ହୋଇଥିବା ୧୦ଫୁଟ ଲମ୍ବ ଓ ୧୦ଫୁଟ ଓସାର ବିଶିଷ୍ଟ ଅଙ୍କୁରାରୋପଣ ଗୃହରେ ୧୦ ପ୍ରମୁଖ ସୂର୍ଯ୍ୟ ବ୍ରାହ୍ମଣଙ୍କ ଦ୍ୱାରା ଅଙ୍କୁର ପୂଜନ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ହୋଇଥିଲା ଏହି ପୂଜା । ଅଙ୍କୁରାରୋପଣ ହୋଇଥିବା ୭ପ୍ରକାର ଶସ୍ୟରେ ଅଙ୍କୁର
ପୂଜନ ସହିତ ଉତ୍ସର୍ଗ ପୂଜା ହୋଇଥିଲା । ଏହାପରେ ମୁଖ୍ୟ ଯଜ୍ଞମଣ୍ଡପରେ ପ୍ରଥମ ମଣ୍ଡଳକଟା ଶେଷ ହୋଇଛି । ୪୮ ଜଣ ସ୍ୱତ୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ୧୫ ତାରିଖରୁ ୩ ଦିନ ଧରି ଯଜ୍ଞ କରାଯିବ । ଲୋକାର୍ପଣ ପଥର ଫଳକରେ ଅଷ୍ଟଧାତୁ ଖୋଦେଇ ହେବ । ଆସନ୍ତାକାଲି ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ ଓ ଉତ୍ତରଣ ସ୍ଥାପନ କରାଯିବ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସମ୍ପୂର୍ଣ୍ଣ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ବେଦପାଠ ଓ ଯଜ୍ଞର ମନ୍ତ୍ରଧ୍ୱନି ବଡ଼ଦାଣ୍ଡରେ ସବୁ ଭକ୍ତଙ୍କ କାନରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀମାର୍ଗ ଦେଇ ଯଜ୍ଞସ୍ଥଳକୁ ଆସିବେ । ମନ୍ତ୍ରୀ, ସାଂସଦ ଓ ଅତିଥି ମଧ୍ୟ ଏହି ଶ୍ରୀମାର୍ଗ ଦେଇ ଆସିବେ । ଉତ୍ତରପାଶ୍ୱର୍ ମଠ ପାଖରେ ୯ଶହ ଅତିଥିଙ୍କ ବସିବା ଓ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ୧୭ ତାରିଖ ଅପରାହ୍ଣ ୩ଟା ପରେ
ପରିକ୍ରମା ମାର୍ଗକୁ ଆସିବେ ସାଧାରଣ ଶ୍ରଦ୍ଧାଳୁ । ସନ୍ଧ୍ୟା ହେଲେ ଝଲସି ଉଠୁଛି ଶ୍ରୀକ୍ଷେତ୍ର । ରଙ୍ଗୀନ ଆଲୋକମାଳାରେ ଶ୍ରୀମନ୍ଦିର ଓ ଏହାର ଚତୁଃପାଶ୍ୱର୍ର ଅପୂର୍ବ ସୌନ୍ଦର୍ଯ୍ୟ ମନମୋହୁଛି । ଭକ୍ତଙ୍କୁ ବିଭୋର କରୁଛି ପରିକ୍ରମା ପ୍ରକଳ୍ପ ଅଞ୍ଚଳର ଦୃଶ୍ୟ । ଅନ୍ୟପକ୍ଷରେ ଆସନ୍ତା ୧୬ ତାରିଖରେ ଲୋକାର୍ପଣ ହେବ ଶ୍ରୀସେତୁ । ଶ୍ରୀକ୍ଷେତ୍ରର ପ୍ରବେଶ କ୍ଷେତ୍ରରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଶ୍ରୀସେତୁ ନିର୍ମାଣ କରାଯାଇଛି । ଏହାଦ୍ୱାରା କାର, ବସ୍‌ରେ ଆସୁଥିବା ଶ୍ରଦ୍ଧାଳୁ ସିଧା ମାଳତିାଟପୁର ନିକଟ ବାଇପାସ୍ ଦେଇ ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂରେ ଗାଡ଼ି ରଖିବା ସହିତ ବ୍ୟାଟେରୀ ଚାଳିତ ଗାଡ଼ିରେ ଶ୍ରୀମନ୍ଦିର
ଯାଇପାରିବେ । ଅନ୍ୟପକ୍ଷରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ୫ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ପାରମ୍ପରିକ ନୃତ୍ୟରେ କମ୍ପିଲା ବଡ଼ଦାଣ୍ଡ ପୁରୀ,ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ପ୍ରକଳ୍ପର ଲୋକାର୍ପଣ ଉପଲକ୍ଷେ ହେବାକୁଥିବା ଯଜ୍ଞ ପାଇଁ ଗତକାଲି ଆଚାର୍ଯ୍ୟ ବରଣ କରାଯାଇ ଯଜ୍ଞଶାଳାରେ ଅଙ୍କୁରାରୋପଣ ପୂଜନ କରାଯାଇଥିବା ବେଳେ ଆଜି ଯଜ୍ଞଶାଳାରେ ଅଙ୍କୁର ପୂଜନ କରାଯାଇଛି । ଅନ୍ୟପକ୍ଷରେ ପାରମ୍ପରିକ ନୃତ୍ୟରେ ବଡ଼ଦାଣ୍ଡ କମ୍ପିବା ଆରମ୍ଭ କରିଛି । ଲୋକାର୍ପଣ ଦିନ ଯେତିକି ପାଖେଇ ଆସୁଛି ସାଧାରଣଲୋକଙ୍କ ମଧ୍ୟରେ ସେତିକି ଉତ୍ସାହ ପରିଲକ୍ଷିତ ହେବାରେ ଲାଗିଛି । ମହାପ୍ରଭୁଙ୍କ ଏହି ଭବ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଉତ୍କଙଋା ୟଆଜି ପୁରୀର ଆଠ ସାହି ଆଖଡା ମଧ୍ୟରୁ କାଳୀକା ଦେବୀ ସାହି ଓ ମାଟି ମଣ୍ଡପ ସାହି ପକ୍ଷରୁ ସାଂସ୍କୃତିକ ଓ ସମରକଳା ପ୍ରଦର୍ଶନ କରାଯାଇଛି । ନାଗା, ଦୂର୍ଗା, କାଳୀ, ଗଣେଶ ମେଢ଼ ସହ ଘୋଡାନାଚ, ଓଡିଶୀ, ଘଣ୍ଟ, ସଂକୀର୍ତ୍ତନରେ ଆଜି କମ୍ପିଥିଲା ବଡଦାଣ୍ଡ । ଉଭୟ ସାହିଆଖେଡାର କଳାକାର ମାନେ ସେମାନଙ୍କ ନିଜ ନିଜ ସାହି ପରିକ୍ରମା କରି ସିଂହଦ୍ୱାରରେ ପହଞ୍ଚିଥିଲେ । ପରେ ଜଗନ୍ନାଥବଲ୍ଲଭ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇ ପୁନର୍ବାର ସିଂହ ଦ୍ୱାରଦେଇ ସାହିକୁ ପ୍ରତ୍ୟାବର୍ତ୍ତନ କରିଥିଲା । ହଜାର ହଜାର ଲୋକ ଏହି ପାରମ୍ପରିକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିବା ଦେଖଯାଇଥିଲା । ଉଭୟ ସାହିର ମୁରବି, ସ୍ୱେଛାସେବୀ ଅତ୍ୟନ୍ତ ଶୃଙ୍ଖଳାର ସହ ଏହି ଶୋଭାଯାତ୍ରାକୁ ସମ୍ପନ୍ନ କରାଇଥିଲେ । ଉଲ୍ଲେଖଯୋଗ୍ୟ ପୁରୀର ଆଖଡା ଓ ଜାଗା ଘରର ସଂସ୍କୃତି ବହୁ ପ୍ରାଚୀନ । ଏହି ଆଖଡା ଓ ଜାଗା ଘରର ପ୍ରଶିକ୍ଷିତ ସଦସ୍ୟମାନେ ଶ୍ରୀମନ୍ଦିରକୁ ବାହ୍ୟ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ନିୟୋଜିତ ଥିଲେ । ବିଭିନ୍ନ ସମରକଳାରେ ପ୍ରଶିକ୍ଷିତ ଓ ସମୃଦ୍ଧଏହି ଜାଗା ଘର ସେନା ଭାବେ କାର୍ଯ୍ୟ କରୁଥିଲେ । ସେହି ପାରମ୍ପରିକ କଳା ଓ ଐତିହ୍ୟକୁ ବଞ୍ଚାଇ ରଖିବାକୁ ସରକାର ଓ ପ୍ରଶାସନ ସହଯୋଗ ମଧ୍ୟ କରୁଛନ୍ତି । ତାହାର ପୁନରୁଦ୍ଧାର ଓ ବିଭିନ୍ନ ଆବଶ୍ୟକୀୟ ଉପକରଣ ଦ୍ୱାରା ଜାଗା ଘର ଗୁଡିକ ତାହାର ଐତିହ୍ୟକୁ ସମୃଦ୍ଧ କରିସାରିଛି ।

 

Leave A Reply

Your email address will not be published.