ଛାତ୍ରଛାତ୍ରୀଙ୍କ ପାଇଁ ଆଶାର କିରଣ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଜ୍ୟୋତି ଫେଲୋସି୍‌

0 65

ଯୋଡ଼ା, କେନ୍ଦୁଝର ଜିଲ୍ଲା ଗୁଆଲି ଗ୍ରାମର ଆଶା ନାଏକଙ୍କ ପରିବାର ଅତ୍ୟନ୍ତ ଦୁର୍ଦ୍ଦିନରେ ଜୀବନ କାଟୁଥିଲା । ଘରର ଅବସ୍ଥା ବହୁତ ଖରାପ ଥିବାରୁ ପାଠପଢ଼ା ଛାଡ଼ି କିଛି କାମଧନ୍ଦା କରି ପରିବାରକୁ ସାହାର୍ଯ୍ୟ କରିବାକୁ ଭାବୁଥିଲେ ଆଶା । ତାଙ୍କ ବାପା, ଭୀଷଣ ଦେହ ଖରାପ ହେବାରୁ ପାଞ୍ଚ ବର୍ଷ ପୂର୍ବେ ସୁପରଭାଇଜର ଚାକିରି ଛାଡ଼ିଦେଇଥିଲେ, ଯାହା ଫଳରେ ପରିବାରର ଦୁଃଖ ଦ୍ୱିଗୁଣିତ ହୋଇଯାଇଥିଲା । ଘରର ସବୁ ଦାୟିତ୍ୱ ମା’ ସୁଲୋଚନାଙ୍କ ଉପରେ ପଡ଼ିଥିଲା । ଦଶ ଜଣିଆ ଏକ ପରିବାରକୁ ଚଳାଇବା ବେଶ କଷ୍ଟକର ହୋଇପଡ଼ିଥିଲା । ନିୟମିତ ବ୍ୟବଧାନରେ ମିଳୁନଥିବା କାମ ଏବଂ ଶ୍ରମ ଜରିଆରେ ଗୁଜୁରାଣ ମେଣ୍ଟାଇବା ଅତ୍ୟନ୍ତ କଷ୍ଟକର ଥିଲା । ଏଭଳି ଏକ ସମୟରେ ଟାଟା ଷ୍ଟିଲ୍‌ ଫାଉଣ୍ଡେସନର ଜ୍ୟୋତି ଫେଲୋସି୍ ପ୍ରବେଶିକା ପରୀକ୍ଷା ପାଇଁ ଆଶାର କିରଣ ଭାବେ ଉଭା
ହୋଇଥିଲା । ମୁଚୁରିଆ ମାଲଦାରେ ଥିବା ବାଳିକା ଆଶ୍ରମ ସ୍କୁଲର ଛାତ୍ରୀ ଆଶାଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନର ଆଭାସ ମିଳିଥିଲା । ୨୦୨୨- ୨୩ରେ ସେ ଏହି ଶିକ୍ଷାବୃତ୍ତି ପାଇବାରେ ସଫଳତା ହାସଲ କରିଥିଲେ ଯାହା ତାଙ୍କ ବଡ଼ ପରିବାରର ଭବିଷ୍ୟତ ଲାଗି ଆଶା ସଞ୍ଚାର କରିଥିଲା । ବହୁତ ପିଲାଙ୍କ ଲାଳନପାଳନ ତାଙ୍କ ପରିବାର ଲାଗି କଷ୍ଟକର ଥିଲା । ଏହି ଶିକ୍ଷାବୃତି ମାଧ୍ୟମରେ ସଂଘର୍ଷମୟ ଜୀବନରେ ଆଶାଙ୍କୁ ଯେଭଳି ଏକ ଜୀବନ ରେଖା ମିଳିଯାଇଛି । ଆଶା କହନ୍ତି, ଜଣେ ଆଶାୟୀ ବିଦ୍ୟାର୍ଥୀ ପାଇଁ ଶିକ୍ଷା ଜାରି ରଖିବାଠାରୁ ଆଉ କିଛି ବି ଗୁରୁତ୍ୱପୂର୍ଣ୍ଣ ନୁହେଁ । ଟାଟା ଷ୍ଟିଲ୍‌
ଫାଉଣ୍ଡେସନ ଯେଉଁ ସହଯୋଗ କରିଛି ସେଥି ପାଇଁ ମୁଁ ସର୍ବଦା ଋଣୀ ରହିବି । ପାଣ୍ଡୁଲିପୋଷୀ ଗ୍ରାମର ବାସିନ୍ଦା ତଥା ଅର୍ଚ୍ଚିତା ନାୟକଙ୍କ ପିତା ଜଗୁ ନାଏକ କହନ୍ତି, ଟାଟା ଷ୍ଟିଲ ଫାଉଣ୍ଡେସନର ଏହି ଶିକ୍ଷାବୃତ୍ତି ବେଶ ପ୍ରଶଂସନୀୟ ଯାହା ଛାତ୍ରଛାତ୍ରୀଙ୍କୁ ତାଙ୍କ ସ୍ୱପ୍ନର କ୍ୟାରିୟର ଗଢ଼ିବାରେ ସହାୟକ ହେବ । ୨୦୨୦ରୁ ୨୦୨୩ ମଧ୍ୟରେ କଳମଙ୍ଗ ଓ ଗନ୍ଧଲପଡ଼ା ପ୍ରକଳ୍ପ ଡିଭିଜନ୍‌ର ଅନୁସୂଚିତ ଜାତି
ଓ ଅନୁସୂଚିତ ଜନଜାତି  ସମୁଦାୟର ମୋଟ ୭୭ ଜଣ ଛାତ୍ରଛାତ୍ରୀ ନିୟୋଜିତ  ଫେଲୋସିପ୍ ପାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଛାତ୍ରଛାତ୍ରୀମାନଙ୍କୁ ମୋଟ ୩,୦୯,୭୫୦ ଟଙ୍କାର ଶିକ୍ଷାବୃତ୍ତି ପ୍ରଦାନ କରାଯାଇଛି । ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷା ଓ କ୍ୟାରିୟର ଅଭିଳାଷ ପୂରଣ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ ତରଫରୁ ଜ୍ୟୋତି ଫେଲୋସି  ପ୍ରଦାନ କରାଯାଉଛି । କଳମଙ୍ଗ
ଓ ଗନ୍ଧଲପଡ଼ା ପ୍ରକଳ୍ପ ଡିଭିଜନ୍‌ର ଯେଉଁ ଛାତ୍ରଛାତ୍ରୀମାନେ ନିଜ ଶିକ୍ଷା ଶେଷ କରିବା ଲାଗି ଅସୁବିଧା ସାମ୍ନା କରୁଛନ୍ତି, ସେମାନଙ୍କ ଲାଗି ଏହି ଫେଲୋସି  ବରଦାନ ସାବ୍ୟସ୍ତ ହୋଇଛି । ଆର୍ଥିକ ସହଯୋଗର ଅଭାବରୁ ବହୁ ଛାତ୍ରଛାତ୍ରୀ ଅଧାରୁ ସ୍କୁଲ ଓ କଲେଜ ପାଠପଢ଼ା ଛାଡ଼ୁଛନ୍ତି । ଝାଡ଼ଖଣ୍ଡ ରାଜ୍ୟର ଜମାଡୋବା, ପଶ୍ଚିମ ବୋକାରୋ, ପୂର୍ବ ସିଂହଭୂମି, ପଶ୍ଚିମ ସିଂହଭୂମି ଓ ସଢ଼େଇକଳା ଖରସୁଆଁ ଜିଲ୍ଲା ଭଳି ଅଞ୍ଚଳ ଏବଂ ଓଡିଶାର ସୁକିନ୍ଦା, ବାମନି, ଯୋଡ଼ା, ଗୋପାଳପୁର, କଳିଙ୍ଗନଗର, ଗୋମଡିହ, କାଟାମାଟି, କଳମଙ୍ଗ ଓ ଗନ୍ଧଲପଡ଼ାର ଛାତ୍ରଛାତ୍ରୀମାନଙ୍କୁ ଟାଟା ଷ୍ଟିଲ୍‌ର ଜ୍ୟୋତି ଫେଲୋସିପ୍‌
କାର୍ଯ୍ୟକ୍ରମରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

 

Leave A Reply

Your email address will not be published.