ଜୀବନର ଦୋଛକିରେ ଅସହାୟ ଚରଣ

0 81

କେନ୍ଦୁଝର, ସମସ୍ୟା ଯେମିତି କେନ୍ଦୁଝରର ପିଛା ଛାଡ଼ିବା ପାଇଁ ନାରାଜ । ଏଠି ପାଣି ପବନର ସମସ୍ୟା, ରାସ୍ତା ଘାଟର ସମସ୍ୟା । ଯୁଆଡ଼େ ଦେଖିବ ଖାଲି ସମସ୍ୟା ହିଁ ସମସ୍ୟା । କିନ୍ତୁ ଜିଲ୍ଲା ପ୍ରଶାସନ ଆଖିରେ ଏହି ସବୁ ଦେଖା ଯାଉ ନାହିଁ କାହିଁକି ? ପ୍ରକୃତରେ ଦେଖା ଯାଉନି କି ଏ ସବୁ ଦେଖି ସାରିଲା ପରେ ନଦେଖିବାର ଅଭିନୟ କରୁଛି । ସଦର ବ୍ଲକ ନୂଆଗାଁ ଗ୍ରାମ ପଞ୍ଚାୟତ ପୋଇପାଣି ଗ୍ରାମର ଏହି କରୁଣ କାହାଣୀ । ଜରାଜୀର୍ଣ୍ଣ ଅବସ୍ଥାରେ ଭଙ୍ଗା ଦଦରା କୁଡିଆରେ ଭୋକ ଉପାସରେ ଦିନ କଟୁଛି ଦୁଃଖୀ ଚରଣ ଏବଂ ତାଙ୍କର ଦୁଇ ମା’ ଛେଉଣ୍ଡ ଛୁଆ । ଯାହାର ବୟସ ୭ ଓ ୫ ବର୍ଷ । ୨ବର୍ଷ ପୂର୍ବରୁ
ସ୍ତ୍ରୀଙ୍କୁ ହରାଇଥିବା ଶ୍ରୀ ମୁଣ୍ଡା ନିଜେ ଠିକ ସେ ଚାଲିବାକୁ ଅକ୍ଷମ । ସେପଟେ କୋହ ସ୍ୱରରେ କାନ୍ଦି କାନ୍ଦି କହୁଛନ୍ତି ମୁଁ ଭିକ୍ଷା ମାଗି ଯିବାକୁ ମଧ୍ୟ ମୋ ପାଖରେ ବଳ ନାହିଁ । ଛୁଆ ମାନେ ପାଖ ଘରୁ କଣ ଟିକେ
ମାଗି ଆଣିଲେ ତିନି ପ୍ରାଣୀ ମୁହଁରେ ଟିକେ ଦାନା ପକାଉଛନ୍ତି ଏବଂ ପେଟେ ପାଣି ପିଇ ବହୁତ କଷ୍ଠରେ ଜୀବନ ବଞ୍ଚାଉ ଥିବା କଥା କୋହ ଭରା କଣ୍ଠରେ କହିଛନ୍ତି । ପ୍ରକୃତରେ କାହାର ଦୋଷ ସେ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ କେବେ ଏହି ସବୁ ସମସ୍ୟାର ସମାଧାନ ହୋଇପାରିବ ସେ ନେଇ ଗ୍ରାମବାସୀ କ୍ଷୋଭ କରିଛନ୍ତି । ଯାହା ହେଉ ସେ ଲୋକର ସୌଭାଗ୍ୟ ସମାଜସେବୀ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ ସଭାପତି ରଞ୍ଜନ କୁମାର ବେହେରା ଉପସଭାପତି ଜୟକୃଷ୍ଣ ନାଏକ, ମାନସ କୁମାର ମାଝୀ ଏବଂ ତମନ୍ନା ଟୁଡୁ ମାଧ୍ୟମରେ ଖବର ଜାଣି ତୁରନ୍ତ ଯାଇ ତାଙ୍କର ସମସ୍ୟା ବିଷୟରେ ବୁଝିଥିଲେ ଏବଂ ବହୁତ କ୍ଷୋଭର ସହିତ ଗଣ ମାଧ୍ୟମ, ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ତାଙ୍କୁ ସାହାର୍ଯ୍ୟର ହାତ ନ ବଢାଇଲେ ସେ ମୁଣ୍ଡା ଏବଂ ତାଙ୍କର ଦୁଇ ବାଳୁତ ଛୁଆ ବେଶିଦିନ ଜୀବିତ ରହିବା ଅସମ୍ଭବ । ଏଣୁ ଜିଲ୍ଲାପାଳ ଉକ୍ତ ଚରଣ ମୁଣ୍ଡାଙ୍କୁ ଯୁଧ୍ୟକାଳୀନ ଭିତିରେ ସାହାର୍ଯ୍ୟ କରିବା ପାଇଁ ସମାଜସେବୀ, ବୁଦ୍ଧିଜୀବୀ, ବିଭିନ୍ ସଙ୍ଗଠନ ଓ ଜନସାଧାରଣ ଦାବି କରିଛନ୍ତି ।

 

Leave A Reply

Your email address will not be published.