ଜାତୀୟ ଯୁବ ଦିବସ ପାଳିତ

0 46

ଖୋର୍ଦ୍ଧା ,ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସର ମିଳିତ ସହଯୋଗରେ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦେଶ ଗଠନରେ ଓ ଜାତୀୟ ସଂହତି ସୁରକ୍ଷାରେ ଯୁବ ଶକ୍ତି ସମ୍ପର୍କରେ ଏକ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ +୨ ଉଚ୍ଚ ମାଧ୍ୟମିକ ପରିଷଦର ଜାତୀୟ ସେବା
ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ବିଶ୍ୱ ମୋହନ ଜେନା, ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀ ତଥା ଯୁବକ ଯୁବତୀମାନେ ଦେଶ ଓ ଜାତି ଗଠନରେ ପ୍ରମୁଖ ଭୂମିକା ତୁଲାଇବା ସହ ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧକ୍ଷ ତରୁଣ କାନ୍ତି ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡ଼ଃ ଦିଲ୍ଲୀପ
ଶ୍ରୀଚନ୍ଦନ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନକୁ ଛାତ୍ରଛାତ୍ରୀମାନେ ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରତାପ ଛୋଟରାୟ, ଜାତୀୟ ସେବା ଯୋଜନା
କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ଅନୁମା ଚମ୍ପତ୍ତିରାୟ, କାର୍ଯ୍ୟକ୍ରମ ଅଧିକାରୀ ମାନସ ଜୟସିଂହ, ସୁଧାଂଶୁ ଶେଖର ରଣସିଂହ, ରେଡ଼କ୍ରସ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି
ଛାତ୍ରଛାତ୍ରୀମାନଙ୍କୁ ବିବେକାନନ୍ଦଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପିକା ସଚଳା ସାମନ୍ତରାୟ, ସୁଜ୍ଞାନୀ ଭଞ୍ଜ ସାମନ୍ତ ଓ ଡ଼ଃ ସଂଯକ୍ତା ପଟ୍ଟନାୟକ । ଏହାପରେ ଏକ ବିଶାଳ ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ଜାତୀୟ ସଂହତି ପୀଠ ବୋଖାରି ବାବାଙ୍କ ଦରଘା ପର୍ଯ୍ୟନ୍ତ ଯାଇଥିଲା ।

 

Leave A Reply

Your email address will not be published.