ବାଲେଶ୍ୱରରୁ ଲଢ଼ିବେନି ଅଶ୍ୱିନୀ ବୈଷ୍ଣବ

0 44

ଭୁବନେଶ୍ୱର, ବାଲେଶ୍ୱରରୁ ଲୋକସଭା ନିର୍ବାଚନ ଲଢ଼ିବେନି ଅଶ୍ୱିନୀ ବୈଷ୍ଣବ । ଆଜି ନିଜେ ଏହି ଚର୍ଚ୍ଚାର ଅବସାନ ଘଟାଇଛନ୍ତି । ଗତ କିଛିଦିନ ଧରି ଚାଲିଥିବା ସସ୍ପେନ୍ସ ଉପରୁ ସେ ଅନ୍ତ ଘଟାଇଛନ୍ତି । ବାଲେଶ୍ୱର ଗସ୍ତର ଦ୍ୱିତୀୟ ଦିନରେ ଦୁଇଟି ଶବ୍ଦରେ ସମସ୍ତ ଚର୍ଚ୍ଚାର ଅବସାନ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନେ ରେଳମନ୍ତ୍ରୀଙ୍କ ପ୍ରଶ୍ନ କରିଥିଲେ- ଆପଣ ବାଲେଶ୍ୱର ଆସନରୁ ଲଢ଼ିବେ କି? ରେଳମନ୍ତ୍ରୀଙ୍କ ଉତ୍ତର ଥିଲା – ନା’ । ନନା ଅଛନ୍ତି । ରେଳମନ୍ତ୍ରୀଙ୍କ ଏହି ସଂକ୍ଷିପ୍ତ ଉତ୍ତର ବାଲେଶ୍ୱରରୁ ସେ ପ୍ରାର୍ଥୀ ହେଉନଥିବା ସଂକେତ ଦେଉଛି । ତାଙ୍କର ବାଲେଶ୍ୱର ଗସ୍ତକୁ ନେଇ ଜୋର ଧରିଥିଲା ରାଜନୈତିକ ଚର୍ଚ୍ଚା । କୁହାଯାଉଥିଲା କଟକ ପରେ ବାଲେଶ୍ୱର ଲୋକସଭା ଆସନ ଅଶ୍ୱିନୀଙ୍କ ସେକେଣ୍ଡ ଚୟସ । କିନ୍ତୁ ଆଜିର ମନ୍ତବ୍ୟ ପରେ କଟକରୁ ଅଶ୍ୱିନୀ ଲଢ଼ିବା ସମ୍ଭାବନା ପୁଣି ବଢ଼ିଛି । ଗତ ସପ୍ତାହରେ କଟକ ଜିଲ୍ଲା ଗସ୍ତରେ ସେ ଆସି ଏହି ସଂସଦୀୟ କ୍ଷେତ୍ରର ଚାରୋଟି ବିଧନସଭା ନିର୍ବାଚନମଣ୍ଡଳୀ ଯାଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିଥିଲେ ।କଟକ ଥିଲା ତାଙ୍କର କର୍ମଭୂମି । ସେ ଥିଲେ ସେଠାକାର ଜିଲ୍ଲାପାଳ । ଏବେ କଟକରେ ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବାକୁ ସେ କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଆଜି ରେଳମନ୍ତ୍ରୀ ବାଲେଶ୍ୱର ଷ୍ଟେସନ    ପରିଦର୍ଶନ କରିବା ପରେ ଝଡ଼େଶ୍ୱର ମନ୍ଦିର ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏଥିସହିତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଦେଇଥିଲେ । ବାଲେଶ୍ୱର ଷ୍ଟେସନର ନାମ ବାଲାଶ୍ୱରକୁ ସଂଶୋଧନ କରି ବାଲେଶ୍ୱର କରିବା ପାଇଁ ଘୋଷଣା କରିଥିଲେ ।

 

Leave A Reply

Your email address will not be published.