ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତିର ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ

0 42

ପୁରୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ମଝିରେ ଆଉ ଦୁଇଦିନ ବାକି ରହିଛି । ଲୋକାର୍ପଣ ପ୍ରସ୍ତୁତିର ଅନୁଧ୍ୟାନ ପାଇଁ ପୁରୀ ଯାଇଥିଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେବା ପରେ ପରିକ୍ରମା ପ୍ରକଳ୍ପ ସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରସ୍ତୁତିର ତଦାରଖ କରିଥିଲେ । ଆସନ୍ତାକାଲି ଠାରୁ ପରିକ୍ରମା ଲୋକାର୍ପଣ ଆଦ୍ୟପର୍ବ ଆରମ୍ଭ ହୋଇଯାଇଛି । ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ କରାଯାଇଥିଲା । ଆଜି ଧ୍ୱଜା ଓ ତୋରଣ ସ୍ଥାପନ କରାଯିବ । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବ ମହାଯଜ୍ଞ । ଏହାକୁ ନେଇ ଗାଁଠୁ ସହର ସବୁଠି ଭକ୍ତିମୟ
ପରିବେଶ । ରାଜ୍ୟର ପ୍ରତି ଗାଁରେ ବୁଲୁଛି ଜଗନ୍ନାଥ ରଥ । ଜଗା ରଥକୁ ସ୍ୱାଗତ କରିବାକୁ ଚିତା ଓ ରଙ୍ଗୋଲୀରେ ସଜେଇ ହୋଇଛି ଗାଁ ରାସ୍ତା । ଦୁଆର ମୁହଁରେ କଳସ ବସାଇ ମାଆମାନେ ଜଗନ୍ନାଥ ରଥକୁ ସ୍ୱାଗତ କରିବା ସହ ମହାପ୍ରଭୁଙ୍କ ଉଦେ୍ଦଶ୍ୟରେ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରୁଛନ୍ତି ।

 

Leave A Reply

Your email address will not be published.