ବିଜୁ ଏକ୍ସପ୍ରେସ ୱେ: ଓଡ଼ିଶାର ଜୀବନ ରେଖା

0 42

ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଉକ୍ତିଟି ଆଜି ସତରେ ପରିଣତ ହୋଇଛି । ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶା ସମେତ ଆଠଟି ଜିଲ୍ଲା ପାଇଁ ନୂଆ ସମ୍ଭାବନା ଉଜାଗର କରିଛି । ଏହି ପ୍ରେସ ୱେ ସଂପୃକ୍ତ ଅଞ୍ଚଳର କାୟାକଳ୍ପରେ ପରିବର୍ତ୍ତନ ଆଣିବା ସହ ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ
ହେବାକୁ ଯାଉଛି । କୌଣସି ସମୃଦ୍ଧ ଅଞ୍ଚଳର ପ୍ରଥମ କାରକ ହେଉଛି ଉତ୍ତମ ଯୋଗାଯୋଗ ବ୍ୟବସ୍ଥା । ଯେଉଁ ଦେଶ ଆଜି ସମୃଦ୍ଧର ଶିଖରରେ ପହଞ୍ଚôଛନ୍ତି, ସେଠାକାର ସମୃଦ୍ଧ ତଥା ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ହିଁ ଏଥିରେ ବଡ଼ ଏବଂ ବିରାଟ ଭୂମିକା ନିର୍ବାହ କରିଛି । ଯାହାକୁ ମର୍ମେ ମର୍ମେ ଅନୁଭବ କରି ।ରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାବାସୀଙ୍କୁ ବିଜୁ ଏକ୍ସପ୍ରେସ ୱେ ଭେଟି ଦେବା ପରେ ଏବେ ବିଜୁ ଏକ୍ସପ୍ରେସ ୱେ- ୨ ଭେଟି ଦେବାକୁ ଯାଉଛନ୍ତି । ଓଡ଼ିଶାର ନିଜସ୍ୱ ଟଙ୍କାରେ ନିର୍ମାଣ ହେଉଥିବା ଏହି ଏକ୍ସପ୍ରେସ ୱେ ଦ୍ୱୟ ସାମଗ୍ରିକ ସମୃଦ୍ଧି କ୍ଷେତ୍ରରେ ଆଗାମୀ ଦିନରେ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖିବାକୁ ଯାଉଛି । ରୂାନ୍ତରିତ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ନବୀନ ଓଡ଼ିଶା ଗଠନରେ ଉଭୟ ଏକ୍ସପ୍ରେସ ୱେ ଆଗାମୀ ଦିନରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ  ରଖିବ । ଜାତୀୟ ରାଜପଥ କ୍ଷେତ୍ରରେ ଓଡ଼ିଶା ବାରମ୍ବାର କେନ୍ଦ୍ରୀୟ ଅବହେଳାର ଶିକାର ହୋଇଆସୁଥିଲା । ଭୌଗୋଳିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳ ସମୃଦ୍ଧିର ବେଶ ସାମର୍ଥ୍ୟ ରଖୁଥିଲେ ହେଁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା । ଏଥିରେ ଅନ୍ତରାୟ ସାଜୁଥିଲା । ଯାହାକୁ ହୃଦୟଙ୍ଗମ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାବାସୀଙ୍କୁ ଭେଟି ଦେଇଥିଲେ ବିଜୁ ଏକ୍ସପ୍ରେସ ୱେ । ଗୋଟିଏ ଶବ୍ଦରେ କହିଲେ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଜୀବନରେଖା । ୪୦୦୦ କୋଟି ଟଙ୍କାରେ ନିର୍ମିତ ୪ ଲେନ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ନବରଙ୍ଗପୁର ଜିଲ୍ଲାକୁ ଯୋଡ଼ିଛି । ବିଶେଷକରି ଉପରୋକ୍ତ ଆଠ ଜିଲ୍ଲାର ପ୍ରମୁଖ ସହର ଯଥା ଚାନ୍ଦିଲା, ବୋରୁଗୁମ୍ମା, ନବରଙ୍ଗପୁର, ପାପଡାହାଣ୍ଡି, ଆମପାଣି, ଧର୍ମଗଡ଼, ସିନାପାଲି, ନୂଆପଡ଼ା, ପାଇକମାଳା, ପଦ୍ମପୁର, ସୋହେଲା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉଲକେଲା ପରି ସହରକୁn ଯୋଡ଼ିଛି । କେବଳ ଉପରୋକ୍ତ ସହରକୁ ଯୋଡ଼ିନି, ସେଠାରେ ବସବାସ କରୁଥିବା ଜନସଂଖ୍ୟାର ଏକ ବିରାଟ ଭାଗ ପାଇଁ ସାମାଜିକ ଅର୍ଥନୈତିକ ସାଂସ୍କୃତିକ ପରିବର୍ତ୍ତନର ପ୍ରମୁଖ କାରକ ପାଲଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ଏହି ରାଜପଥ ପଶ୍ଚିମ ଓଡ଼ିଶା ସହ ରାଜ୍ୟର ଦକ୍ଷିଣ ଏବଂ ଉତ୍ତର ଭାଗକୁ ମଧ୍ୟ ଯୋଡ଼ିବାରେ ସହାୟକ ହୋଇପାରିଛି । ଯାହା ଆଗାମୀ ଦିନରେ ବିକାଶର ଏକ ନୂଆ ଫର୍ଦ୍ଦ ଯୋଡ଼ିବ । ବିଜୁ ଏକ୍ସପ୍ରେସ ୱେ ଲୋକାର୍ପିତ ହୋଇ କାର୍ଯ୍ୟକ୍ଷମ ହେବା ପରେ ପରେ ରାଜ୍ୟର ଆର୍ଥିକ ଓ ସାମାଜିକ ବିକାଶରେ ତାହାର ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ରାଜ୍ୟ ସରକାର । ବିଶେଷ କରି ଏହି ଅଞ୍ଚଳକୁ ଶିଳ୍ପ କରିଡ଼ରରେ ପରିଣତ କରିବା ପାଇଁ ଆରମ୍ଭ ହୋଇଥିଲା ବିଧିବଦ୍ଧ ଭାବେ ପ୍ରକ୍ରିୟା । ଫଳସ୍ୱରୂ ଇତିମଧ୍ୟରେ ଅର୍ଥନୈତିକ କରିଡ଼ର ପାଇଁ ଜମିଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ସହ ଶିଳ୍ପ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ନିମିତ୍ତ ସୁନ୍ଦରଗଡ଼ରେ ୫୫୯.୩୪ ଏକର ଝାରସୁଗୁଡ଼ାରେ ୨୭୧.୩୮ ଏକର, ସମ୍ବଲପୁରରେ ୪୧୭.୩୩ ଏକର, ବରଗଡ଼ରେ ୧୬୩.୩୨ ଏକର ଜମି ଅଧିଗ୍ରହଣ କରାଯାଇଛି । ସେହିପରି ବଲାଙ୍ଗୀରରେ ୨୩୮.୨୨ ଏକର, ନୂଆପଡ଼ାରେ ୭୧.୯୬ ଏକର, କଳାହାଣ୍ଡିରେ ୩୬୭.୪୩ ଏକର, ନବରଙ୍ଗପୁରରେ ୧୮୯.୮୧ ଏକର, କୋରାପୁଟରେ ୧୦୩.୪୯ ଏକର ଏବଂ ମାଲକାନାଗିରିରେ ୮୨.୦୪ ଏକର ଜମି ଅଧିଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଏହି ଅର୍ଥନୈତିକ କରିଡ଼ରରେ ଯେପରି ଅଧିକରୁ ଅଧିକ ଶିଳ୍ପ ସଂସ୍ଥା କାରବାର ଆରମ୍ଭ କରିବେ ସେଥିଲାଗି ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ୩୦ ପ୍ରତିଶତ ରିଆତି ସହ ବହୁ ଆକର୍ଷଣୀୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଶିଳ୍ପ ବିଭାଗ ପଦକ୍ଷେପ ନେଇଛି ।
ଫଳରେ ଏଠାରେ ନିବେଶ ପାଇଁ ନିବେଶକଙ୍କୁ ବେଶ ଆକୃଷ୍ଟ କରିଥିବା ବେଳେ ସେମାନେ ଶିଳ୍ପ ପ୍ରତିଷ୍ଠା କରିବା ଆରମ୍ଭ କଲେଣି । ଏହି ଶିଳ୍ପ କରିଡ଼ରରେ ପ୍ରାଥମିକ ପର୍ଯ୍ୟାୟରେ ୨୫ରୁ ଅଧିକ ଶିଳ୍ପପୁଞ୍ଜ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହାର ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ସମୃଦ୍ଧିରେ ଏକ ବିରାଟ ଭୂମିକା ଗ୍ରହଣ କରିବା
ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ ରଖନ୍ତି । ବାସ୍ତବରେ ଓଡ଼ିଶା ସରକାର ଗଢ଼ୁଛନ୍ତି ଶ୍ରେଷ୍ଠ ଯୋଗାଯୋଗ ବ୍ୟବସ୍ଥା । ଆସନ୍ତା
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ନବୀନ ଓଡ଼ିଶା ଗଠନ ସମ୍ଭବ ହୋଇପାରିବ ଏବଂ ରାଜ୍ୟର ସାମଗ୍ରିକ ବିକାଶ ନୂଆ ଉଚ୍ଚତାକୁ ଛୁଇଁ ପାରିବ ନିଶ୍ଚୟ ।

 

Leave A Reply

Your email address will not be published.